Odisha Assembly: ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ସଚିବଙ୍କ ଗସ୍ତ ଓ ଖର୍ଚ୍ଚକୁ ନେଇ ପୁଣି ସରଗରମ ହୋଇଛି ବିଧାନସଭା।  ବିରୋଧୀଦଳ ନେତାଙ୍କ ଆକ୍ଷେପ ଓ ସରକାରୀ ଦଳର ପ୍ରତି ଆକ୍ଷେପ ଦ୍ୱାରା ଗୃହରେ ହଟ୍ଟଗୋଳ ହେବାରୁ ପରିସ୍ଥିତିକୁ ଆୟତ୍ତ କରିବା ଲାଗି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଗୃହକୁ ମୁଲତବୀ କରିବାକୁ ପଡ଼ିଛି। ପରିସ୍ଥିତି ଏପରି ହୋଇଛି ଯେ, କେବଳ ପ୍ରଶ୍ନ କାଳ ହିଁ ଏ ଭିତରେ ଚାଲି ପାରିଛି। ପରେ ଶୂନ୍ୟକାଳରେ ବାଚସ୍ପତି ପ୍ରଥମେ ଅପରାହ୍ଣ୪ଟା ଏବଂ ପରେ ୫ଟା ଯାଏ ଗ୍ୟହକୁ ମୁଲତବୀ କରିଛନ୍ତି।  ମୁଖ୍ୟମନ୍ତ୍ରୀ ଖର୍ଚ୍ଚ କଥା କହିବା ବେଳେ ଖାଲି ହେଲିକପ୍ଟର ଖର୍ଚ୍ଚ କଥା କହିଛନ୍ତି,  ପୁଣି ତାହା ଅସମ୍ପୂର୍ଣ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।


COMMERCIAL BREAK
SCROLL TO CONTINUE READING

ପ୍ରଶ୍ନୋତ୍ତର କାଳ ସରିବାକ୍ଷଣି ଗୃହରେ ବିରୋଧୀଦଳ ନେତା ଶ୍ରୀ ମିଶ୍ର ୫-ଟି ପ୍ରସଙ୍ଗରେ ସରକାରଙ୍କ ଉପରେ ଆକ୍ଷେପ ଲଦିଥିଲେ। ମୁଖ୍ୟମନ୍ତ୍ରୀ ୫ଟି ଗସ୍ତ ସମ୍ପର୍କରେ ଖର୍ଚ୍ଚର ବିବରଣୀ ରଖୁଥିବାବେଳେ କେବଳ ହେଲିକପ୍ଟର ବ୍ୟବହାର ପ୍ରସଦଙ୍ଗରେ ୪୦ କୋଟି ଖର୍ଚ୍ଚ ହୋଇଛି ବୋଲି କହିଛନ୍ତି। କିନ୍ତୁ ଯେଉଁ ସଭା ଆୟୋଜନ ହୋଇଥିଲା ସେଥିରେ ଅଣାଯାଇଥିବା ସାମଗ୍ରୀ ଲଗାଯାଇଥିବା ଟେଣ୍ଟ ପ୍ରଭୃତିରେ ଖର୍ଚ୍ଚ କେତେ ହୋଇଛି ତାହା କହିବାକୁ ଦାବି କରିଥିଲେ। ଏହାଛଡ଼ା ଶ୍ରୀ ମିଶ୍ର ୫ଟି ସଚିବ ତାଙ୍କ ବ୍ୟକ୍ତିଗତ ଗସ୍ତ ପାଇଁ ଅନ୍ୟ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁରେ ବୁକିଂ ହେଲିକପ୍ଟର ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ କରିଥିଲେ।


ପ୍ରତ୍ୟୁତ୍ତରରେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ବିରୋଧୀ ଜ୍ଞାନ ବାଣ୍ଟୁଛନ୍ତି କିନ୍ତୁ ଜ୍ଞାନ ଗ୍ରହଣ କରୁନାହାନ୍ତି। ବିଧାନସଭା ଜ୍ଞାନ ବିତରଣ ସଭା ନୁହେଁ, ଗୃହରେ ଯାହା ଚାହିଁବେ ତାହା କହିବେ। ବିରୋଧୀ ଦଳର ନେତାଙ୍କୁ ଆକ୍ଷେପ କରି ସେ କହିଛନ୍ତି, ଅଭିଯୋଗକାରୀଙ୍କ ମେଣ୍ଟାଲ ହେଲଥ ଭଲ ନାହିଁ, ସମ୍ପୂର୍ଣ୍ଣ ତଥ୍ୟ ନେଇକି ଆସନ୍ତୁ। ଯେଉଁମାନେ କହୁଛନ୍ତି ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନର ଯାଉନାହାନ୍ତି ତେବେ କୋଭିଡରେ କିଏ ଯାଉଥିଲେ? ୫-ଟି କୁ ଏକ ବିଚାରଧାରା ବୋଲି କହିଛନ୍ତି ଶ୍ରୀ ସାହୁ। ଏହାଦ୍‍ୱାରା ରାଜ୍ୟର ପ୍ରତିଟି ଅଞ୍ଚଳର ବିକାଶ ହୋଇଛି। ଏହା ମଧ୍ୟ ଉଭୟ କଂଗ୍ରେସ ଓ ବିଜେପି ନେତାଙ୍କୁ ଭଲ ଭାବେ ଜଣା ବେଲି ସେ କହିଛନ୍ତି। ବିରୋଧୀ ଓ ଶାସକଙ୍କ ଭିତରେ ଏପରି କଥା କଟାକଟି ଦ୍‍ୱାରା ଗୃହରେ ହଟ୍ଟଗୋଳ ହୋଇଥିଲା।  ବାଚସ୍ପତି ଗୃହକୁ ସ୍ୱଭାବିକ କରିବାକୁ ଚେଷ୍ଟା କରି ସଫଳ ନହେବାରୁ ଗୃହକୁ ମୁଲତବୀ ଘାଷଣା କରିଥିଲେ।  ପ୍ରଥମେ ଅପରାହ୍ଣ ୪ଟା ଯାଏ ଏବଂ ପରେ ୫ଟା ଯାଏ ଗୃହକୁ ମୁଲତବୀ କରାଯାଇଥିଲା।  ଆଜି ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରଶ୍ନ ପଚାରିବାକୁ ସୁଯୋଗ ମିଳୁ ନଥିବା ଅଭିଯୋଗ ହୋଇଛି। ଏଣୁ ସେ ଗୃହ ଚାଲିଥିବା ସମୟରେ ସଦସ୍ୟ ତଥା ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଜି ଗୃହର ଓ୍ୱେଲ୍‍ ମଧ୍ୟରେ ଧାରଣା ଦେଇଥିଲେ।  ଏହା ପରେ ବିରୋଧୀ ଦଳ ନେତା ବାଚସ୍ପତିଙ୍କୁ ଏ ବିଷୟରେ ଧ୍ୟାନ ଦେବା ପାଇଁ ଅନୁରୋଧ କରିଥିଲା। ବାଚସ୍ପତି ପରେ ପ୍ରତିଶୃତି ଦେବାରୁ ସେ ନିଜ ସ୍ଥାନକୁ ଆସିଥିଲେ। ପ୍ରଦୀପ ବିଜେଡିରୁ ବହିଷ୍କୃତ ହେବା ପରେ ସ୍ୱାଧୀନ ବିଧାୟକ ଭାବେ ପରିଚିତ ।


Also Read- PM Kisan: ଏହି ଚାଷୀଙ୍କୁ ମିଳିବନି ପିଏମ କିସାନର ୧୫ତମ କିସ୍ତି, ଜାଣନ୍ତୁ କାହିଁକି