Adipurush Movie Controversy : ପ୍ରଥମ ଦିନରେ ଆଦିପୁରୁଷର ନିର୍ମାତା ୧୪୦ କୋଟି ଟଙ୍କା ସଂଗ୍ରହ କରିଥିବା ଦାବି କରୁଥିବାବେଳେ ଫିଲ୍ମ (film) ର ବିରୋଧ ବଢ଼ିବାରେ ଲାଗିଛି । ଏହି ଚଳଚ୍ଚିତ୍ରରେ ଯେଉଁପରି ରାମକଥା ପ୍ରଦର୍ଶନ କରାଯାଇଛି ଓ ଯେମିତି ପ୍ରଭୁ ରାମ-ହନୁମାନ ଓ ରାବଣଙ୍କ ଚରିତ୍ରକୁ ଦର୍ଶାଯାଇଛି, ତାହାକୁ ଦେଖି ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସୋସିଆଲ ମିଡିଆ (social media)ରେ ଫିଲ୍ମର ସମୀକ୍ଷା ଓ ଚଳଚ୍ଚିତ୍ର ଉପରେ ସାଧାରଣ ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବା ପରେ ଅନେକ ଲୋକ ସେମାନଙ୍କର ଆଡଭାନ୍ସ ବୁକ୍ ହୋଇଥିବା ଟିକେଟ୍ ବାତିଲ୍ କରିଛନ୍ତି । ସେମାନେ ସୋସିଆଲ ମିଡିଆରେ ବାତିଲ କରିଥିବା ଥିବା ଟିକେଟ୍ ସେୟାର (share) କରୁଛନ୍ତି । କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ଆଦିପୁରୁଷ, ବଏକଟ ଆଦିପୁରୁଷ ( #BoycottAdipurush ) ଓ ଡିଜାଷ୍ଟର ଆଦିପୁରୁଷ ( #Disasteradipurus ) ହ୍ୟାସ ଟ୍ୟାଗ୍ ଟ୍ରେଣ୍ଡ କରୁଛି। ଯେଉଁଥିରେ ଫିଲ୍ମର ନିର୍ମାତା, ନିର୍ଦ୍ଦେଶକ (director) ଓ ଲେଖକଙ୍କ ବିଷୟରେ ଦର୍ଶକଙ୍କ ଅସନ୍ତୋଷ ଦେଖିବାକୁ ମିଳୁଛି।


COMMERCIAL BREAK
SCROLL TO CONTINUE READING

ଏହି ସମୟରେ, ଖବର ମିଳୁଛି ଯେ କିଛି ଲୋକ ଯେଉଁମାନେ ଆଗୁଆ ବୁକିଂ କରିଥିଲେ ସେମାନେ ପ୍ରଥମ ଦିନରେ ଫିଲ୍ମ ଦେଖିଥିଲେ, କିନ୍ତୁ ଯେଉଁମାନେ ଶନିବାର-ରବିବାର ପାଇଁ ଆଗୁଆ ଟିକେଟ ବୁକ୍  (advance booking) କରିଥିଲେ ସେମାନେ ବର୍ତ୍ତମାନ ବହୁ ସଂଖ୍ୟାରେ ଟିକେଟ୍ କ୍ୟାନସଲ କରୁଛନ୍ତି । ଏହି ଚଳଚ୍ଚିତ୍ରକୁ ନେଇ ବ୍ୟାପକ ଅସନ୍ତୋଷ ପରେ ଅନଲାଇନ୍ ବୁକର୍ସଙ୍କ ଦ୍ବାରା ଟିକେଟ୍ ବାତିଲ ସଂଖ୍ୟା ବଢ଼ିବାରେ ଲାଗିଛି। ଦର୍ଶକମାନେ ପ୍ରଭାସଙ୍କୁ ରାମଙ୍କ ଚରିତ୍ରରେ ଗ୍ରହଣ କରିପାରୁନଥିବା ବେଳେ, ହନୁମାନଙ୍କୁ ଦିଆଯାଇଥିବା ସଂଳାପକୁ ନେଇ ସୋସିଆଲ ମିଡିଆ (social media)ରେ ଥଟା ମଜା କରୁଥିବା ଦେଖିବାକୁ ମିଳିଛି । ଲୋକମାନେ ଫିଲ୍ମର ଖରାପ VFX କୁ। ନେଇ ମଧ୍ୟ ଲୋକେ ଅସନ୍ତୋଷ ଜାହିର କରିଛନ୍ତି  । ଯାହାର  ଫଳ ସ୍ୱରୂପ ଯେଉଁମାନେ ଫିଲ୍ମ ଦେଖିନାହାଁନ୍ତି ସେମାନେ ସେମାନଙ୍କର ଆଗାମୀ ବୁକିଂ ବାତିଲ କରୁଛନ୍ତି ।


ଟିକେଟ୍ ବାତିଲ୍ କରିବା ପରେ ଜଣେ ଟ୍ୱିଟର ୟୁଜର୍ସ ଲେଖିଛନ୍ତି, ମୁଁ ମୋ ଝିଅକୁ ଭୁଲ ରାମାୟଣ (Ramayan) ଶିଖାଇବାକୁ ଚାହୁଁ ନ ଥିବାରୁ ଆଦିପୁରୁଷ ଟିକେଟ୍ ବାତିଲ କରିଛି । ଅନ୍ୟ ଜଣେ ଲେଖିଛନ୍ତି, ଏହା ରାମାୟଣ ନୁହେଁ, ତେଣୁ ମୁଁ ଆଦିପୁରୁଷଙ୍କ ଟିକେଟ୍ ବାତିଲ କରିଛି । ଏହି ସମୟରେ, ଏହି ସଂଳାପ ସପକ୍ଷରେ ଯୁକ୍ତି କରି ଚଳଚ୍ଚିତ୍ରର ସଂଳାପ ଲେଖକ ମନୋଜ ମୁଣ୍ଟାଶିର ଟିଭି ଚ୍ୟାନେଲ (tv channel)ରେ କହୁଛନ୍ତି ଯେ, ରାମାୟଣର କାହାଣୀ ଦେଶର ପୂର୍ବଜ,  ଜେଜେ-ମା' ଓ ଦେଶର ମହାନ ସାଧୁମାନଙ୍କ ଭାଷା ଓ ଢ଼ଙ୍ଗରେ ବର୍ଣ୍ଣନା କରାଯାଇଛି। ରାମାୟଣର କାହାଣୀରେ ସେ ଏପରି ସଂଳାପ ଭର୍ତ୍ତି କରିଥିବା ପ୍ରଥମ ବ୍ୟକ୍ତି ନୁହଁନ୍ତି । ସେ କହିଛନ୍ତି ଏହି ସଂଳାପ ଗୁଡ଼ିକରେ କ’ଣ ଭୁଲ୍ ଅଛି?


ଆଦିପୁରୁଷ ଫିଲ୍ମ ବିବାଦରେ ଛନ୍ଦି ହୋଇପଡିଛି। ଏଥିରେ ଚରିତ୍ର ଟ୍ୟାମ୍ପରିଂ ଓ ଖରାପ ସଂଳାପ ଥିବା ଅଭିଯୋଗ ହୋଇଛି । ହିନ୍ଦୁ ସଂଗଠନ କହୁଛି ଯେ, ଏହି ଚଳଚ୍ଚିତ୍ରଟି ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଓ ରାମାୟଣର ମୂଳ ଭାବନା ସହିତ ଖେଳା ଯାଇଛି । ୟୁପି (uttar pradesh)ର ବାରାଣାସୀରେ ଫିଲ୍ମ ବିରୋଧରେ ସାଧୁମାନେ ମଧ୍ୟ ଓହ୍ଲାଇଛନ୍ତି। ଅଖିଳ ଭାରତୀୟ ସନ୍ଥ ସମିତିର ଜାତୀୟ ସାଧାରଣ ସମ୍ପାଦକ ସ୍ୱାମୀ ଜିତେନ୍ଦ୍ରନନ୍ଦ ସରସ୍ୱତୀ କହିଛନ୍ତି ଯେ ସନାତନ ଧର୍ମରେ ସନ୍ଥଙ୍କ ସହ ମଜାମସ୍ତି , ମହାପୁରୁଷ ଓ ପରମାତ୍ମାଙ୍କର ସରଳୀକରଣ କରିବା କ୍ଷମା ଯୋଗ୍ୟ ନୁହେଁ। ଏହି ଚଳଚ୍ଚିତ୍ରର ସଂଳାପ ସାଧୁମାନେ ଗ୍ରହଣ (accept) କରିପାରି ନାହାଁନ୍ତି ।


Also read- ଟଙ୍କା ପାଇଁ କାହା ଉପରେ କରିବେନି ନିର୍ଭର ! ମହିଳା ଘରେ ବସି ଆରମ୍ଭ କରିପାରିବେ ଏହି ସହଜ ବ୍ୟବସାୟ


ଓକିଲମାନେ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ହିନ୍ଦୁ ଧର୍ମକୁ କ୍ଷତି ପହଞ୍ଚାଇବାକୁ ଯାଉଛି। ସମସ୍ତ ଚରିତ୍ରକୁ ଭୁଲ ଭାବରେ ଚିତ୍ରଣ କରାଯାଇଛି । ସେଥିପାଇଁ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍ । ଓକିଲମାନେ କହିଛନ୍ତି ଯେ ହିନ୍ଦୁ ଧର୍ମକୁ ପରିହାସ କରିବାର କାର୍ଯ୍ୟ ଏହି ଚଳଚ୍ଚିତ୍ରର ଅଭିନେତାମାନଙ୍କ ଦ୍ୱାରା କ୍ରମାଗତ ଭାବରେ କରାଯାଉଛି। ସାଧାରଣ ହିନ୍ଦୁ ଜନସାଧାରଣ ଏହଏହାକୁ ନେଇ ଅସନ୍ତୋଷ ଜାହିର କରୁଛନ୍ତି।


ଫିଲ୍ମର କିଛି ଅଂଶ ହଟାଇବାକୁ ଦାବି ।


ଫିଲ୍ମର କିଛି ଅଂଶ ହଟାଇବାକୁ ଦାବି କରି ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରାଯାଇଛି। ରାଜ୍ୟରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଉଦର, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ସୂଚିତ କରିଛନ୍ତି। ସେ କହିଛନ୍ତି ଯେ ଫିଲ୍ମରେ ପ୍ରଭୁ ରାମ ଏବଂ ପ୍ରଭୁ ହନୁମାନଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରାଯାଇଛି। ଯଦି ଲୋକମାନେ ଦାବି କରନ୍ତି, ତେବେ ସରକାର ଏହାକୁ ରାଜ୍ୟରେ ନିଷେଧ କରିବାକୁ ବିଚାର କରିବେ।


Also read- ରେଳ ବିଭାଗରେ ବ୍ୟବସାୟ କରିବେ ଗୌତମ ଆଦାନୀ: IRCTC ସହ ହେବ ପ୍ରତିଦ୍ୱନ୍ଦ୍ୱିତା