Bharatpur PS Case: ସରକାରଙ୍କ ନିଷ୍ପତ୍ତିକୁ ଦେଖି ଆନ୍ଦୋଳନ ପ୍ରତ୍ୟାହୃତ କଲା ବିଜେଡି
Advertisement
Article Detail0/zeeodisha/odisha2442599

Bharatpur PS Case: ସରକାରଙ୍କ ନିଷ୍ପତ୍ତିକୁ ଦେଖି ଆନ୍ଦୋଳନ ପ୍ରତ୍ୟାହୃତ କଲା ବିଜେଡି

ଭୁବନେଶ୍ୱର: ଭରତପୁର ଘଟଣାରେ ବିଜେଡି ହରତାଳ ଆନ୍ଦୋଳନ କରିବ ନାହିଁ। ସରକାର ନେଇଥିବା ପଦକ୍ଷେପକୁ ସମ୍ମାନ ଦେଇ ବିଜେଡି ଏହି ପଦକ୍ଷେପ ନେଇଥିବା ସ୍ପଷ୍ଟ କରିଛି। ଆଜି ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ଅରୁଣ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,  ବିରୋଧୀ ଦଳ ନେତା ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଥିଲେ।

Bharatpur PS Case: ସରକାରଙ୍କ ନିଷ୍ପତ୍ତିକୁ ଦେଖି ଆନ୍ଦୋଳନ ପ୍ରତ୍ୟାହୃତ କଲା ବିଜେଡି

Bharatpur PS Case: ଭୁବନେଶ୍ୱର: ଭରତପୁର ଘଟଣାରେ ବିଜେଡି ହରତାଳ ଆନ୍ଦୋଳନ କରିବ ନାହିଁ। ସରକାର ନେଇଥିବା ପଦକ୍ଷେପକୁ ସମ୍ମାନ ଦେଇ ବିଜେଡି ଏହି ପଦକ୍ଷେପ ନେଇଥିବା ସ୍ପଷ୍ଟ କରିଛି। ଆଜି ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ଅରୁଣ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,  ବିରୋଧୀ ଦଳ ନେତା ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଥିଲେ। ରାଜ୍ୟ ସରକାର ଏହାକୁ ଗ୍ରହଣ କରିଥିବାରୁ ପୀଡ଼ିତାଙ୍କୁ ନ୍ୟାୟ ମିଳିବ ଏବଂ ପ୍ରକୃତ ସତ୍ୟ ଉଦ୍‍ଘାଟିତ ହେବ ବୋଲି ଦଳ ଆଶା କରିଛି। ଏଣୁ ସାମୟିକ ଭାବେ ଏହି ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଛି ବୋଲି କହିଛନ୍ତି ଶ୍ରୀ ମିଶ୍ର। 

୧୪ ତାରିଖ ବିଳମ୍ବିତ ରାତିରେ ଭରତପୁର ଥାନାରେ ଏତଲା ଦାଏର କରିବାକୁ ଆସିଥିବା କ୍ୟାପ୍ଟେନ ଗୁରୁଓ୍ୱଂଶ ସିଂହ ଏବଂ ତାଙ୍କ ବାନ୍ଧବୀଙ୍କ ଉପରେ ପୁଲିସ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ କେନ୍ଦ୍ର କରି ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ରାଜ୍ୟ ପୁଲିସ ବିଭାଗ ପ୍ରଥମେ ଏହି ଘଟଣା ପାଇଁ: ଏତଲାକାରୀଙ୍କୁ ଦାୟୀ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଘଟଣାରେ ପୀଡ଼ିତା ଯେଉଁ ଅଭିଯୋଗ ଆଣିଥିଲେ ତାହା ସାରା ଦେଶରେ ଆଲୋଡ଼ଧନ ସୃଷ୍ଟି  କରିଥିଲା। ଜଣେ  ସେନା ଅଧିକାରୀଙ୍କୁ ହାଜତରେ ବନ୍ଦ କରିବା ନେଇ ଉଦ୍‍ବେଗ ସୃଷ୍ଟି ହୋଇଛି। ପୂର୍ବତନ ସେନା ଅଧିକାରୀମାନେ ଏନେଇ ସୁପ୍ରିମ୍‍ କୋର୍ଟଙ୍କ ଆଗରେ ନିବେଦନ କରିଛନ୍ତି। ଏପରିକି ବିଭିନ୍ନ ଦଳର ନେତାମାନେ  ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇଥିଲେ। 

ରାଜ୍ୟ ସରକାର  ଘଟଣାର ଗମ୍ଭୀରତାକୁ ନଜରରେ ରଖି ସମ୍ପୃକ୍ତ ୫ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। କ୍ରାଇମ୍‍ବ୍ରାଞ୍ଚକୁ ତଦନ୍ତଭାର ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଘଟଣା ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ପାଇଁ ଜଷ୍ଟିସ୍‍ ଚିତ୍ତରଞ୍ଜନ ଦାଶଙ୍କୁ ନିଯୁକ୍ତ କରିଛନ୍ତି। ଏହିକ୍ରମରେ ଆଜି ସକାଳୁ  ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କାଇଛି। 

ମୁଖ୍ୟମନ୍ତ୍ରୀ ଶ୍ରୀ ଦାଶଙ୍କୁ ୬୦ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ଅନୁରୋଧ କରିଛନ୍ତି। ଏହାସହ ଏଭଳି ଘଟଣା ସମ୍ପର୍କରେ ଯେପରି ଆଗକୁ ପୁନରାବୃତ୍ତି ନହେବ ସେଥିଲାଗି ପଦକ୍ଷେପ ନେବାକୁ କୁହାଯାଇଛି। ଗୃହ ବିଭାଗର ଏହି ବିଜ୍ଞପ୍ତି ପରେ ବିଜେଡି ଶିଥିଳ ପଡ଼ିଛି। ଗତକାଲି ବିଜେଡି ପକ୍ଷରୁ ୨୪ ତାରିଖରେ ଦିଆଯାଇଥିବା ଆନ୍ଦୋଳନକୁ ଅଧିକ କ୍ରିୟାକ୍ଷମ କରିବା ଲାଗି  ପଦକ୍ଷେପ ବାବଦରେ ଆଲୋଚନା କରାଯାଇଥିଲା। କେବଳ ଭୁବନେଶ୍ୱରରେ ଏହି ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିଜେଡି ପାର୍ଟି ଅଫିସରେ  ଏ ବିଷୟରେ ଆଲୋଚନା ବେଳେ ଦୁଇ କର୍ପାରେଟରଙ୍କ ଉପସ୍ଥିତିକୁ ନେଇ ଦୁଇ ଗୋଷ୍ଠି ଭିତରେ ବଚସା ସୃଷ୍ଟି ହୋଇଥିଲା। ଏବେ ଆନ୍ଦୋଳନ ପ୍ରତ୍ୟାହାର ଦ୍ୱାରା ୨୪ ତାରିଖ ପାଇଁ ହେବାକୁ ଥିବା ବିଭିନ୍ନ କଟକଣାକୁ ଦୂର କରାଯାଇଛି।