Viral video: ପ୍ରତ୍ୟେକ ବାପା, ମାଆ ନିଜ ଜୀବନକାଳରେ ଅନେକ ଟଙ୍କା ରୋଜଗାର କରିବାର ସ୍ୱପ୍ନ ଦେଖନ୍ତି । ଯାହାଦ୍ୱାରା ସେମାନଙ୍କ ପିଲାମାନଙ୍କର ଜୀବନ ସୁଖରେ କଟିବ । ପାଠ ପଢା (Study) ହେଉ କି ଖାଦ୍ୟ ପେୟରେ ପିଲାଙ୍କର କୌଣସି ସମସ୍ୟା ରହିବ ନାହିଁ । ଏଥିସହ ନିଜର ତଥା ପିଲାମାନଙ୍କ ଭବିଷ୍ୟତ ପାଇଁ ସୁନ୍ଦର ଘର (Home)ଟିଏ ଗଢିବା ମଧ୍ୟ ଅନେକ ଦମ୍ପତ୍ତିଙ୍କର ସ୍ୱପ୍ନ ଥାଏ । ସେଥିପାଇଁ କେତେକ ବାପା, ମାଆ ମାନେ ଟଙ୍କା ରୋଜଗାର (Money income) କରିବା ପାଇଁ ଭିନ୍ନ ଭିନ୍ନ ଯୋଜନା ପ୍ରସ୍ତୁତ କରିଥାନ୍ତି । କେହି କେହି ନିଜ ପିଲାଙ୍କ ନାମରେ ଇନସ୍ୟୁରାନ୍ସ ଓ ଅନ୍ୟାନ୍ୟ ପଲିସି (policy) ମାଧ୍ୟମରେ ଟଙ୍କା ସଞ୍ଚୟ କରିଥାନ୍ତି । ଅନେକ ବ୍ୟକ୍ତି ଚାକିରିରୁ ଅବସର ନେବା ପରେ ମଧ୍ୟ କୌଣସି ବ୍ୟବସାୟରେ ଲିପ୍ତ ରହିଥାନ୍ତି କେବଳ ଅର୍ଥ ଉପାର୍ଜନ ପାଇଁ । କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଯେଉଁ ଖବର ବିଷୟରେ କହିବାକୁ ଯାଉଛୁ ତାହା ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ । କାରଣ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ନିଜର ଅବସର ପରେ କେବଳ ନିଜ ଜୀବନକୁ ଉପଭୋଗ କରିବାକୁ ଚାହାନ୍ତି । ନିଜ ପିଲାଙ୍କୁ ସେ ଟଙ୍କାଟିଏ ବି ଦେବାକୁ ଚାହାନ୍ତି ନାହିଁ ।


COMMERCIAL BREAK
SCROLL TO CONTINUE READING

ହରିୟାଣାରେ ରହୁଥିବା ଧରମଭୀର ନାମକ ଏହି ବ୍ୟକ୍ତି ଜଣକ ନିଜ ସୋସିଆଲ ମିଡିଆ (social media) ସାଇଟ୍ ଇନଷ୍ଟାଗ୍ରାମ ମାଧ୍ୟମରେ ଏକ ଛୋଟିଆ ଭିଡିଓଟିଏ ପୋଷ୍ଟ କରିଛନ୍ତି। ଏଥିରେ ସେ ଏକ ସୁଇମିଂ ପୁଲରେ ଗାଧୋଉଥିବା ନଜର ଆସିଛନ୍ତି । ଗାଧେଇବା ସମୟରେ ସେ କହିଛନ୍ତି ଯେ, ଅବସର ପରେ ମୁଁ ଏଭଳି ଏକ ଜୀବନ ଜିଇଁବା ପାଇଁ ଭାବୁଥିଲି । ମୋ ପିଲାମାନେ ଭାବିଥିଲେ ଯେ, ମୁଁ ଚାକିରି (job)ରୁ ଅବସର ନେବା ପରେ ସେମାନଙ୍କୁ ଟଙ୍କା ଦେଇଦେବି । କିନ୍ତୁ ମୁଁ କହି ରଖୁଛି ଯେ, ସେମାନଙ୍କୁ ମୁଁ ଉପାର୍ଜନ କରିଥିବା ଟଙ୍କାରୁ ଗୋଟିଏ ପଇସା ଦେବି ନାହିଁ । ମୋର ପ୍ରଶ୍ନ ତୁମେ କାହିଁକି ରୋଜଗାର କରିପାରିବ ନାହିଁ ? ମୁଁ ରୋଜଗାର କରିଛି ମୁଁ ଏଞ୍ଜୟ (enjoy) କରିବି ।


ଦେଖନ୍ତୁ ଭିଡିଓ-


https://www.instagram.com/reel/CtyztcKItNM/?utm_source=ig_web_copy_link&igshid=MzRlODBiNWFlZA==


ସୋସିଆଲ ମିଡିଆରେ ଏହି ଭିଡିଓଟି ଅପଲୋଡ (upload) ହେବା କ୍ଷଣି ବ୍ୟାପକ ଭାବରେ ଭାଇରାଲ୍ (viral) ହେବାରେ ଲାଗିଛି । ଧରମବୀରଙ୍କର ୪୧ ହଜାର ଫଲୋଅରଙ୍କ ସମେତ ଏହି ଭିଡିଓଟିକୁ ୧୭ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି । ଏହି ପୋଷ୍ଟକୁ ୭ ଲକ୍ଷରୁ ଅଧିକ ଲାଇକ୍ ମଧ୍ୟ ମିଳିଛି । ଅନେକ ବ୍ୟକ୍ତି କମେଣ୍ଟ (comments) ମାଧ୍ୟମରେ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିପଡିଛନ୍ତି । ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଏପରି ଚିନ୍ତାଧାରା ଖୁବ୍ ଭିନ୍ନ ଏବଂ ମଜାଦାର । ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ପିଲାମାନଙ୍କୁ ବଡ଼ କରିବା ସହ ଶିକ୍ଷିତ କରାଇଦେଲେ ତେଣୁ ସେମାନଙ୍କ ପାଇଁ ଟଙ୍କା ରଖିବା କଣ ଆବଶ୍ୟକ । ସେମାନେ ନିଜେ ଉପାର୍ଜନ କରନ୍ତୁ । ଏବଂ ଆପଣ ଆପଣଙ୍କ ଟଙ୍କାରେ ସାରା ଜୀବନ ଉପଭୋଗ କରନ୍ତୁ । କିଛି ବ୍ୟକ୍ତି ଏପରି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏପରି କରିବା ଠିକ୍ ନୁହେଁ । ସେହିପରି ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଠିକ୍ ଅଛି  ଆପଣଙ୍କ ଟଙ୍କାକୁ ଉପଭୋଗ କରିବାର ସ୍ୱାଧିନତା ଆପଣଙ୍କ ନିକଟରେ ଅଛି, କିନ୍ତୁ ଅଯୋଥା କିମ୍ୱା ଟଙ୍କାକୁ ଉଚିତ ଢଙ୍ଗରେ ଖର୍ଚ୍ଚ କରିବେ, ନଷ୍ଟ କରିବେ ନାହିଁ । ନଚେତ ଭବିଷ୍ୟତରେ ଅସୁବିଧା ହୋଇପାରେ । ତେବେ ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ, ଧରମବୀରଙ୍କ କମେଣ୍ଟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।


Also read- GST ଅଫିସରଙ୍କୁ ପ୍ରେମରେ ଫସେଇଲେ ନକଲି IAS, ଆଉ ତାପରେ...