Accident News: ଝରଣା ପାଣିରେ ଭାସିଯାଇ ୨ ମୃତ, ଜଣେ ନିଖୋଜ
Advertisement
Article Detail0/zeeodisha/odisha2442616

Accident News: ଝରଣା ପାଣିରେ ଭାସିଯାଇ ୨ ମୃତ, ଜଣେ ନିଖୋଜ

ଭୁବନେଶ୍ୱର: ମାଲକାନଗିରି ସିମାନ୍ତ ଆନ୍ଧ୍ରପ୍ରଦେଶର ଆଲୁରି ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଆଲୁରି ଜିଲ୍ଲାରେ ଥିବା ଜଳ ତରଙ୍ଗିନୀ ଝରଣାକୁ ବୁଲିବାକୁ ଆସିଥିବା ୧୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଭାସିଯାଇଥିବା ସୂଚନା ରହିଛି। ତେବେ ଭାସିଯାଇଥିବା ଛାତ୍ରାଛାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ଭାସିଯାଉଥିବା ବେଳେ ଦୁଇ ଜ

Accident News: ଝରଣା ପାଣିରେ ଭାସିଯାଇ ୨ ମୃତ, ଜଣେ ନିଖୋଜ

Accident News: ଭୁବନେଶ୍ୱର: ମାଲକାନଗିରି ସିମାନ୍ତ ଆନ୍ଧ୍ରପ୍ରଦେଶର ଆଲୁରି ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଆଲୁରି ଜିଲ୍ଲାରେ ଥିବା ଜଳ ତରଙ୍ଗିନୀ ଝରଣାକୁ ବୁଲିବାକୁ ଆସିଥିବା ୧୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଭାସିଯାଇଥିବା ସୂଚନା ରହିଛି। ତେବେ ଭାସିଯାଇଥିବା ଛାତ୍ରାଛାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ଭାସିଯାଉଥିବା ବେଳେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ଖବର ରହିଛି।  

ମିଳିଥିବା ସୂଚନା ଅନୁଯାୟୀ ୧୩ ଜଣ ଛାତ୍ରଛାତ୍ରୀ ବୁଲିବାକୁ ଆସି ଝରଣା କୂଳରେ ବସି ଗପସପ କରୁଥିଲେ। ଏହି ସମୟରେ ଝରଣାରେ ପାଣି ମାଡି ଆସିଥିଲା। ହଟାତ ଜଳସ୍ତର ବଢିଯିବାରୁ ସେମାନଙ୍କ ମଧ୍ୟରୁ ୫ ଜଣ ଝରଣାପାଣିରେ ଭାସିଯାଇଥିଲେ। ମାତ୍ର ସ୍ଥାନୀୟ ଲୋକଙ୍କ ସହାୟତାରେ ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଆଉ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଛାତ୍ରୀ ରହିଛନ୍ତି। ସେହିପରି ଉଦ୍ଧାର ମଧ୍ୟରେ ଜଣେ ଛାତ୍ର ଓ ଜଣେ ଛାତ୍ରୀ ରହିଛନ୍ତି। ଅନ୍ୟ ଜଣେ ନିଖୋଜ ରହିଛନ୍ତି। 

ରାତିରେ ନିଖୋଜ ଛାତ୍ରୀଙ୍କୁ ଖୋଜାଖୋଜି କରାଯାଇଥିଲା। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା। ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଆଜି ସକାଳେ ଉଦ୍ଧାରକାରୀ ଦଳ ନିଖୋଜ ଛାତ୍ରୀଙ୍କୁ ଖୋଜାଖୋଜି କରୁଛନ୍ତି। ସମସ୍ତ ଛାତ୍ରଛାତ୍ରୀ ଏଲୁର ମେଡିକାଲ କଲଜେର ବୋଲି ଜଣାଯାଇଛି।