Insect Found in Flight Meal: ସୋମବାର ମୁମ୍ବାଇ ଠାରୁ ଚେନ୍ନାଇ ଅଭିମୁଖେ ଏୟାର ଇଣ୍ଡିଆ ବିମାନରେ ବ୍ୟବସାୟିକ ଶ୍ରେଣୀରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଏକ ଭିଡ଼ିଓ ସେୟାର କରିଛନ୍ତି। ଭିଡ଼ିଓ ସେୟାର କରି ଯାତ୍ରୀ ଜଣଙ୍କୁ ତାଙ୍କ ବିମାନ ଯାତ୍ରା ମିଳିଥିବା ଖାଦ୍ୟରୁ  ପୋକ ବାହାରିବା ଘଟଣା ଦର୍ଶାଇଛନ୍ତି। ମହାବୀର ଜୈନ ନାମକ ଜଣେ ଯାତ୍ରୀ ଟ୍ୱିଟ କରି କହିଛନ୍ତି ଯେ, "ବ୍ୟବସାୟିକ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପରିବେଷିତ ହୋଇଥିବା ଖାଦ୍ୟରେ କୀଟ ପତଙ୍ଗ ବାହାରୁଛନ୍ତି। ଏହି ଘଟଣାର ଭିଡ଼ିଓ ଟ୍ୱିଟ କରି ଯାତ୍ରୀ ମହାବୀର ଜୈନ ଏହାକୁ ଏୟାର ଇଣ୍ଡିଆ ଉଦ୍ଦେଶ୍ୟରେ ଟ୍ୟାଗ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଏହା ଉପରେ ଜବାବ ରଖି ଏୟାର ଇଣ୍ଡିଆ କହିଛି: "ପ୍ରିୟ ଶ୍ରୀ ମହାବୀର ଜୈନ, ଆମ ସହିତ ଯାତ୍ରା କରିବା ସମୟରେ ଆପଣଙ୍କ ସମସ୍ୟାକୁ ନେଇ ଆମେ ଦୁଃଖିତ। ଏହା ଶୁଣିବାକୁ ଆମକୁ ଭଲ ଲାଗୁ ନାହିଁ। ଯାତ୍ରା ବେଳେ ସ୍ୱଚ୍ଛତା ନିଶ୍ଚିତ କରିବାକୁ ଆମେ କଡା ପଦକ୍ଷେପ ଗ୍ରହଣ କରୁଛୁ। ତଥାପି, ଆପଣ ଆପଣର ଯାତ୍ରା ତାରିଖ ଏବଂ ସିଟ୍ ନମ୍ବର ସହିତ ବିମାନ ବିବରଣୀ ଦୟା କରି ଆମ ପାଖକୁ ପଠାଇ ପାରିବେ? ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଏ ସମ୍ପର୍କରେ ଆମର କ୍ୟାଟରିଂ ଦଳକୁ ଅବଗତ କରାଇବୁ। " ଏହା ପୂର୍ବରୁ, ସେହି ଦିନ ଏୟାର ଇଣ୍ଡିଆ ପାଖକୁ ଆସିଥିବା ଏଭଳି ଦୁଇଟି ଅଭିଯୋଗ ସାମ୍ନାକୁ ଆସିଥିଲା।


ନ୍ୟୁୟର୍କସ୍ଥିତ ଜନ୍ ଏଫ୍ କେନେଡି ବିମାନବନ୍ଦର ଠାରେ ଏୟାର ଇଣ୍ଡିଆ ବିମାନର ବ୍ୟବସାୟିକ ଶ୍ରେଣୀରେ ଯାତ୍ରା କରୁଥିବା ଭାରତୀୟ କୂଟନୀତିଜ୍ଞ ଏଭଳି ଏକ ଅଭିଯୋଗ ଆଣି ସାରିଛନ୍ତି। ଗାଏନା, ଆଣ୍ଟିଗୁଆ ଏବଂ ବାରବୁଡା, ସେଣ୍ଟ କିଟ୍ସ ଏବଂ ନେଭିସ୍ ଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଡ.ଶ୍ରୀନିବାସା ଅଭିଯୋଗ କରିଛନ୍ତି ଯେ ଜେଏଫକେ ବିମାନବନ୍ଦର ଠାରେ ଏୟାର ଇଣ୍ଡିଆ ବିମାନ ଶ୍ରେଣୀରେ ପ୍ରଦାନ କରାଯାଇଥିବା ଖାଦ୍ୟ ପାତ୍ର ଖାଲି ରହିଥିଲା। ଯାହା ଏୟାର ଇଣ୍ଆ ସଂସ୍ଥାର ଦାୟିତ୍ୱହୀନ କର୍ମଚାରୀଙ୍କ ପାଇଁ ଏଭଳି ସମସ୍ୟା ଉପୁଜିଥିଲା। 


ସେହିପରି ନାଗପୁର ଠାରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ସମୟରେ ତାଙ୍କୁ ଅସନ୍ତୁଷ୍ଟ ଭୋଜନ ଦିଆଯିବା ପରେ ଜଣାଶୁଣା ରୋଷେୟା ସଞ୍ଜୀବ କପୁର ସୋମବାର ଏୟାର ଇଣ୍ଡିଆ ବିରୋଧରେ ଅଭିଯୋଗ ଆଣିଥିଲେ।