Hitech Hospital Tragedy: କାନ୍ଦି କାନ୍ଦି ଜ୍ୟୋତିଙ୍କ ପତ୍ନୀ ପଚାରୁଛନ୍ତି ମୋ ସ୍ୱାମୀ କାଇଁ...
Hitech Hospital Tragedy: ଦିଲ୍ଲୀପ ବୋଲି ଯାହାଙ୍କ ମୃତଦେହର ଅନ୍ତିମ ସଂସ୍କାର ସରିଛି, ସେ ଜ୍ୟୋତି ବୋଲି ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । କଥା ଏମିତି ହେଉଛି ଯେ, କୁହାଯାଉଛି ଯାହାକୁ ଦିଲ୍ଲୀପ ଭାବି ଅନ୍ତିମ ସଂସ୍କାର କରାଯାଇଛି ସେ ଥିଲେ ଜ୍ୟୋତି ରଞ୍ଜନ ମଲ୍ଲିକ। ସେପଟେ ବ୍ଲାଷ୍ଟ ପରେ ସମସ୍ତ ଚିକିତ୍ସାଧୀନଙ୍କ ମଧ୍ୟରୁ ମୃତ୍ୟୁ ପରେ କୁହାଯାଇଥିଲା ଯେ, ଦିଲ୍ଲୀପ ସାମନ୍ତରାୟ ।
Hitech Hospital Tragedy: ହାଇଟେକ୍ ହସ୍ପିଟାଲ ଟ୍ରାଜେଡିରେ ଦେଖିବାକୁ ମିଳିଛି ନୂଆ ଟ୍ୱିଷ୍ଟ୍ । ଯାହାଙ୍କୁ ଜ୍ୟୋତିରଞ୍ଜନ ମଲ୍ଲିକ ଭାବି ଚିକିତ୍ସା ଜାରି ରହିଥିଲା ସେ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହୁଛନ୍ତି । ଅଧିକାରୀକ ଭାବେ ନହେଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରେସମିଟ୍ ଜରିଆରେ ୯୫ ପ୍ରତିଶତ ସତ ଭାବେ ଦିଲ୍ଲୀପ ସାମନ୍ତରାୟ ବଞ୍ଚିଥିବା କହିଛନ୍ତି । ସେପଟେ ଏତେଦିନ ଧରି ଟ୍ରିଟମେଣ୍ଟ ହେଉଥିବା ଯୁବକ ଜ୍ୟୋତିରଞ୍ଜନ ନୁହଁନ୍ତି ବୋଲି ଜାଣିବା ପରେ
ହାଇଟେକ୍ ହସ୍ପିଟାଲ ଆଗରେ ଏକାଠି ହୋଇଛନ୍ତି ଜ୍ୟୋତିରଞ୍ଜନଙ୍କ ପରିବାର ଓ ଗାଁ ଲୋକ ।
ହସ୍ପିଟାଲ କର୍ତ୍ତୃପକ୍ଷ (Hitech Hospital Tragedy) ଏହାକୁ ନେଇ ପ୍ରେସମିଟ କରିବା ପରେ ଦୋଷ ଠେଲାଠେଲି କରୁଥିବା ଦେଖିବାକୁ ମିଳୁଛି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥା ଏସି ରିପେୟାର ସମୟରେ ବ୍ଲାଷ୍ଟ ହୋଇଥିଲା । ଏହି ଘଟଣାରେ ୪ ଜଣ ଆହତ ହୋଇଥିଲେ। ତୁରନ୍ତ ସେହି ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇ ଟ୍ରିଟମେଣ୍ଟ କରାଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ସେ ସମୟରେ କହିଥିଲେ ଯେ, ବିଶେଷ କ୍ଷତି ହୋଇନାହିଁ । ହେଲେ ଜଣଙ୍କର ମୃତ୍ୟୁ ପରେ ଆଜି ଦେଖାଦେଇଥିବା ଦ୍ୱନ୍ଦ୍ୱକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ବର୍ଣ୍ଣ ଇନ୍ଜୁରି ଏତେ ଥିଲା ଯେ, ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ନଥିଲା। ତେବେ କିଛିଦିନ ପରେ ଏମିତି କଥାରେ ତାଳମେଳ ନରହିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ ପ୍ରଶ୍ନବାଣ ଛିଡ଼ା କରିଛି।
ଅନ୍ୟପଟେ ଜ୍ୟୋତିରଞ୍ଜନ ମଲ୍ଲିକ ମୃତ ଜାଣିବା ପରେ ଏବେ ହସ୍ପିଟାଲରେ ଉତ୍ତେଜନା(Hitech Hospital Blast) ଦେଖାଦେଇଛି। ହସ୍ପିଟାଲ ସାମ୍ନାରେ କାନ୍ଦି କାନ୍ଦି ବେହୋସ ହେଉଛନ୍ତି ଜ୍ୟୋତିଙ୍କ ପତ୍ନୀ ଓ ପରିବାର। ଦୁଃଖ ଓ କ୍ଷୋଭର ସହ ଦାବି କରୁଛନ୍ତି, 'ଆମକୁ ଜ୍ୟୋତି ଫେରାଇ ଦିଅନ୍ତୁ ନହେଲେ ତାଙ୍କ ମର ଶରୀର ଅନ୍ତିମ ସଂସ୍କାର ପାଇଁ ଦିଆଯାଉ' । ହେଲେ ଏପଟେ ଦିଲ୍ଲୀପ ବୋଲି ଯାହାଙ୍କ ମୃତଦେହର ଅନ୍ତିମ ସଂସ୍କାର ସରିଛି, ସେ ଜ୍ୟୋତି ବୋଲି ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । କଥା ଏମିତି ହେଉଛି ଯେ, କୁହାଯାଉଛି ଯାହାକୁ ଦିଲ୍ଲୀପ ଭାବି ଅନ୍ତିମ ସଂସ୍କାର କରାଯାଇଛି ସେ ଥିଲେ ଜ୍ୟୋତି ରଞ୍ଜନ ମଲ୍ଲିକ। ସେପଟେ ବ୍ଲାଷ୍ଟ ପରେ ସମସ୍ତ ଚିକିତ୍ସାଧୀନଙ୍କ ମଧ୍ୟରୁ ମୃତ୍ୟୁ ପରେ କୁହାଯାଇଥିଲା ଯେ, ଦିଲ୍ଲୀପ ସାମନ୍ତରାୟ ।
ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ପରେ ମ୍ରିୟମାଣ ହୋଇ ଜୀବନ ହାରିଥିଲେ ଦିଲ୍ଲୀପଙ୍କ ପତ୍ନୀ । ଏବେ ପୂରା ଏକା ହୋଇଯାଇଛନ୍ତି ଦିଲ୍ଲୀପଙ୍କ ବିଧବା ମା।
ଯଦି ଦିଲ୍ଲୀପ ଭାବି ଜ୍ୟୋତିଙ୍କ ମରଶରୀରକୁ ଅନ୍ତିମ ସଂସ୍କାର କରାଯାଇଛି ତେଣୁ ଜ୍ୟୋତିଙ୍କ ମର ଶରୀର ଆଉ ତାଙ୍କ ପରିବାରକୁ ହସ୍ତାନ୍ତର କରିବା ସମ୍ଭବ ନୁହେଁ । ହେଲେ ପରିବାର କିନ୍ତୁ ମୃତଦେହ ପାଇଁ ଅଡି ବସିଛି । ଜ୍ୟୋତିଙ୍କ ପତ୍ନୀଙ୍କ ପରିବାର ହସ୍ପିଟାଲ ଆଗରେ କାନ୍ଦି କାନ୍ଦି ନିଜ ପୁଅ ଓ ନିଜ ସ୍ୱାମୀଙ୍କ ମୃତଦେହ ଫେରାଇବାକୁ ଦାବି କରୁଛନ୍ତି। କାନ୍ଦି କାନ୍ଦି ଜ୍ୟୋତିଙ୍କ ପତ୍ନୀ ପଚାରୁଛନ୍ତି ମୋ ସ୍ୱାମୀ କାଇଁ...ଏହାସହ ଜ୍ୟୋତିରଞ୍ଜନଙ୍କ ପତ୍ନୀ ଗଣମାଧ୍ୟମ(Journalist) ସାମ୍ନାରେ କହିଛନ୍ତି ଯେ, ଆଇଡେଣ୍ଟିଫିକେସନ ପାଇଁ ଭିତରକୁ ନେଇ ଥିଲେ ମଧ୍ୟ ମୋ ସ୍ୱାମୀଙ୍କୁ ଚିହ୍ନିପାରିଲିନି ମୋ ଧନକୁ ଚିହ୍ନିପାରିଲିନାହିଁ।