Expensive Alcohol: ଗୋଟିଏ ମଦ ବୋତଲର ସର୍ବାଧିକ ମୂଲ୍ୟ କେତେ ହୋଇପାରେ? ସାଧାରଣତଃ ଲୋକମାନେ ୪ଶହରୁ ୧ ହଜାର ଟଙ୍କା କିମ୍ୱା ୨ ହଜାରରୁ ୫ ହଜାର ଟଙ୍କା ଦାମ ପର୍ଯ୍ୟନ୍ତ ମଦ କିଣିଥାନ୍ତି । ୧୫ଶହରୁ ଅଧିକ ଟଙ୍କାର ମଦକୁ ଲୋକମାନେ ଦାମୀ ମଦ ବୋଲି ବିବେଚନା କରିଥାନ୍ତି । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଯେ ଆସନ୍ତା ମାସରେ ଏକ ହ୍ୱିସ୍କି ବୋତଲ ନିଲାମ ହେବ ଏବଂ ଏହାର ମୂଲ୍ୟ ୧୧ କୋଟି ଟଙ୍କା ରଖାଯାଇଛି, ତେବେ ନିଶ୍ଚିତ ଭାବରେ ଆପଣଙ୍କ ମନକୁ ଏହା ଆସିବ ଏହି ମଦ ନା ଅନ୍ୟ କିଛି? କିନ୍ତୁ ଆମେ ଆପଣଙ୍କୁ କହିବୁ ଏହା କେବଳ ମଦ । ଆଜି ଏହି ମଦ ସମ୍ପର୍କରେ ଆମେ ବିଶେଷ କଥା ଆପଣଙ୍କୁ ଜଣାଇବୁ ।


COMMERCIAL BREAK
SCROLL TO CONTINUE READING

ଆପଣଙ୍କୁ କହି ରଖୁଛୁ ଯେ, ବିକ୍ରି ହୋଇଥିବା ଏହି ହ୍ୱିସ୍କି ବୋତଲଟି ପ୍ରାୟ ୯୬ ବର୍ଷର ପୁରୁଣା । ଏହାର ଦୀର୍ଘ ବର୍ଷର ମଦ ହୋଇଥିବା କାରଣରୁ ଏହାର ଦାମ ଆକାଶଛୁଆଁ ହୋଇଛି । ନିଲାମ କରୁଥିବା ସଂସ୍ଥା ଏହାକୁ ସବୁଠାରୁ ଦାମୀ ସ୍କଚ୍ ହ୍ୱିସ୍କି (Expensive Scotch whisky) ବୋଲି କହିଛି । ଏହା କୁହାଯାଇଛି ଯେ, ଆସନ୍ତା ମାସରେ ଏହି ମଦ ବୋତଲଟିକୁ ନିଲାମ କରାଯିବ ଏବଂ ଯେଉଁ ବ୍ୟକ୍ତି ସର୍ବୋଚ୍ଚ ଟଙ୍କା ଦେବେ ସେହି ବ୍ୟକ୍ତିଙ୍କୁ ଏହି ମଦ ବୋତଲଟି ମିଳିବ । ଏହି ମଦ ବୋତଲଟିର ଆନୁମାନିକ ସର୍ବଚ୍ଚୋ ମୂଲ୍ୟ ୧୧ କୋଟି ଟଙ୍କା ହୋଇପାରେ ବୋଲି କୁହାଯାଉଛି । ମିଳିଥିବା ସୂଚନା ମୁତାବକ ମାକାଲାନଙ୍କ - ମାକାଲାନ ଆଡାମି ୧୯୨୬ ମସିହାର ଅର୍ଥାତ ୯୬ ବର୍ଷର ପୁରୁଣା ମଦ ବୋତଲଟି ୧୮ ନଭେମ୍ବରରେ ଲଣ୍ଡନରେ ନିଲାମ ହେବ । ନିଲାମରେ ଅଂଶ ଗ୍ରହଣ କରିବା ପାଇଁ ନଭେମ୍ବର ୧ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଯେୁଁ ବ୍ୟକ୍ତି ଏଥିରେ ସାମିଲ୍ ହୋଇ ନିଲାମରେ ଅଂଶ ଗ୍ରହଣ କରିବାକୁ ଚାହାନ୍ତି ସେମାନେ ନଭେମ୍ବର ୧ ପରେ ଆବେଦନ କରିପାରିବେ ।


ମାକାଲାନ୍ ୧୯୨୬ର ଏକ ସଂସ୍କରଣ ଯାହା ୨୦୧୯ରେ ସୋଥେବି (ନିଲାମ ହାଉସ୍) ଦ୍ୱାରା ବିକ୍ରି ହୋଇଥିଲା । ତା’ପରେ ସେହି ବୋତଲର ମୂଲ୍ୟ ୧.୫ ମିଲିୟନ୍ ପାଉଣ୍ଡରେ ପହଞ୍ଚିଥିଲା । ଭାରତୀୟ ମୁଦ୍ରାରେ ଏହା ପାଖାପାଖି ୧୫ କୋଟି ଟଙ୍କା । ଏହା କୌଣସି ମଦର ସର୍ବାଧିକ ମୂଲ୍ୟ ବୋଲି କୁହାଯାଉଛି । ତିନୋଟି ଭିନ୍ନ ଦେଖାଯାଉଥିବା ବୋତଲ ୨୦୧୮ ଏବଂ ୨୦୧୯ରେ ନିଲାମ କରାଯାଇଥିଲା । ପ୍ରତ୍ୟେକ ଥର ପୂର୍ବ ମୂଲ୍ୟ ରେକର୍ଡ ଭାଙ୍ଗିଥିଲା ଉକ୍ତ ମଦ ବୋତଲ । ତେଣୁ ଅନୁମାନ କରାଯାଉଛି ଏଥର ମଧ୍ୟ ପୁରୁଣା ରେକର୍ଡ ଭାଙ୍ଗିବ ଏହି ମଦ । ଏହାର ମୂଳ ମୂଲ୍ୟ ୧୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଅର୍ଥାତ୍ ଏଠାରୁ ବିଡିଂ ଆରମ୍ଭ କରିବାକୁ ପଡିବ । ଏହି ନିଲାମ ପ୍ରକିୟା କେବେ ଶେଷ ହେବ ତାହା ମଧ୍ୟ ଅସ୍ପଷ୍ଟ ।


ଗ୍ଲୋବାଲ୍ ହେଡ୍ ଅଫ୍ ସ୍ପିରିଟ୍ସ, ସାଥେବି ଜନି ଫାଉଲିଙ୍କ କହିବା ଅନୁଯାୟୀ ଏହି ନିଲାମ ପ୍ରକ୍ରିୟା ଅତ୍ୟନ୍ତ ମଜାଦାର । କାରଣ ଏହି ହ୍ୱିସ୍କିକୁ କିଣିବାକୁ ଅନେକ ଲୋକଙ୍କର ଇଚ୍ଛା ଥାଏ । ଏହାକୁ ନେଇ ଅନେକ ଲୋକ ଖୁବ ଉତ୍ସାହିତ ଅଛନ୍ତି।


Also Read- House Rent on Credit Card: ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନଥିଲେ କ୍ରେଡିଟ୍ କାର୍ଡରେ ଦିଅନ୍ତୁ ଘର ଭଡା


Also Read- Navratri 2023: ନବରାତ୍ରୀ ସମୟରେ କେଉଁ ସ୍ୱପ୍ନ କଣ ସଂଙ୍କେତ ଦେଇଥାଏ? ଜାଣନ୍ତୁ..