Atiq Ahmed Murder Case News In Odia: ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ତାର ଭାଇ ଅସରଫକୁ ଗୁଳି କରି ହତ୍ୟା କରାଯାଇଛି (Atiq Ahmed Murder Case)। ପୋଲିସ ଏହି ଘଟଣାରେ 3 ଜଣଙ୍କୁ ଗିରଫ କରିଛି । ତିନି ଅଭିଯୁକ୍ତ ହେଉଛନ୍ତି ଲୋଭଲେସ ତିଓ୍ବାରୀ(Lavlesh Tiwari), ସନି ଓ ଅରୁଣ ମୋର୍ଯ୍ୟ । ପୋଲିସ ସୂତ୍ର ଅନୁଯାୟୀ, ଏହି ତିନି ଜଣଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ଚାଲିଛି ଏବଂ ସେମାନେ କେତେକ ମାମଲାରେ ଜେଲରେ ସଜା କାଟି ଫେରିଛନ୍ତି । ବର୍ତ୍ତମାନ ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ ଲୋଭଲେସ ତିଓ୍ବାରୀଙ୍କ ବାପାଙ୍କ ଚାଞ୍ଚଲ୍ୟକର ବୟାନ୍ ସାମ୍ନାକୁ ଆସିଛି ।  ସେ କହିଛନ୍ତି ଯେ,'ତାଙ୍କ ପୁଅର ତାଙ୍କ ପରିବାର ସହ କୌଣସି ସମ୍ପର୍କ ନାହିଁ , ସେ ଏହା ମଧ୍ୟ କହିଛନ୍ତି ଯେ ସେ ସବୁବେଳେ ନିଶାରେ ବୁଡି ରହେ, ଖରାପ କାମରେ ଲିପ୍ତ ରହେ । ତେଣୁ ତା ସହ ଆମର କୌଣସି ସମ୍ପର୍କ ନାହିଁ। ଅଧିକାଂଶ ସମୟରେ ସେ ଘରେ ରୁହେନି, କେବେ କେବେ ସେ ଘରକୁ ଆସେ ।  '


COMMERCIAL BREAK
SCROLL TO CONTINUE READING

ଅଭିଯୁକ୍ତ ଲୋଭଲେସ ତିଓ୍ବାରୀ ବାପା ୟାଗା ତିୱାରୀ ଆହୁରୀ କହିଛନ୍ତି (Lavlesh Tiwari's father Yagya Tiwari) ଯେ, 'ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ତାର ଭାଇ ଅସରଫକୁ ଗୁଳିକାଣ୍ତର ସମ୍ପର୍କରେ ଆମକୁ କିଛି ଜଣା ନାହିଁ । ଏଥିରେ ଲୋଭଲେସର (Lavlesh Tiwari) ସମ୍ପୃକ୍ତି ଅଛି କି ନାହିଁ ତାହା ବି ଜଣା ନାହିଁ । ଲୋଭଲେସ ଯେତେବେଳେ ଚାରି ପାଞ୍ଚ ଦିନ ମଧ୍ୟରେ ଥରେ ଘରକୁ ଆସୁଥିଲା ,ସେ କେବଳେ କିଛି ସମୟ ରହି ଗାଧୋଇକି ଘରୁ ବାହାରି ଯାଇଥିଲା । ଆମେ ତାହା ସହ ବର୍ଷ ବର୍ଷ ଧରି କଥା ହୋଇନାହୁଁ । ନିକଟରେ ସେ ଜଣେ ଯୁବତୀଙ୍କୁ ଦୁର୍ବବ୍ୟହାର କରିଥିବା ଘଟଣାରେ ଜେଲ ଯାଇଥିଲା। ସେହି ମାମଲାର ତଦନ୍ତ ଚାଲିଛି । ଏହି ଘଟଣାରେ ସେ ଦେଢ ବର୍ଷ ଜେଲ ଯାଇଥିଲା । ପରେ ସେ ଜାମିନରେ ଆସିଥିଲେ। କିଛି କାମ କରେ ନାହିଁ। ଏହି କାରଣରୁ ଆମେ ତାହା ସହ ସମ୍ପର୍କ ରଖିନାହୁଁ । ଆମେ ଏଥିରେ କ’ଣ କହିପାରିବୁ । ଟିଭି ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ, ମୋ ପୁଅ ଅତିକ ଅହମ୍ମଦକୁ ଗୁଳି କରି ହତ୍ୟା କରିଛି ବୋଲି କହିଛନ୍ତି ଲୋଭଲେସର ବାପା । ' ଅଭିଯୁକ୍ତ ଲାଭଲେଶ ତିୱାରୀ ଉତ୍ତରପ୍ରଦେଶର ବୃନ୍ଦା ବାସିନ୍ଦା। ବାକି ଅଭିଯୁକ୍ତମାନେ ହନିପୁରର ବାସିନ୍ଦା ଶାନି ଏବଂ କସଗଞ୍ଜର ଅରୁଣ ବୋଲି ଜଣାପଡିଛି। ଏହି ତିନିଜଣଙ୍କ ନାମ ପୋଲିସ ରେକର୍ଡରେ ଦୁର୍ଦ୍ଦାନ୍ତ ଅପରାଧୀ ଭାବରେ ପଞ୍ଜିକୃତ ହୋଇଛି। ଡକାୟତି ଏବଂ ହତ୍ୟା ଭଳି ଅଭିଯୋଗରେ ଏହି ତିନିଜଣ ମଧ୍ୟ ଜେଲ ଯାଇଛନ୍ତି। 


 



Also Read : Video: ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଆଶରଫଙ୍କୁ ଗୁଳି କରି ହତ୍ୟା, ପ୍ରୟାଗରାଜ ମେଡିକାଲ କଲେଜ ନିକଟରେ ଘଟିଲା ଏହି ଘଟଣା


Also Read : Atiq Ahmed Ashraf Ahmed Shot Dead: ଅତିକ୍ ଅହମ୍ମଦ ଓ ଆଶରଫକୁ ଗୁଳି ମାରି ହତ୍ୟା; ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ହୋଇଥିଲା ଫାଇରିଙ୍ଗ୍


ସୂଚନା ଅନୁସାରେ, କଡା ସୁରକ୍ଷା ଭିତରେ ଶନିବାର ଦିନ ରାତିରେ, ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଆଶରଫ ଅହମ୍ମଦଙ୍କୁ ପ୍ରୟାଗରାଜରେ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ଗୁଳି କରାଯାଇଥିଲା ।  ଦୁଇରୁ ତିନି ଜଣ ବଦମାସ ଅତିକ୍ ଓ ତାଙ୍କ ଭାଇ ଆଶରଫ ଉପରକୁ ଗୁଳି ଚଳାଇଥିଲେ ।  ଘଟଣାସ୍ଥାଳରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିଲା ।  ଅତିକକୁ ଗୁଳି ଚଳାଇଥିବା ବ୍ୟକ୍ତିମାନେ ଗଣମାଧ୍ୟମ କର୍ମୀ ଭାବରେ ସେଠାକୁ ଆସିଥିଲେ । ଆକ୍ରମଣକାରୀଙ୍କୁ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଆକ୍ରମଣକାରୀମାନେ ଗୁଳି ଚଳାଇବା ପରେ ଆତ୍ମସମର୍ପଣ କରିଥିଲେ । କହିରଖୁଛୁ ଯେ ଅତିକ ଓ ତାଙ୍କ ଭାଇ ଆଶରଫ୍ ପୋଲିସ୍ ହେପାଜତରେ ଥିଲେ । 
 ରାଜ୍ୟରେ ମାଫିଆ ରାଜ ଗୋଟିଏ ବଡ ମୁଦ୍ଦା ହୋଇଥିବା ବେଳେ ଯୋଗୀ ସରକାର ଏ ଦିଗରେ ବଡ ପଦକ୍ଷେପ ନେଉଥିବା ଦାବି କରିଆସୁଛନ୍ତି । ହେଲେ ବିରୋଧୀ ସମାଜବାଦୀ ପାର୍ଟି ଏବଂ ଅନ୍ୟାନ୍ୟ ଦଳ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା କଥା କହି ସରକାରଙ୍କୁ ଘେରୁଛନ୍ତି । ଏତେ ସଂଖ୍ୟାରେ ପୋଲିସ ଉପସ୍ଥିତ ଥାଇ କିଭଳି ପୋଲିସ କଷ୍ଟଡିରେ ଥିବା ଦୁଇ ଜଣଙ୍କୁ କେହି ଆସି ମାରିପାରୁଛି ତାକୁ ନେଇ ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ପୂର୍ବତନ ମ୍ରୁଖ୍ୟମନ୍ତ୍ରୀ ଅଶିଳେଶ ଯାଦବ ପ୍ରଶ୍ନ ଉଠାଇଛନ୍ତି ।