Assam Indigenous Muslim Identification: ରାଜ୍ୟରୁ ବିତାଡିତ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ
Advertisement
Article Detail0/zeeodisha/odisha1246927

Assam Indigenous Muslim Identification: ରାଜ୍ୟରୁ ବିତାଡିତ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ

Assam Identify Indigenous Muslim: ମୁସଲମାନ ଜନଜାତିଙ୍କୁ ପୃଥକ ରୂପରେ ଭାରତୀୟ ଭାବରେ ଚିହ୍ନିତ କରିବା ହେଉଛି ଦେଶରେ ପ୍ରଥମ ଘଟଣା। 

Assam Indigenous Muslim Identification: ରାଜ୍ୟରୁ ବିତାଡିତ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ

Assam Identify Indigenous Muslim: ରାଜ୍ୟରେ ବେଆଇନ ଭାବେ ପ୍ରବେଶ କରିଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ସେ ଆସାମ ମୂଳ ଅର୍ଥାତ ଭାରତୀୟ ମୁସଲମାନଙ୍କୁ ଚିହ୍ନଟ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆସାମୀୟ ମୁସଲମାନଙ୍କ ପାଞ୍ଚଟି ଜନଜାତି ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗୋଡିଆ, ମୋଡିଆ, ଦେଶୀ, ଜୋଲହା ଏବଂ ସୟଦ ଅଛନ୍ତି। ସରକାର ଏହି ଶ୍ରେଣୀକୁ ଆଦିବାସୀ ମାନ୍ୟତା ପ୍ରଦାନ କରିବେ। ସେମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ବିକାଶ ପାଇଁ ବ୍ୟବସ୍ଥା କରିବେ। ଭାରତୀୟ ମୁସଲମାନଙ୍କ ପରିଚୟ ମିଳିଯିବା ପରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରିବାର କାର୍ଯ୍ୟ ଆରମ୍ଭ ହେବ।

ମଙ୍ଗଳବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ କ୍ୟାବିନେଟ ମନ୍ତ୍ରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟ ପାଞ୍ଚଟି ମୁସଲମାନ ଜାତିକୁ ଖିଲୋଞ୍ଜିଆ ଅର୍ଥାତ୍ ଭାରତୀୟ ମୁସଲମାନ ମାନ୍ୟତା ଦିଆଯାଇଛି। ଏହି ଜନଜାତି ହେଉଛନ୍ତି ଗୋଡିଆ, ମୋଡିଆ, ଦେଶୀ, ଜୋଲହା ଏବଂ ସୟଦ। ମୁସଲମାନ ଜନଜାତିଙ୍କୁ ପୃଥକ ରୂପରେ ଭାରତୀୟ ଭାବରେ ଚିହ୍ନିତ କରିବା ହେଉଛି ଦେଶରେ ପ୍ରଥମ ଘଟଣା। ଏନେଇ ଆସାମ ସରକାରୀ ମନ୍ତ୍ରୀ ଜୟନ୍ତ ମଲାବ କହିଛନ୍ତି ଯେ ଖିଲୋଞ୍ଜିଆ ମୁସଲମାନଙ୍କୁ ପୃଥକ ଭାବେ ଚିହ୍ନଟ କରିବାକୁ ବିଶେଷଜ୍ଞ କମିଟି ପରାମର୍ଶ ଦେଇଛନ୍ତି। ଯାହା ଦ୍ୱାରା ସରକାରୀ ଯୋଜନାର ଲାଭ ସେମାନଙ୍କ ନିକଟରେ ପହଞ୍ଚିପାରିବ।

ଦେଶରେ ଜନ୍ମିତ କୌଣସି ମୁସଲମାନ ଖିଲୋଞ୍ଜିଆ ହୋଇପାରିବ ନାହିଁ। ଏଥିପାଇଁ ସେ ନିଶ୍ଚିତ ଭାବରେ ଆସାମ ପରିଚୟ ଦେଶୀ ମୁସଲମାନ ହେବା ଆବଶ୍ୟକ। ରାଜ୍ୟରେ ମୁସଲମାନ ଦୁଇ ଗୋଷ୍ଠୀରେ ବିଭକ୍ତ। ସେମାନେ ହେଉଛନ୍ତି ଖିଲୋଞ୍ଜିଆ ମୁସଲମାନ ଏବଂ ମିଆଁ ମୁସଲମାନ। ମିଆଁ ମୁସଲମାନ ସେମାନଙ୍କୁ କୁହାଯାଏ ଯେଉଁମାନେ ବାଂଲାଦେଶରୁ ବେଆଇନ ଭାବେ ଆସାମରେ ପ୍ରବେଶ କରିଛନ୍ତି କିମ୍ବା ଯାହାର ମୂଲ ପରିବାର ବାଂଲାଦେଶରେ ଅଛନ୍ତି। ଏହି ମିଆଁ ମୁସଲମାନଙ୍କୁ ବାଂଲାଦେଶୀ ଅନୁପ୍ରବେଶକାରୀ ଭାବେ ଦେଖାଯାଏ ଏବଂ ଆସାମ ସମାଜରେ ସେମାନଙ୍କ ପ୍ରତି ଗଭୀର ଘୃଣା ରହିଛି। ଆସାମ ଲୋକମାନେ ବିଶ୍ୱାସ କରନ୍ତି ଏହି ବାଂଲାଦେଶୀ ମିଆଁ ମୁସଲମାନ ବେଆଇନ ଭାବେ ସେମାନଙ୍କ ରାଜ୍ୟର ଜଙ୍ଗଲ, ନଦୀ, ଜମି ଆଦି ପ୍ରାକୃତିକ ସମ୍ପଦ ଦଖଲ କରି ରକଖିଛନ୍ତି।  ଧିରେ ଧିରେ ସେମାନେ ରାଜନୀତି, ବ୍ୟବସାୟ, ଚାକିରିରେ ପ୍ରଭାବ ବଢାଇବାରେ ଲାଗିଛନ୍ତି।

ଆସାମ ସମେତ ଅନ୍ୟ ପୂର୍ବୋତ୍ତର ରାଜ୍ୟରେ ବାଂଲାଦେଶ ଏବଂ ମିଆଁମାର ଭଳି ପଡୋଶୀ ଦେଶରୁ ହେଉଥିବା ଅନୁପ୍ରବେଶ ଭାରତର ସ୍ୱାଧିନତା ପରଠାରୁ ଏକ ବଡ ପ୍ରସଙ୍ଗ ହୋଇଛି। ଏହା ବିରୋଧରେ ଅନେକ ବଡ଼ ଆନ୍ଦୋଳନ ହୋଇଛି। ଯେଉଁଥିରେ ଏପର୍ଯ୍ୟନ୍ତ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏହି ଅନୁପ୍ରବେଶକାରୀଙ୍କ ସବୁଠାରୁ ବଡ ପ୍ରଭାବ ଆସାମରେ ରହିଛି। ଏଠାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ପ୍ରାୟ ୨୫-୩୦ ପ୍ରତିଶତ ହୋଇସାରିଛି। ରାଜ୍ୟରେ ପ୍ରାୟ ଏକ ଚତୁର୍ଥାଂଶ ନିର୍ବାଚନମଣ୍ଡଳୀ ଏପରି ରହିଛି ଯେଉଁଠାରେ ଏହି ଅନୁପ୍ରବେଶକାରୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ହେଲେ ଏହି ଅନୁପ୍ରବେଶକାରୀ କହିଛନ୍ତି ଯେ ସେମାନେ ବାଂଲାଦେଶୀ ନୁହଁନ୍ତି କେବଳ ଭାରତରୁ ଆସିଛନ୍ତି। ଏନେଇ ସେମାନେ ଅନେକ ଦସ୍ତାବିଜ, ପ୍ରମାଣପତ୍ର ମଧ୍ୟ ଦେଖାଇଥନ୍ତି। ହେଲେ ଏନେଇ ଆସାମ ସରକାର କହିଛନ୍ତି ଯେ ଏହି ଅନୁପ୍ରବେଶକାରୀ ଲାଞ୍ଚ ଦେଇ ଏହି ସରକାରୀ ଦସ୍ତାବିଜ ପାଇଛନ୍ତି। ସେମାନଙ୍କୁ ଆସାମର ମୂଳ ମୁସଲମାନଙ୍କ ଠାରୁ ପୃଥକ କରିବା ଅତ୍ୟନ୍ତ ଆବଶ୍ୟକ।

Also Read: ସଂଖ୍ୟାଲଘୁଙ୍କ ବାବଦରେ ବଡ଼ ନିଷ୍ପତ୍ତି ନେଲେ ଆସାମ ସରକାର