ACF Soumya Death Case: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ (ACF Soumya Death Case) ମୃତ୍ୟୁ ମାମଲା । ଏ-ହି ଘଟଣାରେ ଦିନକୁ ଦିନ ନୂଆ ଟ୍ବିଷ୍ଟ ଆସୁଛି । ଆଇନର ଜାଲରୁ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରା ଖସି ଯିବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏହାରି ଭିତରେ ଘଟଣାରେ ଆଉ ଏକ ଟ୍ବିଷ୍ଟ ଆସିଛି । ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କ ନାଁରେ ଲାଗିପାରେ ହତ୍ୟା ଦଫା ? କାହିଁକିନା ୨୭ ତାରିଖରେ ଏହାର ଶୁଣାଣି କରିବେ ହାଇକୋର୍ଟ। ଅଭିଯୁକ୍ତମାନଙ୍କ ନାଁରେ ପାରଳାଖେମୁଣ୍ଡି ଏସଡ଼ିଜେଏମଙ୍କ (Paralakhemundi SDJM court )ଦ୍ୱାରା ଜାରି ଏନବିଡବ୍‌ଲ୍ୟୁ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। ଏହି ମାମଲାରେ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ମଧ୍ୟ ନିଜର ପକ୍ଷ ହାଇକୋର୍ଟରେ ରଖିଛନ୍ତି। ଏହା ହତ୍ୟାକାଣ୍ଡ ବୋଲି ପର୍ଯ୍ୟାପ୍ତ ପ୍ରମାଣ ରହିଥିବା କହିଛନ୍ତି ଅଭିରାମଙ୍କ ଓକିଲ ପାର୍ଥସାରଥୀ ନାୟକ।


COMMERCIAL BREAK
SCROLL TO CONTINUE READING

Also Read: OJEE Counselling 2023: ଆଜିଠୁ ଓଜେଇଇ କାଉନସେଲିଂ,ଜାଣନ୍ତୁ କେତୋଟି ପର୍ଯ୍ୟାୟରେ ହେବ ସିଟ୍ ଆଲଟ୍‌ମେଣ୍ଟ?


Also Read: Mangal Gochar 2023: ମଙ୍ଗଳଙ୍କ କୃପାରୁ ଏହି ସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଆଜିଠୁ ଲାଗିଲା ଲଟେରି, ହେବ ଟଙ୍କାର ବର୍ଷା ବଢିବ ମାନ ସମ୍ମାନ !


ସେଥିପାଇଁ ସୌମ୍ୟଙ୍କ ପରିବାର ପ୍ରୋଟେଷ୍ଟ ପିଟିସନ ଦାୟର କରିଥିବା କହିଛନ୍ତି। ହାଇକୋର୍ଟ ଜୁଲାଇ ୨୭ରେ ପୁଙ୍ଖାନୁପୁଙ୍ଖ ଭାବେ ଶୁଣିବା ପରେ ସେମାନଙ୍କ ସପକ୍ଷରେ ନ୍ୟାୟ ମିଳିବ ବୋଲି ଆଶାବାଦୀ ଅଛନ୍ତି।  ଯେତେବେଳେ , ପାରଳାଖେମୁଣ୍ଡି ଏସଡିଜେଏମ୍  ଜାମିନ ବିହୀନ ଗିରଫ ପରୱାନା (NBW) ଜାରି କରିଥିଲେ । ସେତେବେଳେ ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ୍ ବିଦ୍ୟାଭାରତୀଙ୍କ(bidya Bharati) କପ୍ତିପଦାସ୍ଥିତ ପୈତୃକ ବାସଭବନରେ ଚଢ଼ଉ କରିଥିଲା । ଏହି ସମୟରେ କୌଣସି ଖୋଜ ଖବର ମିଳିନାହିଁ । ତାଙ୍କ ବାପା, ମାଙ୍କୁ ପଚରାଉଚରା ମଧ୍ୟ କରିଥିଲା । ଏବେ ତାଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ବିଦ୍ୟାଭାରତୀ ବୈଶିଙ୍ଗା ଥାନା ନଡ଼ପୁର-ନୂଆଗାଁରେ ପ୍ରାଣୀଧନ ନିରୀକ୍ଷକ ବା ଏଲ୍ଆଇ ଭାବେ କାର୍ଯ୍ୟରତ ଅଛନ୍ତି ।


ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି। ଜାରି ହୋଇଥିବା ଏନବିଡବ୍ଲୁ ଉପରେ ରୋକ ଲଗାଯାଇଛି ହାଇକୋର୍ଟ । ହାଇକୋର୍ଟ କଠୋର କାର୍ଯ୍ୟାନୁଷ୍ଠାନ ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାରଳାଖେମୁଣ୍ଡି ଏସଡିଜିଏମ୍‌ଙ୍କ ନିର୍ଦ୍ଦେଶ ଉପରେ ବିଦ୍ୟାଭାରତୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆବେଦନକାରୀଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ପାରଳାଖେମୁଣ୍ଡି ଏସଡିଜିଏମ୍‌ଙ୍କୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଆସିଥିଲେ ବିଦ୍ୟାଭାରତୀ । ପୂର୍ବରୁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଅଶ୍ୱସ୍ତି ମିଳିଥିଲା ।  ଡିଏଫ୍ଓ ସଂଗ୍ରାମ ବେହେରା, ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟାଙ୍କ ବିରୋଧରେ (ଏନବିଡବ୍ଲ୍ୟୁ) ଜାରି କରିଥିଲେ ପାରଳାଖେମୁଣ୍ଡି ଏସଡିଜିଏମ୍‌।


ସୂଚନା ଅନୁସାରେ, ଗତ ୨୦୨୧ ମସିହା ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟରରୁ ଏସିଏଫ୍ ସୌମ୍ୟରଞ୍ଜନଙ୍କୁ (ACF Soumya ranjan) ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ୨ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାର ତଦନ୍ତ ଭାର ରାଜ୍ୟ ସରକାର (government of odisha) କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ତେବେ କ୍ରାଇମବ୍ରାଞ୍ଚ (Crime Branch) ଏହାକୁ ଏକ ଦୁର୍ଘଟଣା ବୋଲି ଦର୍ଶାଇ ଫାଇଲ ବନ୍ଦ କରିଦେଇଥିଲା । ସୌମ୍ୟରଞ୍ଜନଙ୍କୁ ବାପା ଅଭିରାମ ମହାପାତ୍ର ତତ୍କାଳୀନ ଡ଼ିଏଫଓ ସଂଗ୍ରାମ ବେହେରା, ବିଦ୍ୟାଭାରତୀ ଓ ରୋଷେୟାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ପାରଳାଖେମୁଣ୍ତି ଏସଡ଼ଜେଏମଙ୍କ କୋର୍ଟରେ ପିଟିସନ୍ (Petition) ଦାଏର କରିଥିଲେ ।