Strange Tradition: ଆମ ଭାରତରେ ଅନେକ ଧର୍ମ (Religion)ର ଲୋକେ ବସବାସ କରନ୍ତି । ପ୍ରତିଟି ରାଜ୍ୟରେ ଯେପରି ଭାଷାଗତ ଭିନ୍ନତା ରହିଛି ଠିକ୍ ସେହିପରି ପରମ୍ପରା ଓ ରୀତିନୀତିରେ ମଧ୍ୟ ଫରକ ରହିଛି । ବିଶେଷ କରି ବିବାହକୁ ନେଇ ଅନେକ ପ୍ରଥା ଆମ ଦେଶରେ ଦେଖିବାକୁ ମିଳେ । ପ୍ରାୟ ସବୁ ଧର୍ମ ଓ ସମ୍ପ୍ରଦାୟର ଲୋକଙ୍କର ମଧ୍ୟରେ ନିଜସ୍ୱ ପୂର୍ବ ପରମ୍ପରା (Old tradition) ମୁତାବକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଆମ ଓଡ଼ିଶାରେ ଯେପରି ପୂର୍ବ ପରମ୍ପରା ଅନୁସାରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ସେହିପରି ପ୍ରତି ରାଜ୍ୟରେ ନିଜସ୍ୱ ଶୈଳୀରେ ସେମାନେ ବିବାହ କାର୍ଯ୍ୟକ୍ରମ ସମ୍ପାଦନ କରିଥାନ୍ତି । କେଉଁଠି ବର କନ୍ୟାଙ୍କ ସଜବାଜରେ ଭିନ୍ନତା ଦେଖିବାକୁ ମିଳେ ପୁଣି କେଉଁଠି ରୋଷଣୀ (Bridal procession) ସମୟରେ ଅନେକ ପରମ୍ପରା ଦେଖିବାକୁ ମିଳିଥାଏ । ଏପରି କି ବିବାହ ପରେ ମଧ୍ୟ ପୂର୍ବ ପୁରୁଷରୁ ରହିଆସିଥିବା ଅନେକ ପରମ୍ପରା ଦେଖିବାକୁ ମିଳିଥାଏ । ଆଜି ଆପଣଙ୍କୁ ଯେଉଁ ପରମ୍ପରା ବିଷୟରେ ଜଣାଇବୁ ତାହା ଖୁବ୍ ଭିନ୍ନ ଓ ଆପଣଙ୍କୁ ତାହା ଆଶ୍ଚର୍ଯ୍ୟ କରାଇପାରେ । କାରଣ ଆମ ଦେଶରେ ଏପରି ଏକ ଗାଁ ରହିଛି ଯେଉଁଠି ମଙ୍ଗୁଳା ବର ରୋଷଣୀରେ ବିବାହ (Marriage) କରିବାକୁ ଯିବା ପୂର୍ବରୁ ନିଜ ମାଙ୍କଠାରୁ ସ୍ତନ୍ୟପାନ (Breast Feeding) କରିଥାଏ ।


COMMERCIAL BREAK
SCROLL TO CONTINUE READING

ରାଜସ୍ଥାନରେ ଏଭଳି ଏକ ଅଞ୍ଚଳ ରହିଛି ଯାହାର ନାମ ବିଜୁଳିଆନ୍ । ଏଠିକାର ଲୋକମାନେ ଖୁବ୍ ସରଳ ହୋଇଥିବାବେଳେ ଏମାନେ ପୂର୍ବ ପୁରୁଷରୁ ରହିଆସିଥିବା ପରମ୍ପରାକୁ ମାନି ଚଳିଥାନ୍ତି । ନିଜ ପୁଅର ବିବାହ ସମୟରେ ଜନ୍ମଦାତ୍ରୀ ମାଆ ଏକ ନିଆରା ଢଙ୍ଗରେ ପୁଅକୁ ଆଶୀର୍ବାଦ କରିବାର ପ୍ରଥା କାହିଁ କେଉଁ କାଳରୁ ରହିଆସିଛି । ବିଶ୍ୱାସ ଅନୁସାରେ ବରର ମାଆ ନିକଟସ୍ଥ ଗ୍ରାମଦେବତୀ ମାଆ ଶୀତଳା ମାତାଙ୍କ ନିକଟରେ ପୁଅ ପାଇଁ ମାନସିକ ମଧ୍ୟ କରିଥାନ୍ତି । ସେ ମାଆ ଶୀତଳା ଦେବୀଙ୍କୁ କୁହନ୍ତି ଯେ, ମାଆ ଆଜି ତୋରି ଦୟାରୁ ମୁଁ ମୋ ପୁଅକୁ ଛାତିରୁ କ୍ଷୀର ଖୁଆଇ ଛୋଟରୁ ବଡ଼ କରିପାରିଛି । ଏମିତି ସବୁବେଳେ ତୋର ଆଶୀର୍ବାଦ ଆମ ପରିବାର ଉପରେ ରହିଥାଉ । ସବୁବେଳେ ମୋ ପୁଅକୁ ଘଣ୍ଟ ଘୋଡାଇ ରଖିଥା .. ଏପରି କହି ପ୍ରତ୍ୟକ ମାଆମାନେ ଗ୍ରାମ ଦେବତୀ ଶୀତଳା ଦେବୀଙ୍କ ନିକଟରେ ନିଜ ସନ୍ତାନର ସୁମଙ୍ଗଳ କାମନା କରିଥାନ୍ତି । ତେବେ ଆପଣଙ୍କୁ କହିରଖୁଛୁ ଯେ, ରାଜସ୍ଥାନର ବିଜୁଳିଆନରେ ଥିବା ଏହି ଛୋଟ ଗାଁଟିରେ ପ୍ରାୟ ୧୨ଟି କୁମ୍ଭାର ପରିବାର ବସବାସ କରନ୍ତି । ଗ୍ରାମ ନିକଟରେ ୨ଟି ଦେବୀଙ୍କ ମନ୍ଦିର ରହିଛି । ନିକଟସ୍ଥ ଗ୍ରାମଦେବତୀଙ୍କୁ କୌଣସି ବ୍ରାହ୍ମଣ ନୁହେଁ ବରଂ ସେହି ଗ୍ରାମର କୁମ୍ଭାରମାନେ ପୂଜାର୍ଚ୍ଚନା କରିଥାନ୍ତି । 


କୁମ୍ଭାର ପରିବାରର ମହିଳାମାନେ ଗ୍ରାମଦେବତୀଙ୍କୁ ଖୁବ୍ ମାନିବା ସହ ପୂଜାର୍ଚ୍ଚନା କରିଥାନ୍ତି । ପରିବାରର ପ୍ରତ୍ୟକ ଶୁଭ ଅଶୁଭ ଖବର ପ୍ରଥମେ ମାଆଙ୍କୁ ଜଣାନ୍ତି । ବିପଦ ସମୟରେ ଗ୍ରାମଦେବତୀ ଡାକ ଶୁଣନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀଙ୍କର ଦୃଢ ବିଶ୍ୱାସ ରହିଛି । ବିବାହ ପରି ଶୁଭ କାର୍ଯ୍ୟ ହେଲେ ଗ୍ରାମଦେବତୀଙ୍କ ପାଇଁ ପ୍ରଥମେ ନୂଆ ପୋଷାକ (New Dress) କରାଯାଏ । ଶୀତଳା ସପ୍ତମୀ ଦିନ ଗ୍ରାନମଦେବତୀ ଶୀତଳା ମାତାଙ୍କ ନିକଟରେ ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିଚ ହୋଇଥାଏ । ମାଆଙ୍କୁ ବିଭିନ୍ନ ପ୍ରକାରର ଫୁଲ ଫଳ ତଥା ଭୋଗ ସମର୍ପିତ କରାଯାଏ । ବିଶେଷ କରି ଅନ୍ୟ ଗାଁରୁ ଆସିଥିବା ମାନସିକଧାରୀମାନେ ଏହି ଦିନ ଅଧିକ ଭିଡ ଲଗାନ୍ତି । ସେମାନଙ୍କ ମାନସିକ ପୂରଣ ହୋଇଥିଲେ ସେମାନେ ମାଆଙ୍କ ନିକଟରେ ସୁନା କିମ୍ୱା ରୂପା (Gold or Silver) ଅଳଙ୍କାର ମଧ୍ୟ ପ୍ରଦାନ କରିଥାନ୍ତି । ଏଥିସହିତ ମାଆଙ୍କୁ ହୁଣ୍ଡିରେ ଭକ୍ତମାନେ ଟଙ୍କା ମଧ୍ୟ ଦାନ କରିଥାନ୍ତି । କେବଳ ସେତିକି ନୁହେଁ ମହିଳାମାନେ ବିଶ୍ୱାସ କରନ୍ତି ଯେ, ମାତା ଶୀତଳା ଦେବୀ ଭକ୍ତମାନଙ୍କୁ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରନ୍ତି ।


Also read- Jio Cheapest Recharge Plan: ୭୫ ଟଙ୍କାରେ ଅନଲିମିଟେଡ୍ କଲ ସହ ଇଣ୍ଟରନେଟ୍ !