Arun Yogiraj: କର୍ଣ୍ଣାଟକର ମସହୁର ମୂର୍ତ୍ତିକାର ଅରୁଣ ଯୋଗୀରାଜ ତିଆରି କରିଛନ୍ତି ରାମଲାଲାଙ୍କ ମୂର୍ତ୍ତି ଯାହା ଅଯୋଧ୍ୟାର ରାମ ମନ୍ଦିରର ଗର୍ଭଗୃହରେ ରଖାଯିବା ନେଇ ଚୟନ ହୋଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ସୋମବାର ଏହାକୁ ନେଇ ଏକ ବଡ଼ ଅପଡେଟ ଦେଇଛନ୍ତି। ସେ କହିଛନ୍ତି ଯେ, କୃଷ୍ଣଶୀଳାରେ ତିଆରି ହୋଇଥିବା ମୂର୍ତ୍ତିର ଓଜନ ୧୫୦ ରୁ ୨୦୦ କିଲୋଗ୍ରାମ ଅଟେ । ଚମ୍ପତ ରାୟ ଏକଥା ବି କହିଛନ୍ତି ଯେ, ଅରୁଣ ଯୋଗୀରାଜ କେଦାରନାଥର ଶଙ୍କରାଚାର୍ଯ୍ୟଙ୍କ ମୂର୍ତ୍ତି ବି ତିଆରି କରିଛନ୍ତି। ଇଣ୍ଡିଆ ଗେଟ୍ ରେ ଥିବା ସୁଭାଷ ବୋଷଙ୍କ ପ୍ରତିମା ବି ବନେଇଛନ୍ତି। ତେବେ ସୂଚନ ରହିଛି ଯେ, ଯେତେବେଳେ ଅରୁଣ ଯୋଗୀରାଜ ରାମଲାଲାଙ୍କ ମୂର୍ତ୍ତି ତିଆରି କରୁଥିଲେ ସେତେବେଳେ ତାଙ୍କୁ ମାସ ମାସ ଧରି ଫୋନ ଛୁଇଁବାକୁ ଦିଆଯାଇନଥିଲା। ଶେଷରେ ମୂର୍ତ୍ତି ତିଆରି ପରେ ତାଙ୍କରି ମୂର୍ତ୍ତିକୁ ମନ୍ଦିରରେ ସ୍ଥାନ ଦେବା ଲାଗି ଚୟନ କରାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ଏଠାରେ କହିରଖୁଛୁ ଯେ, ତିନିଜଣ ଶିଳ୍ପୀ ରାମ ମନ୍ଦିର ପାଇଁ ରାମଲାଲାଙ୍କ ମୂର୍ତ୍ତି ତିଆରି କରିଥିଲେ। ଏଥିମଧ୍ୟରୁ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ପ୍ରତିମାକୁ ଚୟନ କରାଯାଇଛି। ଆଉ ସୂଚନା ଯୋଗ୍ୟ ଯେ, ମୂର୍ତ୍ତିକାର Sculptor Arun Yogiraj ଏହି ମୂର୍ତ୍ତିକୁ ତିଆରି କରିବାରେ ୭ ମାସ ସମୟ ନେଇଥିଲେ। ପ୍ରତିଦିନ ୧୮ ଘଣ୍ଟା କାମ କରିବା ସହ ଏହି ମୂର୍ତ୍ତି ତିଆରି ସମୟରେ ସେ ଫୋନ ବ୍ୟବହାର କରୁନଥିଲେ ବୋଲି ସୂଚନା ରହିଛି। 


ପୂରୁଣା ମୂର୍ତ୍ତିର କଣ ହେବ?
ଚମ୍ପତ ରାୟ କହିଛନ୍ତି ଯେ, ପୂରୁଣା ମୂର୍ତ୍ତି ମନ୍ଦିର ପରିସରରେ ହି ରହିବ । ପ୍ରକୃତରେ ଏହି ମୂର୍ତ୍ତି କୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଥିଲା ଯେ ଏତେ ଦିନ ଧରି ପୂଜା ହେଉଥିବା ଏହି ପୂରୁଣା ମୂର୍ତ୍ତିର କଣ ହେବ।  କାହିଁକି ସେହି ମୂର୍ତ୍ତିକୁ ମନ୍ଦିରରେ ସ୍ଥାପନା କରାଯାଉନାହିଁ। ଚମ୍ପତ ରାୟ କହିଛନ୍ତି ଯେ ପ୍ରାଣପ୍ରତିଷ୍ଠା(Ram Mandira) ପୂଜା ରୀତି ବୁଧବାର ଅର୍ଥାତ୍ ଜାନୁଆରୀ ୧୭ରୁ ଆରମ୍ଭ ହେବ ଏବଂ ଏହା ୨୧ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ। ଜାନୁଆରୀ ୨୨ରେ ପବିତ୍ର ମନ୍ଦିରରେ ଏହି ପ୍ରତିମା ସ୍ଥାପନ କରାଯିବ। ୧୨ଟାରୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ଗୋଟାଏ ସୁଦ୍ଧା ଶେଷ ହେବ । ଏହା ପରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆରଏସଏସ ମୁଖ୍ୟ  ମୋହନ ଭଗବତ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ଭାବନା ପ୍ରକାଶ କରିବେ।


କିପରି ହୋଇଛି ମୂର୍ତ୍ତି (Ramlala  Sculptor) 
ରାମଲାଲାଙ୍କ ମୂର୍ତ୍ତି ଶ୍ୟାମଶିଳାରେ ନିର୍ମିତ
ଏହାର ହଜାର ହଜାର ବର୍ଷ
ଏହି ମୂର୍ତ୍ତି ଜଳରୋଧି ଅଟେ
ଚନ୍ଦନ, ତିଳକ ଲଗାଇଲେ ମଧ୍ୟ ମୂର୍ତ୍ତି ର ଚମକ ଫିକା ପଡ଼ିବ ନାହିଁ
ପଦ ଅଙ୍ଗୁଳିରୁ କପାଳ ଯାଏଁ ମୂର୍ତ୍ତିର ଉଚ୍ଚତା ୫୧ ଇଞ୍ଚ
ମୂର୍ତ୍ତିର ଓଜନ ୧୫୦ ରୁ ୨୦୦ କିଲୋ ଅଟେ 


ଜାନୁଆରୀ ୨୨ରେ "ପ୍ରାଣ ପ୍ରତିଷ୍ଠା" (Ramlala Prana Pratistha) ସମାରୋହରେ ଅଯୋଧ୍ୟାରେ ସ୍ଥାପନ ହେବାକୁ ଥିବା ପୁଅର ରାମଲାଲା ପ୍ରତିମୂର୍ତ୍ତିକୁ ଚୟନ କରାଯାଇଥିବାରୁ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ମାତା ସରସ୍ୱତୀ ଖୁସି ବ୍ୟକ୍ତ କରିଥିଲେ। ସେ କହିଛନ୍ତି ମୁଁ ବହୁତ ଖୁସି।