ସଂଖ୍ୟାଲଘୁଙ୍କ ବାବଦରେ ବଡ଼ ନିଷ୍ପତ୍ତି ନେଲେ ଆସାମ ସରକାର
Advertisement
Article Detail0/zeeodisha/odisha1202250

ସଂଖ୍ୟାଲଘୁଙ୍କ ବାବଦରେ ବଡ଼ ନିଷ୍ପତ୍ତି ନେଲେ ଆସାମ ସରକାର

ରାଜ୍ୟରେ ମୁସଲିମ ସମେତ ଅନ୍ୟ ୬ ଧାର୍ମିକ ସମ୍ପ୍ରଦାୟକୁ ସଂଖ୍ୟାଲଘୁ ପ୍ରମାଣପତ୍ର ପ୍ରଦାନ କରାଯିବ। 

ସଂଖ୍ୟାଲଘୁଙ୍କ ବାବଦରେ ବଡ଼ ନିଷ୍ପତ୍ତି ନେଲେ ଆସାମ ସରକାର

Assam Govt on Minority: ରାଜ୍ୟରେ ବସବାସ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ରାଜ୍ୟରେ ମୁସଲିମ ସମେତ ଅନ୍ୟ ୬ ଧାର୍ମିକ ସମ୍ପ୍ରଦାୟକୁ ସଂଖ୍ୟାଲଘୁ ପ୍ରମାଣପତ୍ର ପ୍ରଦାନ କରାଯିବ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେଶବ ମହନ୍ତ ରବିବାର ଏ ସମ୍ପର୍କରେ ଜଣାଇଛନ୍ତି। ରାଜ୍ୟ କ୍ୟାବିନେଟ ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ କ୍ୟାବିନେଟ ମୁସଲିମ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ସମ୍ପ୍ରଦାୟକୁ ସଂଖ୍ୟାଲଘୁ ପ୍ରମାଣପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି।  

ନିକଟ ଅତୀତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଥିଲେ ରାଜ୍ୟ ଜନସଂଖ୍ୟାର ୩୫ ପ୍ରତିଶତ ହେଉଛନ୍ତି ମୁସଲମାନ। ସେମାନଙ୍କୁ ବର୍ତ୍ତମାନ ସଂଖ୍ୟାଲଘୁ କୁହାଯାଇ ପାରିବ ନାହିଁ। ଏବେ ମୁସଲିମ ସମ୍ପ୍ରଦାୟର ନେତା ବିରୋଧୀ ଦଳ ନେତା ହେବା ସହ ବିଧାୟକ ହୋଇଛନ୍ତି। ସେମାନଙ୍କ ପାଖରେ ସମାନ ସୁଯୋଗ ରହିଛି। ସେମାନଙ୍କର କର୍ତ୍ତବ୍ୟ ହେଉଛି ସେମାନେ ଆଦିବାସୀଙ୍କ ଅଧିକାରର ସୁରକ୍ଷା କରନ୍ତୁ। ଷଷ୍ଠ ଅନୁସୂଚିତ ଜନଜାତି ଅଞ୍ଚଳରେ ରହୁଥିବା ଆଦିବାସୀଙ୍କ ଜମିକୁ କେହି ଅଧିକାର କରିବା ଉଚିତ୍ ନୁହେଁ। ଯଦି ବୋରା ଏବଂ କଲିତା ସେହି ଜମିରେ ବସବାସ କରି ନାହାଁନ୍ତି। ତାହେଲେ ଇସଲାମ ଏବଂ ରହମାନ ମଧ୍ୟ ସେହି ଜମିରେ ବସବାସ କରିବା ଉଚିତ୍ ନୁହେଁ। 

ରାଜ୍ୟ ଜନସଂଖ୍ୟାର ୩୫% ପ୍ରତିଶତ ହେଉଛନ୍ତି ମୁସଲମାନ। ସେମାନେ ୩ ଭାଗରେ ବିଭକ୍ତ। ଯଥା ସ୍ୱଦେଶୀ ମୁସଲମାନ ଯାହାର ସଂସ୍କୃତି ଆମ ସହ ସମାନ। ଧର୍ମାନ୍ତରିତ ମୁସଲମାନ ଆମେ ସେମାନଙ୍କୁ ଦେଶୀ ମୁସଲିମ କହିଥାଉ। କାରଣ ସେମାନଙ୍କ ଘର ଅଗଣାରେ ତୁଳସୀ ଗଛ ରହିଥାଏ। ବିସ୍ଥାପିତ ମୁସଲିମ ଯିଏ ନିଜକୁ ମିୟାଁ ମୁସଲମାନ କହିଥାନ୍ତି। 

Also Read: 'ପିଲାଙ୍କୁ ଘରେ ପଢାନ୍ତୁ କୁରାନ; ଶେଷ ହୋଇଯିବ ମଦ୍ରାସା ଶବ୍ଦର ଅସ୍ଥିତ୍ୱ'

କ୍ଷମତା ଦାୟିତ୍ୱାବାନ ଲୋକଙ୍କ ସହିତ ଆସିଥାଏ। ରାଜ୍ୟ ଜନସଂଖ୍ୟାର ୩୫% ହେଉଛନ୍ତି ମୁସଲମାନ। ଏଠାରେ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ସେମାନଙ୍କର କର୍ତ୍ତବ୍ୟ। ଆସାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସେମାନେ ଭୟ କରୁଛନ୍ତି ଯେ ସେମାନଙ୍କ ସଂସ୍କୃତି ଏବଂ ସଭ୍ୟତାକୁ କେହି କ୍ଷତି ପହଞ୍ଚାଇ ପାରେ। ବର୍ତ୍ତମାନ ମୁସଲମାନ ସଂସ୍କୃତିର ସଂରକ୍ଷଣ ବିଷୟରେ ଆଲୋଚନା କରିବା ଆବଶ୍ୟକ। କାରଣ ବର୍ତ୍ତମାନ ସେମାନଙ୍କର ଜନସଂଖ୍ୟା ଆମ ତୁଳନାରେ ଅଧିକ। ୧୦ ବର୍ଷ ପୂର୍ବେ ଆମେ ସଂଖ୍ୟାଲଘୁ ନଥିଲୁ ହେଲେ ବର୍ତ୍ତମାନ ଆମେ ସଂଖ୍ୟାଲଘୁ ତାଲିକାରେ ସାମିଲ ହୋଇଛୁ।