House Rent on Credit Card: ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନଥିଲେ କ୍ରେଡିଟ୍ କାର୍ଡରେ ଦିଅନ୍ତୁ ଘର ଭଡା
Advertisement

House Rent on Credit Card: ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନଥିଲେ କ୍ରେଡିଟ୍ କାର୍ଡରେ ଦିଅନ୍ତୁ ଘର ଭଡା

House Rent on Credit Card: କ୍ରେଡିଟ୍ କାର୍ଡ ବ୍ୟବହାର କରି ଘର ଭଡା ଦେବା ଅତ୍ୟନ୍ତ ସହଜ । ଦେଶରେ ବ୍ୟବହାର କରାଯାଉଥିବା ଅନଲାଇନ୍ ପେମେଣ୍ଟ ସିଷ୍ଟମ୍ ତଥା ପେଟିଏମ୍, ଫୋନ୍ ପେ, ଭଳି ଅନେକ ଅନଲାଇନ୍ ପ୍ଲାଟଫର୍ମ ଏବଂ UPI ଆପ୍ ଅଛି ଯାହା ଆପଣଙ୍କୁ କ୍ରେଡିଟ୍ କାର୍ଡ ମାଧ୍ୟମରେ ଭଡା ଦେୟ ଦେବାକୁ ଅନୁମତି ଦେଇଥାଏ ।

House Rent on Credit Card: ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନଥିଲେ କ୍ରେଡିଟ୍ କାର୍ଡରେ ଦିଅନ୍ତୁ ଘର ଭଡା

House Rent on Credit Card: ବର୍ତ୍ତମାନ ସ୍ଥିତିରେ ପ୍ରାୟ ଅଧିକାଂଶ ଲୋକେ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି । କ୍ରେଡିଟ୍ କାର୍ଡ ସାହାଯ୍ୟରେ ବ୍ୟବହାରକାରୀଙ୍କୁ ଅନେକ ପ୍ରକାରର ସୁବିଧା ସୁଯୋଗ (Convenience opportunity) ମିଳିଥାଏ । ଲୋକମାନେ ସପିଂ ଠାରୁ ଆରମ୍ଭ କରି ରିଚାର୍ଜ ଏବଂ କ୍ରେଡିଟ୍ କାର୍ଡ ମାଧ୍ୟମରେ ବିଲ୍ ପେମେଣ୍ଟ ପର୍ଯ୍ୟନ୍ତ ସବୁକିଛି ସହଜରେ କରି ପାରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆପଣ କ୍ରେଡିଟ୍ କାର୍ଡ ବ୍ୟବହାର କରି ଆପଣ ରହୁଥିବା ଘରର ଭଡା ମଧ୍ୟ ଦେଇପାରିବେ । ଯଦିଓ ଆପଣଙ୍କର ଘର ମାଲିକ କ୍ରେଡିଟ୍ କାର୍ଡ ମାଧ୍ୟମରେ ଘର ଭଡା ଟଙ୍କା ଗ୍ରହଣ କରନ୍ତି ନାହିଁ ତଥାପି ଆପଣ ଥାର୍ଡ ପାର୍ଟି ଆପ୍ (Third party apps) କିମ୍ବା ୱେବସାଇଟ୍ ମାଧ୍ୟମରେ ଘର ଭଡା ଦେଇପାରିବେ । ବର୍ତ୍ତମାନ ଅନେକ ସଂସ୍ଥା ଭଡା ଦେୟ ଉପରେ ଆକର୍ଷଣୀୟ ପୁରସ୍କାର (Attractive prize) ମଧ୍ୟ ପ୍ରଦାନ କରୁଛନ୍ତି ।

ପେଟିଏମ୍ (Paytm), ଫୋନ୍ ପେ, ଭଳି ଅନେକ ଅନଲାଇନ୍ ପ୍ଲାଟଫର୍ମ ଏବଂ UPI ଆପ୍ ଅଛି ଯାହା ଆପଣଙ୍କୁ କ୍ରେଡିଟ୍ କାର୍ଡ ମାଧ୍ୟମରେ ଭଡା ଦେୟ ଦେବାକୁ ଅନୁମତି ଦେଇଥାଏ ।  ଆପଣ ଘର ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର (Bank Account No) ଏବଂ IFSC କୋଡ୍ ବ୍ୟବହାର କରି ଭଡା ବାବଦକୁ ଟଙ୍କା ପୈଠ କରିପାରିବେ । ଯଦି ଭଡା ୫୦ ହଜାର ଟଙ୍କାରୁ ଅଧିକ, ତେବେ ଆପଣଙ୍କୁ ଘର ମାଲିକଙ୍କ ପ୍ୟାନ କାର୍ଡ ନମ୍ବର (PAN Card No) ଆବଶ୍ୟକ ହୋଇପାରେ ଟଙ୍କା ପୈଠ କରିବା ପାଇଁ ।

କ୍ରେଡିଟ୍ କାର୍ଡ ମାଧ୍ୟମରେ ଭଡା ଟଙ୍କା କିପରି ଦେବେ?

ଆପଣଙ୍କ ମୋବାଇଲରେ ଯେକୌଣସି ଅନଲାଇନ୍ ସେବା ପ୍ରଦାନକାରୀ ୱେବସାଇଟ୍ କିମ୍ବା UPI ଆପ୍ ଖୋଲନ୍ତୁ । ଯଦି ଆପଣ ଜଣେ ନୂତନ ଉପଭୋକ୍ତା ତେବେ ପୋର୍ଟାଲ୍ କିମ୍ବା UPI ଆପରେ ସାଇନ୍ ଅପ୍ କରନ୍ତୁ । ତାପରେ ଭଡା ଦେୟ ଅପସନ ଉପରେ କ୍ଲିକ୍ କରନ୍ତୁ । ଘର, ଦୋକାନ ଭଡା ଇତ୍ୟାଦିରୁ ଏକ ବିକଳ୍ପ ବାଛନ୍ତୁ। ପରେ ଭଡା ପରିମାଣ ଏବଂ ସମ୍ପତ୍ତି ନାମ ଏଣ୍ଟର କରନ୍ତୁ । ପରେ ଜାରି ରଖିବାକୁ ଟ୍ୟାପ୍ କରନ୍ତୁ । ଘର ମାଲିକଙ୍କ ନାମ ପ୍ରଦାନ କରନ୍ତୁ । ଦେୟ ପଦ୍ଧତି ଭାବରେ ଅନେକ ଗୁଡିଏ ଅପସନ ଆସିବ କିନ୍ତୁ ସେଠାରେ ଆପଣ କ୍ରେଡିଟ୍ କାର୍ଡକୁ ଚୟନ କରନ୍ତୁ । ଘର ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟ କିମ୍ବା UPI ଚୟନ କରନ୍ତୁ । ଆପଣଙ୍କ ବ୍ୟାଙ୍କ ସହିତ ସଂଯୁକ୍ତ କ୍ରେଡିଟ୍ କାର୍ଡ ମାଧ୍ୟମରେ ଭଡା ଟଙ୍କା ପ୍ରଦାନ କରନ୍ତୁ ।

କ୍ରେଡିଟ୍ କାର୍ଡରେ ଭଡା ପୈଠ କରିବାର ଲାଭ
୧- ଆପଣ କ୍ରେଡିଟ୍ ସୀମା ବ୍ୟବହାର କରି ଆପଣଙ୍କର ନଗଦ ସଞ୍ଚୟ କରିପାରିବେ । କ୍ରେଡିଟ୍ କାର୍ଡର ଦେୟ ସାଧାରଣତ ୪୫ରୁ ୫୦ ଦିନ ପରେ ଦିଆଯାଇଥାଏ । ଏହି ଉପାୟରେ, ଆପଣ କୌଣସି ସ୍ଥାନରେ ଭଡା ଟଙ୍କା ପ୍ରଦାନ କରି କିଛି ଟଙ୍କା ରୋଜଗାର କରିପାରିବେ ।
୨- ଆପଣ ଚାହିଁଲେ କ୍ରେଡିଟ୍ କାର୍ଡ ମାଧ୍ୟମରେ କରାଯାଇଥିବା କାରବାରକୁ EMI ରେ ରୂପାନ୍ତର କରିପାରିବେ । ଏହାର ଅର୍ଥ ଆପଣ EMI ମାଧ୍ୟମରେ ମଧ୍ୟ ଭଡା ଟଙ୍କା ଦେଇପାରିବେ ।
୩- କ୍ରେଡିଟ୍ କାର୍ଡ ମାଧ୍ୟମରେ କରାଯାଇଥିବା କାରବାରରେ କ୍ୟାସବ୍ୟାକ୍ କିମ୍ବା ପୁରସ୍କାର ପଏଣ୍ଟ ମଧ୍ୟ ଉପଲବ୍ଧ ରହିଥାଏ ।

Also Read- Navratri 2023: ନବରାତ୍ରୀ ସମୟରେ କେଉଁ ସ୍ୱପ୍ନ କଣ ସଂଙ୍କେତ ଦେଇଥାଏ? ଜାଣନ୍ତୁ..

Also Read- Nokia Lay Off: ନୋକିଆରୁ ବିଦା ହେବେ ୧୪ହଜାର କର୍ମଚାରୀ, କମ୍ପାନୀ କହିଲା କାରଣ !