ମତଦାନ ସମୟରେ ଅଘଟଣ, ପୁଲିଂ ଏଜେଣ୍ଟଙ୍କର ମୃତ୍ୟୁ
Advertisement
Article Detail0/zeeodisha/odisha2263120

ମତଦାନ ସମୟରେ ଅଘଟଣ, ପୁଲିଂ ଏଜେଣ୍ଟଙ୍କର ମୃତ୍ୟୁ

Odisha Election: ଅତ୍ୟଧିକ ଖରା କାରଣରୁ ଏପରି ଅଘଟଣ ଘଟିଥିବା କୁହାଯାଉଛି । ସେ ବିଜେପି ଏଜେଣ୍ଟ ଭାବେ କାର୍ଯ୍ୟରତ ଥିବା ସମୟରେ ସକାଳ ପ୍ରାୟ ୯ଟା ସମୟରେ ହଠାତ୍ ଅଚେତ ହୋଇ ପଡିଥିଲେ । ପରେ ତାଙ୍କୁ ତୁରନ୍ତ ହିନ୍ଦୋଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଜାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । 

ମତଦାନ ସମୟରେ ଅଘଟଣ, ପୁଲିଂ ଏଜେଣ୍ଟଙ୍କର ମୃତ୍ୟୁ

Odisha Election: ଢେଙ୍କାନାଳ ହିନ୍ଦୋଳ ଅନ୍ତର୍ଗତ ବାହାଲୁଣ୍ଡାରେ ଅଘଟଣ ସାମ୍ନାକୁ ଆସିଛି । ବୁଥ୍ ନମ୍ବର ୧୩୬ରେ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ଏଜେଣ୍ଟଙ୍କ ନାମ ଶୁକଦେବ ପଟ୍ଟନାୟକ । ତାଙ୍କ ଘର ବାହାଲୁଣ୍ଡା ଅଞ୍ଚଳରେ ବୋଲି ଜଣାପଡିଛି ।

ସୂଚନା ମୁତାବକ, ଅତ୍ୟଧିକ ଖରା କାରଣରୁ ଏପରି ଅଘଟଣ ଘଟିଥିବା କୁହାଯାଉଛି । ସେ ବିଜେପି ଏଜେଣ୍ଟ ଭାବେ କାର୍ଯ୍ୟରତ ଥିବା ସମୟରେ ସକାଳ ପ୍ରାୟ ୯ଟା ସମୟରେ ହଠାତ୍ ଅଚେତ ହୋଇ ପଡିଥିଲେ । ପରେ ତାଙ୍କୁ ତୁରନ୍ତ ହିନ୍ଦୋଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଜାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । 

ଅନ୍ୟପଟେ ନୟାଗଡ ଜିଲ୍ଲାରେ ମଧ୍ୟ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ଭାପୁର ବଳଦିଆନୁଆ ଗାଁରେ ମତଦାନ କେନ୍ଦ୍ରରେ ଜଣେ ୬୫ ବର୍ଷୀୟ କୁମୁଦିନୀ ଦଳାଇ ଭୋଟ ଦେବାକୁ ଆସି ଅଚେତ ହୋଇ ପଡିଥିଲେ । ହଠାତ ତାଙ୍କ ମୁଣ୍ଡ ବୁଲାଇବା କାରଣରୁ ଅଚେତ ହୋଇ ପଡିଥିଲେ । ଖଣ୍ଡପଡା ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ସମୟରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି ।

Also Read- Mangal Gochar 2024: ମଙ୍ଗଳ କରିବେ ରାଶି ପରିବର୍ତ୍ତନ, ୩ ରାଶିକୁ ବଡ଼ ଲାଭ

Also Read- Garlic Peel Benefits: ଫିଙ୍ଗୁଛନ୍ତି କି ରସୁଣ ଚୋପା ? ମିଳିଥାଏ ବଡ଼ ଲାଭ