Train accident case: ଭାରତୀୟ ରେଳ ମୁଖପାତ୍ର ଅମିତାଭ ଶର୍ମା (amitav sharma) କହିଛନ୍ତି, ଓଡିଶାର ବାଲେସୋରର ଏହି ମାର୍ଗରେ ଆଣ୍ଟି-ଟ୍ରେନ୍ ଧକ୍କା ବ୍ୟବସ୍ଥା ‘କବଚ୍’ ଉପଲବ୍ଧ ନାହିଁ । କବଚ ବ୍ୟବସ୍ଥା ହୋଇଥିଲେ ହୁଏତ ଏକ୍ସପ୍ରେସ ଟ୍ରେନ (express train) ଦୁଇଟି ପରସ୍ପର ସହିତ ଧକ୍କା ହେବାରୁ ବର୍ତ୍ତି ଯାଇଥାଆନ୍ତେ । ଯେଉଁଠାରେ ଶୁକ୍ରବାର ଦିନ ତିନୋଟି ଟ୍ରେନ୍ ନିଜ ନିଜ ଭିତରେ ଧକ୍କା ହୋଇ ୨୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଓ ପ୍ରାୟ ୯୦୦ ଜଣ ଆହତ (injury) ହୋଇଛନ୍ତି ।
ଭାରତୀୟ ରେଳବାଇ (indian railway) ନିଜ ନେଟୱାର୍କରେ ଏବେ “କବଚ୍” ସ୍ଥାପନ ପ୍ରକ୍ରିୟାରେ ଜାରି ରଖିଛି । ଯେତେବେଳେ ଲୋକୋ ପାଇଲଟ୍ ସିଗନାଲ୍ (ସିଗନାଲ୍ ପାସ୍ ଆଟ୍ ଡେଞ୍ଜର - SPAD) କୁ ଡେଇଁବେ, ଏହା ଦ୍ୱାରା ସେ ସତର୍କ (alert) ହୋଇଯିବେ, ଯାହାପରେ ଟ୍ରେନ୍ ଧକ୍କା ହେବାରୁ ରୋକାଯାଇ ପାରିବ  । କବଚ ସିଷ୍ଟମ ଲୋକୋ ପାଇଲଟଙ୍କୁ ସଚେତନ କରାଇ ପାରିବ, ବ୍ରେକ୍ ନିୟନ୍ତ୍ରଣ (break control) କରିପାରିବ ଏବଂ ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ ସମାନ ଲାଇନରେ ଅନ୍ୟ ଟ୍ରେନ୍ ଦେଖିଲେ ଟ୍ରେନ୍ ସ୍ୱୟଂଚାଳିତ (automatic) ଭାବରେ ଅଟକି ଯିବ ।


COMMERCIAL BREAK
SCROLL TO CONTINUE READING

ଫେବୃଆରୀରେ, ଉତ୍ତରପ୍ରଦେଶର (uttarpradesh) ଦୁଇ ମାଲବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ରେଳବାଇ ଏକ ମାସ ଧରି ସୁରକ୍ଷା ଡ୍ରାଇଭ୍ ଆରମ୍ଭ କରିଥିଲା, ଯେପରି ଲୋକୋ ପାଇଲଟଙ୍କ ଦ୍ବାରା ସିଗନାଲ୍ (signal) ଦିଆଯିବା ପରେ ହେବାକୁ ଥିବା ଦୁର୍ଘଟଣାକୁ ରୋକାଯାଇ ପାରିବ ।


ଏହି ଡ୍ରାଇଭ ଅଧୀନରେ ରେଳବାଇ ବୋର୍ଡ (railway board), ଜୋନାଲ ରେଳବାଇ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବିଭାଗ, ରକ୍ଷଣାବେକ୍ଷଣ କେନ୍ଦ୍ର, କାର୍ଯ୍ୟ ସ୍ଥାନ ଇତ୍ୟାଦି ପରିଦର୍ଶନ କରିବାକୁ ଏବଂ ନିରାପତ୍ତା ଯାଞ୍ଚ ଏବଂ କାର୍ଯ୍ୟକାରୀ କରିବା ପାଇଁ “କାର୍ଯ୍ୟ ସ୍ଥଳ ଆଦିର ପୁଙ୍ଖାନୁପୁଙ୍ଖ ସମୀକ୍ଷା” କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶାରେ ରେଳ ସୁରକ୍ଷା କମିଶନର ଦକ୍ଷିଣ ପୂର୍ବ ସର୍କଲଙ୍କ ନେତୃତ୍ୱରେ ଓଡ଼ିଶାରେ ରେଳ ଦୁର୍ଘଟଣା ସମ୍ପର୍କରେ ରେଳବାଇ ଏକ ଉଚ୍ଚ ସ୍ତରୀୟ ଯାଞ୍ଚ ଆରମ୍ଭ କରିଛି ବୋଲି ଅଧିକାରୀମାନେ ଶନିବାର କହିଛନ୍ତି।


ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱରରେ ଟ୍ରେନ ଦୁର୍ଘଟଣାର ସେହି ଛାତିଥରା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଟ୍ରେନ ଦୁର୍ଘଟଣା ଗ୍ରସ୍ତ ହେବା ସମୟରେ ଶାଲିମାର୍‌-ଚେନ୍ନାଇ କରମଣ୍ଡଳ ସୁପର୍‌ଫାଷ୍ଟ୍‌ ଏକ୍ସ୍‌ପ୍ରେସ୍‌ ଘଣ୍ଟାପ୍ରତି ୧୨୮ କିଲୋମିଟର୍‌ ବେଗରେ ଚାଲୁଥିଲା ଓ ବିଶ୍ବେଶ୍ବରାୟ ଟର୍ମିନାଲ୍‌-ହାୱଡ଼ା ସୁପର୍‌ଫାଷ୍ଟ୍‌ ଏକ୍ସ୍‌ପ୍ରେସ୍‌ ୧୨୬ କିଲୋମିଟର୍‌ ବେଗରେ ଚାଲୁଥିଲା । ସେହି ସମୟରେ , ବାହାନଗା ବଜାର ଷ୍ଟେସନ୍‌ରେ ଗୋଟାଏ ମାଲ୍‌ଗାଡ଼ି ପୂର୍ବରୁ ଅଟକିଥିଲା । କିନ୍ତୁ, ଉକ୍ତ ସମୟରେ ଉଭୟ ଟ୍ରେନ୍‌ ଲାଗି ସର୍ବାଧିକ ଘଣ୍ଟାପ୍ରତି ଥିଲା ୧୩୦ କିଲୋମିଟର୍‌ଥିଲା । କିନ୍ତୁ, ଦୁର୍ଘଟଣାର ଘଟିବାର ପ୍ରକୃତ କାରଣ ଉଚ୍ଚ-ସ୍ତରୀୟ ତଦନ୍ତ ପରେ କୁହାଯିବ ବୋଲି ସୂଚାନା ଦେବା ସହ ଏକଥା ମଧ୍ୟ ରେଳବାଇ ସୁନିଶ୍ଚିତ କରିଛି କି  ଉକ୍ତ ‘ରୁଟ୍‌’ରେ ‘କବଚ’ ବ୍ୟବସ୍ଥା ନଥିଲା । ‘କବଚ’ ଥିଲେ ହୁଏତ ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁଇଟି ପରସ୍ପର ସହିତ ଧକ୍କା ଖାଇବାରୁ ବର୍ତ୍ତି ଯାଇଥାଆନ୍ତେ।


ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ କି ‘ଆତ୍ମନିର୍ଭର ଭାରତ’ ଉପକ୍ରମ ଭାବେ ୨୦୨୨ ବଜେଟ୍‌ (budget)ରେ ‘କବଚ’ ବ୍ୟବସ୍ଥା ଘୋଷଣା କରାଯାଇଥିଲା। ଏହି ବୈଷୟିକ ଜ୍ଞାନକୌଶଳ ସମୁଦାୟ ୨୦୦୦ କିଲୋମିଟର୍‌ ରେଳ ନେଟ୍‌ୱାର୍କରେ ଲାଗୁ କରାଯିବ ବୋଲି ଯୋଜନା କରାଯାଇଥିଲା। ୨୦୨୨ ମାର୍ଚ ୨୩ରେ ରେଳ ମନ୍ତ୍ରାଳୟ ମଧ୍ୟ ଘୋଷଣା କରିଥିଲା ଯେ, ଭାରତରେ ଟ୍ରେନ୍‌ ଚଳାଚଳର ସୁରକ୍ଷା ନିମନ୍ତେ ସ୍ୱଦେଶୀ ଜ୍ଞାନ‌କୌଶଳରେ ନିର୍ମିତ ‘ଅଟୋମେଟିକ୍‌ ଟ୍ରେନ୍‌ ପ୍ରୋଟେକ୍ସନ୍‌’ (ଏଟିପି) ବା ‘କବଚ’ ପଦକ୍ଷେପ ନିଆଯାଉଛି।


also readଆଜି ଓଡ଼ିଶା ଆସି ମୃତାହତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି