Amarnath Yatra 2024: ଆଜିଠାରୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା । ଗୁମ୍ଫା ମଧ୍ୟରେ ବରଫ ଲିଙ୍ଗ ଦର୍ଶନ କରିବେ ଭକ୍ତ। ଗଣ୍ଡରଓ୍ବାଲ ଜିଲ୍ଲାରେ ଥିବା ବାଲତାଲ ବେସ୍ କ୍ୟାମ୍ପରୁ ଶ୍ରଦ୍ଧାଳୁମାନେ ଯାତ୍ରା ଆରମ୍ଭ କରିଛନ୍ତି । ଆଉ ବମ୍ ବମ୍ ଭୋଲେ ନାରାରେ ଫାଟି ପଡୁଛି ରାସ୍ତା। ପ୍ରଥମ ବ୍ୟାଚରେ ୪,୬୦୦ଜଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି। ସେପଟେ ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୨୫ ଲଙ୍ଗର ଖୋଲାଯାଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଶ୍ରାବଣ ପୂର୍ଣ୍ଣିମା ( ଅଗଷ୍ଟ ୧୯) ପର୍ଯ୍ୟନ୍ତ ଚାଲିବ ।


COMMERCIAL BREAK
SCROLL TO CONTINUE READING

ସୂଚନ ଯୋଗ୍ୟ ଯେ,  ଚଳିତବର୍ଷ ୩ ଲକ୍ଷ ୫୦ ହଜାର ଶ୍ରଦ୍ଧାଳୁ ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ କରିଥିବା ଜଣାପଡିଛି। ପ୍ରତିବର୍ଷ ଦୁଇଟି ରୁଟରେ ଶ୍ରଦ୍ଧାଳୁମାନେ ଅମରନାଥ ଦର୍ଶନ କରିଥାନ୍ତି । ଅନନ୍ତନାଗ ଜିଲ୍ଲାର ପେହେଲଗାମ୍ ରୁଟ ୪୮ କିଲୋମିଟର ହୋଇଥିବା ବେଳେ ଗଣ୍ଡରବାଲ ଜିଲ୍ଲାର ବାଲତାଲ ରୁଟ୍ ମାତ୍ର ୧୪ କିଲୋମିଟର । କିନ୍ତୁ ସବୁଠୁ ବଡ଼ କଥା ହେଲା ,ଏହି ରାସ୍ତା ଅତ୍ୟନ୍ତ ଖରାପ୍ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିଥାଏ।


ତେବେ ଅମରନାଥର ଗୁମ୍ପାକୁ ନେଇ ଅନେକ ରହସ୍ୟମୟ ଲୋକକଥା ରହିଛି। ବିଶ୍ୱାସ ଅନୁସାରେ, ଅମରନାଥର ଏହି ଗୁମ୍ଫାରେ ପାହଡ଼ରୁ ପାଣି ଝରି ଏହି ଲିଙ୍ଗ ଆବିର୍ଭାବ ହୋଇଥାଏ। ଏପରିକି ଭଗବାନ ଶିବଙ୍କର ଏହି ବରଫ ଲିଙ୍ଗ ନିକଟରେ ଆଉ ୨ଟି ଛୋଟ ବରଫ ମୂର୍ତ୍ତି ଦେଖିବାକୁ ମିଳେ। ଆଉ ଲୋକ ବିଶ୍ବାସ ଅନୁସାରେ, ଏହି ୨ଟି  ଦୁଇଟି ବରଫ ମୂର୍ତ୍ତି ହେଉଛି ମାତା ପାର୍ବତୀ ଓ ବିଘ୍ନବିନାଶକ ଗଜାନନଙ୍କର ।