Assam Cabinet Decision: ମୁସଲିମ ସମ୍ପ୍ରଦାୟ ବାବଦରେ ବଡ଼ ନିଷ୍ପତ୍ତି ନେଲେ ଆସାମ ସରକାର
Assamese Muslim Community: ରାଜ୍ୟରେ ବସବାସ କରୁଥିବା ଗୋରିୟା, ମୋରିୟା, ଦେଶୀ, ସୟଦ ଏବଂ ଜୋହ୍ଲା ଆଦି ୫ ସ୍ୱଦେଶୀ ମୁସଲମାନ ସମ୍ପ୍ରଦାୟର ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର।
Assam Cabinet Decision on Assamese Muslim Community: ରାଜ୍ୟରେ ବସବାସ କରୁଥିବା ମୁସଲିମ ସମ୍ପ୍ରଦାୟ ବାବଦରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର। ରାଜ୍ୟରେ ବସବାସ କରୁଥିବା ଗୋରିୟା, ମୋରିୟା, ଦେଶୀ, ସୟଦ ଏବଂ ଜୋହ୍ଲା ଆଦି ୫ ସ୍ୱଦେଶୀ ମୁସଲମାନ ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ କରାଯିବ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଉଥିବା କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଜନତା ଭବନ ଠାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକ ସମ୍ପର୍କରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ଜୟନ୍ତ ମଲ୍ଲା ବରୁଆ କହିଛନ୍ତି ଯେ ରାଜ୍ୟର ୪ ଆଞ୍ଚଳିକ ବିକାଶ ନିର୍ଦ୍ଦେଶାଳୟ ଆସାମ ନାମ ପରିବର୍ତ୍ତନ କରି ସଂଖ୍ୟାଲଘୁ ମାମଲାରେ ୪ କ୍ଷେତ୍ର ଆସାମ ନିର୍ଦ୍ଦେଶାଳୟ ନାମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି।
ସଂଖ୍ୟାଲଘୁ ମାମଲାରେ କାହିଁକି ଏପରି ନିଷ୍ପତ୍ତି ନେଲେ ଆସାମ ସରକାର?
ଏହି ସମୀକ୍ଷାର ଫଳାଫଳ ରାଜ୍ୟ ସରକାରଙ୍କୁ ଆଦିବାସୀ ସଂଖ୍ୟାଲଘୁ ସମ୍ପ୍ରଦାୟର ସାମାଜିକ-ରାଜନୈତିକ ତଥା ଶିକ୍ଷାଗତ ଉନ୍ନତି ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ମାର୍ଗଦର୍ଶନ ଦେବ। ଏହି ପଦକ୍ଷେପ ଏପରି ଏକ ସମୟରେ ନିଆଯାଇଛି ଯେତେବେଳେ କିଛି ମାସ ପୂର୍ବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧିନ ବିହାର ସରକାର ରାଜ୍ୟରେ ହୋଇଥିବା ଜାତି ଭିତ୍ତିକ ଜନଗଣନା ତଥ୍ୟ ପ୍ରକାଶ କରିଥିଲେ। ଏହି ଆକଳନ ଅନୁଯାୟୀ, ରାଜ୍ୟର ମୋଟ ଜନସଂଖ୍ୟାରେ ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ଅତ୍ୟଧିକ ପଛୁଆ ବର୍ଗର ସଂଖ୍ୟା ହେଉଛି ୬୩%। ବିହାରରେ ହୋଇଥିବା ଜାତିଗତ ଜନଗଣନା ତଥ୍ୟ ଆସିବା ମାତ୍ରେ ଆସାମ ସରକାର ରାଜ୍ୟରେ ବସବାସ କରୁଥିବା ସ୍ୱଦେଶୀ ମୁସଲମାନଙ୍କ ସମ୍ପର୍କରେ ଏପରି ସର୍ଭେ କରିବା ବିଷୟରେ କହିଥିଲେ। କିଛି ସପ୍ତାହ ମଧ୍ୟରେ ଆସାମ କ୍ୟାବିନେଟ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି।
Also Read: Assam Indigenous Muslim Identification: ରାଜ୍ୟରୁ ବିତାଡିତ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ
ଦେଶର ପୂର୍ବୋତ୍ତର ଭାଗରେ ଅବସ୍ଥିତ ଆସାମ ଭଳି ଏକ ପ୍ରମୁଖ ରାଜ୍ୟର ମୋଟ ଜନସଂଖ୍ୟାର ୩୫% ପ୍ରତିଶତ ହେଉଛନ୍ତି ମୁସଲମାନ। ସେମାନେ ୩ ଭାଗରେ ବିଭକ୍ତ। ପ୍ରଥମ ବର୍ଗ ହେଉଛନ୍ତି ସ୍ୱଦେଶୀ ମୁସଲମାନ ଯାହାର ସଂସ୍କୃତି ସ୍ଥାନୀୟ ସହ ସମାନ। ଦ୍ୱିତୀୟ ବର୍ଗ ହେଉଛି ଧର୍ମାନ୍ତରିତ ମୁସଲମାନ ଯାହାକୁ ଦେଶୀ ମୁସଲିମ କୁହାଯାଇଥାଏ। ତୃତୀୟ ବର୍ଗ ହେଉଛି ବିସ୍ଥାପିତ ମୁସଲିମ ଯାହାର ପରିଚୟ ମିୟାଁ ମୁସଲମାନ ଭାବରେ ହୋଇଥାଏ। ରାଜ୍ୟରେ ମୁସଲମାନ ଦୁଇ ଗୋଷ୍ଠୀରେ ବିଭକ୍ତ। ସେମାନେ ହେଉଛନ୍ତି ଖିଲୋଞ୍ଜିଆ ମୁସଲମାନ ଏବଂ ମିଆଁ ମୁସଲମାନ। ମିଆଁ ମୁସଲମାନ ସେମାନଙ୍କୁ କୁହାଯାଏ ଯେଉଁମାନେ ବାଂଲାଦେଶରୁ ବେଆଇନ ଭାବେ ଆସାମ ସୀମାରେ ପ୍ରବେଶ କରିଛନ୍ତି କିମ୍ବା ଯାହାର ମୂଳ ପରିବାର ବାଂଲାଦେଶ ଠାରେ ଅଛନ୍ତି। ମିଆଁ ମୁସଲମାନଙ୍କୁ ବାଂଲାଦେଶୀ ଅନୁପ୍ରବେଶକାରୀ ଭାବେ ଦେଖାଯାଏ ଏବଂ ଆସାମ ସମାଜରେ ସେମାନଙ୍କ ପ୍ରତି ଗଭୀର ଘୃଣା ରହିଛି। ଆସାମର ବାସିନ୍ଦା ବିଶ୍ୱାସ କରନ୍ତି ଏହି ବାଂଲାଦେଶୀ ମିଆଁ ମୁସଲମାନ ବେଆଇନ ଭାବେ ସେମାନଙ୍କ ରାଜ୍ୟର ଜଙ୍ଗଲ, ନଦୀ, ଜମି ଆଦି ପ୍ରାକୃତିକ ସମ୍ପଦ ଦଖଲ କରି ରଖିଛନ୍ତି। ଧିରେ ଧିରେ ସେମାନେ ରାଜନୀତି, ବ୍ୟବସାୟ, ଚାକିରିରେ ପ୍ରଭାବ ବଢାଇବାରେ ଲାଗିଛନ୍ତି।
Also Read: ସଂଖ୍ୟାଲଘୁଙ୍କ ବାବଦରେ ବଡ଼ ନିଷ୍ପତ୍ତି ନେଲେ ଆସାମ ସରକାର
ଆସାମ ସମେତ ଅନ୍ୟ ପୂର୍ବୋତ୍ତର ରାଜ୍ୟରେ ବାଂଲାଦେଶ ଏବଂ ମିଆଁମାର ଭଳି ପଡୋଶୀ ଦେଶରୁ ହେଉଥିବା ଅନୁପ୍ରବେଶ ଭାରତର ସ୍ୱାଧିନତା ପରଠାରୁ ଏକ ବଡ ପ୍ରସଙ୍ଗ ହୋଇଛି। ଏହା ବିରୋଧରେ ଅନେକ ବଡ଼ ଆନ୍ଦୋଳନ ହୋଇଛି। ଯେଉଁଥିରେ ଏପର୍ଯ୍ୟନ୍ତ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏହି ଅନୁପ୍ରବେଶକାରୀଙ୍କ ସବୁଠାରୁ ବଡ ପ୍ରଭାବ ଆସାମରେ ରହିଛି। ଏଠାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ପ୍ରାୟ ୨୫-୩୦ ପ୍ରତିଶତ ହୋଇସାରିଛି। ରାଜ୍ୟରେ ପ୍ରାୟ ଏକ ଚତୁର୍ଥାଂଶ ନିର୍ବାଚନମଣ୍ଡଳୀ ଏପରି ରହିଛି ଯେଉଁଠାରେ ଏହି ଅନୁପ୍ରବେଶକାରୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ହେଲେ ଏହି ଅନୁପ୍ରବେଶକାରୀ କହିଛନ୍ତି ଯେ ସେମାନେ ବାଂଲାଦେଶୀ ନୁହଁନ୍ତି କେବଳ ଭାରତରୁ ଆସିଛନ୍ତି। ଏନେଇ ସେମାନେ ଅନେକ ଦସ୍ତାବିଜ, ପ୍ରମାଣପତ୍ର ମଧ୍ୟ ଦେଖାଇଥାନ୍ତି। ହେଲେ ଏନେଇ ଆସାମ ସରକାର କହିଛନ୍ତି ଯେ ଏହି ଅନୁପ୍ରବେଶକାରୀ ଲାଞ୍ଚ ଦେଇ ଏହି ସରକାରୀ ଦସ୍ତାବିଜ ପାଇଛନ୍ତି। ସେମାନଙ୍କୁ ଆସାମର ମୂଳ ମୁସଲମାନଙ୍କ ଠାରୁ ପୃଥକ କରିବା ଅତ୍ୟନ୍ତ ଆବଶ୍ୟକ।