Air India cancelled its flights to Dubai:  ଲଗାତାର ବର୍ଷା ମଧ୍ୟରେ ଏୟାର ଇଣ୍ଡିଆ ଦୁବାଇ ଅଭିମୁଖେ ବିମାନ ଉଡ଼ାଣ ବାତିଲ କରିବାକୁ ଘୋଷଣା କରିଛି। ଲଗାତାର ବର୍ଷ କାରଣରୁ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ଶୁକ୍ରବାର ଏହି ବିମାନ ସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଅପରେସନ୍ ଆରମ୍ଭ ହେବା ମାତ୍ରେ ପ୍ରଭାବିତ ଯାତ୍ରୀଙ୍କୁ ବିମାନରେ ସ୍ଥାନ ଦେବାକୁ ଚେଷ୍ଟା କରୁଛି। ଅର୍ଥାତ ଯାତ୍ରା ପାଇଁ ଏୟାର ଇଣ୍ଡିଆ ବିକଳ୍ପ ବ୍ୟବସ୍ଥା କରୁଛି। ସେହି ଗ୍ରାହକ ଯେଉଁମାନେ ଅପ୍ରେଲ୍ ୨୧ ତାରିଖ ପର୍ଯ୍ୟନ୍ତ ଯାତ୍ରା ପାଇଁ ବୈଧ ଟିକେଟ୍ ବୁକ୍ କରିଥିଲେ, ଯଦି ସେମାନ ଟିକେଟ ବାତିଲ୍ ତାହେଲେ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିଯିବ।


COMMERCIAL BREAK
SCROLL TO CONTINUE READING

ବିମାନ ଉଡ଼ାଣ ବାତିଲ ହେବା ସମ୍ପର୍କରେ ପ୍ରତିକ୍ରିୟା ରଖିଛି ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ। ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଦୁବାଇ ବିମାନ ବନ୍ଦରରେ ଉପୁଜିଥିବା ସମସ୍ୟା କାରଣରୁ ବିମାନ ଉଡ଼ାଣ ବାତିଲ କରିବାକୁ ନେଇ ଆମେ ଦୁଃଖିତ। ଦୁବାଇ ବିମାନ ବନ୍ଦର ପୁନର୍ବାର କାର୍ଯ୍ୟକ୍ଷମ ହେବା ମାତ୍ରେ ସେମାନଙ୍କୁ ପ୍ରଭାବିତ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଆମେ ଚେଷ୍ଟା କରୁଛୁ। ଯେଉଁ 
ଯାତ୍ରୀ ଅପ୍ରେଲ୍ ୨୧ ତାରିଖ ପର୍ଯ୍ୟନ୍ତ ଯାତ୍ରା ପାଇଁ ବୈଧ ଟିକେଟ୍ ବୁକ୍ କରିଥିଲେ, ଯଦି ସେମାନ ଟିକେଟ ବାତିଲ୍ ତାହେଲେ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିଯିବ। ଅଧିକ ସୂଚନା ପାଇଁ ଦୟାକରି ଆମର ୨୪/୭ ଯୋଗାଯୋଗ କେନ୍ଦ୍ରକୁ ୦୧୧-୬୯୩୨୯୩୩୩/ ୦୧୧-୬୯୩୨୯୯୯୯ ଯୋଗେ କଲ କରନ୍ତୁ କିମ୍ବା ଆମର ୱେବସାଇଟ୍ http://airindia.com ପରିଦର୍ଶନ କରନ୍ତୁ। 


ନିକଟରେ ସଂଯୁକ୍ତ ଆରବ ଅମିରାତ (ୟୁଏଇ) ଠାରେ ହୋଇଥିବା ପ୍ରବଳ ବର୍ଷା କାରଣରୁ ସମଗ୍ର ଦେଶର ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା କାରଣରୁ ଦେଶର ପ୍ରମୁଖ ସହର ତଥା ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ ବିମାନ ବନ୍ଦର ଦୁବାଇ ଏୟାରପୋର୍ଟ ଠାରେ ବିମାନ ସେବା ପ୍ରଭାବିତ ହୋଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ୟୁଏଇ ରାଜଧାନୀ ଆବୁଧାବି ସ୍ଥିତ ଭାରତୀୟ ଦୂତାବାସ ବିମାନ ଚଳାଚଳ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ବିମାନ ବନ୍ଦର ଦେଇ ଯାତ୍ରା କରୁଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି। ଦୁବାଇ ସ୍ଥିତ ଥିବା ଭାରତୀୟ ବାଣିଜ୍ୟକ ଦୂତାବାସ ମଧ୍ୟ ଯାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କରିଛି।


ପାଣିପାଗ ଜନିତ କାରଣରୁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ସାମୟିକ ଭାବେ ବିମାନ ଚଳାଚଳ ସଂଖ୍ୟାକୁ ସୀମିତ କରାଯାଇଛି। ଦୁବାଇ ସ୍ଥିତ କନସୁଲେଟ୍ ଜେନେରାଲ୍ ଗୁରୁବାର ଦିନ ୟୁଏଇ କର୍ତ୍ତୃପକ୍ଷ ଏବଂ ଏୟାରଲାଇନ୍ସ ସହିତ ନିରନ୍ତର ଯୋଗାଯୋଗରେ ରହି ଭାରତୀୟ ଯାତ୍ରୀ ଏବଂ ସେମାନଙ୍କ ପରିବାର ମଧ୍ୟରେ ଯୋଗାଯୋଗକୁ ସୁଗମ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଯାତ୍ରୀଙ୍କ ପାଇଁ ପ୍ରବାସୀ ଭାରତୀୟ ସମ୍ପ୍ରଦାୟ ସଙ୍ଗଠନ ସହ ମିଳିତ ଭାବେ କାର୍ଯ୍ୟ କରାଯାଉଥିବା କୁହାଯାଇଛି।