Badrtinath Temple Opening: ଉତ୍ତରପ୍ରଦେଶର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବଦ୍ରିନାଥ ଧାମ ଆଜି ଭକ୍ତଙ୍କ ଦର୍ଶନ ପାଇଁ ଖୋଲା ଯାଇଛି । ପ୍ରାୟ ୬ ମାସ ବନ୍ଦ ରହିବା ପରେ ଆଜି ୧୨ ମଇରେ ଭକ୍ତଙ୍କ ପାଇଁ ଖୋଲା ଯାଇଥିଲା ମନ୍ଦିର । ବଦ୍ରିନାଥ ଧାମର ଫାଟକ ଖୋଲିବା ସମୟରେ ସେନା ବ୍ୟାଣ୍ଡର ସ୍ୱର ଶୁଣିବାକୁ ମିଳିଥିଲା । ପୂର୍ଣ୍ଣ ରୀତିନୀତି ଅନୁଯାୟୀ ବୈଦିକ ମନ୍ତ୍ର ଜପରେ ପ୍ରକମ୍ପିତ ହୋଇଥିଲା ଧାମ । ମନ୍ଦିରର କବାଟ ଖୋଲିବା ମାତ୍ରେ ଶ୍ରଦ୍ଧାଳୁମାନେ ଜୟ ବଦ୍ରିନାଥ ଉଚ୍ଚାରଣ କରିଥିଲେ । ଭକ୍ତମାନଙ୍କୁ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପ୍ରଥମ ଦିନରେ ବଦ୍ରିନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭିଡ ଲଗାଇଥିଲେ । ସମ୍ପୂର୍ଣ୍ଣ ମନ୍ଦିରକୁ ଫୁଲରେ ସଜା ଯାଇଥିବା ସମୟରେ ଖୁବ ଆକର୍ଷଣୀୟ ଲାଗୁଥିଲା ମନ୍ଦିର ପରିସର ।


COMMERCIAL BREAK
SCROLL TO CONTINUE READING

୨୦୨୩ ମସିହା ନଭେମ୍ବର ୧୮ ତାରିଖରୁ ଶ୍ରୀ ବଦ୍ରିନାଥ ଧାମ ଦ୍ୱାର ବନ୍ଦ ରହିଥିଲା । ଉତ୍ତରାଖଣ୍ଡରେ ଉପସ୍ଥିତ ଥିବା ଚାରୋଟି ଧାମ ମଧ୍ୟରୁ ଶୁକ୍ରବାର (ମଇ ୧୦) ତଥା ପବିତ୍ର ଅକ୍ଷୟ ତୃତୀୟା ପର୍ବ ଦିନ ତିନୋଟି ଧାମର ଦ୍ୱାର ଖୋଲା ଯାଇଥିଲା । ସେଗୁଡିକ ହେଉଛି କେଦାରନାଥ ଧାମ, ଗଙ୍ଗୋତ୍ରୀ ଧାମ ଏବଂ ଶ୍ରୀ ଯମୁନେତ୍ରୀ ଧାମ ।


ଭକ୍ତଙ୍କ ପାଇଁ ବଦ୍ରିନାଥଙ୍କ ଦ୍ୱାର ଖୋଲାଯିବା ପୂର୍ବରୁ ଋଷିକେଶ ଶ୍ରୀ ବଦ୍ରିନାଥ ପୁଷ୍ପ ସେବା ସମିତିଙ୍କ ସହାୟତାରେ ମନ୍ଦିରଟିକୁ ଖୁବ ସୁନ୍ଦର ଭାବେ ସଜାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚଳିଥର ମନ୍ଦିର ସଜାଇବା କାମରେ ପ୍ରାୟ ୧୫ କ୍ୱିଣ୍ଟାଲ ଫୁଲ ବ୍ୟବହାର କରାଯାଇଛି । ମନ୍ଦିରର କବାଟ ଖୋଲିବା ପୂର୍ବରୁ ପରମ୍ପରା ଅନୁଯାୟୀ ରୀତିନୀତି ଏବଂ ପୂଜା ପାଇଁ କମିଟି ଦ୍ୱାରା ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଥିଲା।


ହିନ୍ଦୁମାନଙ୍କ ପାଇଁ ଶ୍ରୀ ବଦ୍ରିନାଥ ଧାମର ବିଶେଷ ମହତ୍ୱ ରହିଛି । ଜଗତର ରକ୍ଷକ ଭଗବାନ ବିଷ୍ଣୁଙ୍କୁ ତାଙ୍କ ଭକ୍ତମାନେ ଏହି ଧାମରେ ​​ପୂଜା କରିଥାନ୍ତି । ବଦ୍ରିନାଥ ଧାମ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଗରୱାଲ ଅଞ୍ଚଳରେ ଅବସ୍ଥିତ । ଏହି ଧାମ ସମୁଦ୍ର ପତ୍ତନ ଠାରୁ ୩,୧୩୩ ମିଟର ଉଚ୍ଚରେ ଅବସ୍ଥିତ । ଉତ୍ତରାଖଣ୍ଡରେ ଅବସ୍ଥିତ ଚାରି ଧାମକୁ ତୀର୍ଥଯାତ୍ରା ୧୦ ମଇରୁ ଆରମ୍ଭ ହୋଇଛି । ଗତ ଶୁକ୍ରବାର ଠାରୁ ତିନି ଧାମରେ ​​ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି ।


ଅନ୍ୟପଟେ, ପ୍ରଥମ ଦିନରେ ପ୍ରାୟ ୨୯ ହଜାର ଶ୍ରଦ୍ଧାଳୁ କେଦାରନାଥ ଧାମ ପରିଦର୍ଶନ କରିଥିଲେ । କେଦାରନାଥ ଧାମରେ ​​ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପହଞ୍ଚି ଭକ୍ତଙ୍କୁ ସ୍ୱାଗତ କରିବା ସହ ନିରାପଦ ଯାତ୍ରା ପାଇଁ କାମନା କରିଥିଲେ।


Also Read- Surya Nakshatra Parivartan 2024: ୧୧ ମଇରୁ ୩ ରାଶି ପାଇଁ ଆରମ୍ଭ ହୋଇଛି ଶୁଭ ସମୟ, ବର୍ଷିବ ଧନ


Also Read- Shani Gochar 2024: ୩ ରାଶି ଉପରେ ଶନିଙ୍କ ଶୁଭଦୃଷ୍ଟି, ବଢିବ ରୋଜଗାର