Bharatpur PS Case: ଭୁବନେଶ୍ୱର: ଭରତପୁର ଥାନା ନିର୍ଯାତନା ମାମଲାରେ ପୀଡ଼ିତା ତଥା ଭାରତୀୟ ସେନାର କ୍ୟାପ୍ଟେନ ଗୁରୁବଂଶ ସିଂହ, ତାଙ୍କ ବାନ୍ଧବୀ, ବାନ୍ଧବୀଙ୍କ ବାପା ଏବଂ କିଛି ପୂର୍ବତନ ସେନା ଅଧିକାରୀ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିଛନ୍ତି। ଲୋକସେବା ଭବନରେ ଏଥିଲାଗି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଗତକାଲି ରାତିରେ ନେଇଥିବା ଶକ୍ତ ପଦକ୍ଷେପକୁ ପୂର୍ବତନ ସେନା କର୍ମଚାରୀ ଏବଂ ପୀଡ଼ିତାଙ୍କ ପରିବାର ପକ୍ଷରୁ ସ୍ୱାଗତ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

୧୪ ତାରିଖ ରାତିରେ ଥାନାରେ ଅଙ୍କିତା ଏବଂ ତାଙ୍କ ପୁରୁଷ ବନ୍ଧୁ ଗୁରୁବଂଶ ଏତଲା ଦେବାକୁ ଆସିଥିବା ବେଳେ ଥାନା ଭିତରେ ଥିବା ପୁଲିସ କର୍ମଚାରୀ ସହାୟତା ଦେବା ବଦଳରେ ତାଙ୍କୁ ନିର୍ଯାତନା ଦେଇଥିଲେ। ଜଣେ ସେନା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କୁ ହାଜତରେ ବନ୍ଦ ରଖିଥିବା ଅଭିଯୋଗ ହୋଇଛି। ଏହି ମାମଲାକୁ ନେଇ ଗଲା କିଛିଦିନ ଦେଲା ସାରା ଭାରତରେ ଭୁବନେଶ୍ୱ ପୁଲିସକୁ ନିନ୍ଦା କରାଯାଇଛି। ପୁଲିସ ଏ ଘଟଣାରେ ପୀଡ଼ିତା ପ୍ରଥମେ ଦୁର୍ବ୍ୟବହାର କରିଥିବା ତଥା ମଦ ପିଇ ଥାନାରେ ପୁଲିସ କର୍ମଚାରୀଙ୍କ ପ୍ରତି ଅସଦ୍‍ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଆରୋପ ପ୍ରତ୍ୟାରୋପ କିନ୍ତୁ ସୋଶାଲ୍‍ ମିଡିଆାରେ ଯଥେଷ୍ଟ ଚର୍ଚ୍ଚା ହେଉଛି। 


ନିକଟରେ ୧୦୦ ଦିନ ପୂରଣ କରିଥିବା ସରକାର ଏହିଭଳି ଏକ ଘଟଣାକୁ ନେଇ ଅଡ଼ୁଆରେ ପଡ଼ିଥିବା ମନେ ହେଉଛି। ଯଦିଓ ପ୍ରଥମେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ସରକାର ନିଲମ୍ବନ କରିଛନ୍ତି କିନ୍ତୁ ପୁଲିସ କର୍ମାଚାରୀ ପ୍ରଥମେ ଏହି ଘଟଣାରେ ପୀଡ଼ିତାଙ୍କୁ ଦୋଷୀ ବୋଲି ଗ୍ରହଣ କରିଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ମଧ୍ୟ ପ୍ରଶାସନ ଉପରେ ଚାପ ପକାଉଛନ୍ତି। 


ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ବିଚାରବିଭାଗୀୟ ତଦନ୍ତ  ସୁପାରିସ କରାଯାଇଛି।  ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ଏହି ତଦନ୍ତ ପାଇଁ ନିୟୋଜିତ କରାଯାଇଛି।  ୬୦ ଦିନ ଭିତରେ ଏହି ତଦନ୍ତ ରିପୋର୍ଟ ଆସିବ ବୋଲି ଆଦେଶ ଦିଆଯାଇଛି।