ଭୁବନେଶ୍ଵର, ରାଜ୍ୟରେ ଦୀର୍ଘ ୨୪ ବର୍ଷର ସରକାରକୁ ଭାଙ୍ଗି ଭାଜପା ନୂଆ ସରକାର ଗଠନ କରିବାକୁ ଯାଉଛି। ବିଜେପିର ନୂଆ ସରକାର ଗଠନ ହେବା ପରେ ବନ୍ଦ ହୋଇଯିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)। ଫଳରେ ରାଜ୍ୟବାସୀ ଆଉ ବିଏସକେୱାଇ କାର୍ଡର ଲାଭ ଉଠାଇ ପାରିବେ ନାହିଁ। ଯାହା ଅନେକ ହିତାଧିକାରୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହା ବଦଳରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ଏ ନେଇ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଘୋଷଣା କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଶ୍ରୀ ସାମଲ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ଲୋକଙ୍କୁ ଅଧିକ ସୁବିଧା ମିଳିବ। ଯାହାକି ବିଏସକେୱାଇ ଅଧୀନରେ ଜନସାଧାରଣଙ୍କୁ କମ୍‌ ସୁବିଧା ମିଳୁଥିଲା। ରାଜ୍ୟର ପ୍ରତ୍ୟେକ ଜନସାଧାରଣ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦ୍ୱାରା ବହୁତ ଉପକୃତ ହୋଇପାରିବେ। ଏଥିସହ ବିଜେଡି ସରକାର ସମୟରେ ରାଜ୍ୟ ସରକାର ବିଏସକେୱାଇ ଲାଗୁ କରିଥିଲେ। ଗରିବ ଏବଂ ମଧ୍ୟବିତ୍ତ ପରିବାର ଲୋକଙ୍କୁ ଏହି ଯୋଜନାରେ ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ ମାଗଣା ଚିକିତ୍ସା ସୁବିଧା ମିଳୁଥିଲା। ବିଜେଡି ସରକାର ସମୟରେ କେନ୍ଦ୍ର ସରକାର ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାହା ସଫଳ ହୋଇପାରି ନ ଥିଲା। ଯାହା ଆଗାମୀ ଦିନରେ ସଫଳ ନେବାକୁ ଯାଉଛି ଓ ଜନସାଧାରଣ ମାନେ ଏହା ଦ୍ବାରା ବହୁ ଉପକୃତ ହେବେ। ଚିକିତ୍ସା ଅବହେଳାରୁ କିଛି କ୍ଷତି ହେବନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି।


ଅନ୍ୟପଟେ ଚାନ୍ଦବାଲିରୁ ପରାଜୟ ନେଇ ସେ କହିଛନ୍ତି ଯେ ଚାନ୍ଦବାଲି ଜନତା ଯାହା ଆଶୀର୍ବାଦ ଦେଲେ, ତାହା ମୁଁ ବିନମ୍ରତାର ସହ ଗ୍ରହଣ କରୁଛି। ଯେଉଁ ଦାୟିତ୍ୱ ମିଳିବ ତାହା ମୁଁ ତୁଲାଇବି।


Written By- Debabrata