ରେଳ ବିଭାଗରେ ବ୍ୟବସାୟ କରିବେ ଗୌତମ ଆଦାନୀ: IRCTC ସହ ହେବ ପ୍ରତିଦ୍ୱନ୍ଦ୍ୱିତା
Advertisement
Article Detail0/zeeodisha/odisha1742544

ରେଳ ବିଭାଗରେ ବ୍ୟବସାୟ କରିବେ ଗୌତମ ଆଦାନୀ: IRCTC ସହ ହେବ ପ୍ରତିଦ୍ୱନ୍ଦ୍ୱିତା

ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ (adani group) ବର୍ତ୍ତମାନ ରେଳ ବିଭାଗରେ ପ୍ରବେଶ କରି ବ୍ୟବସାୟ (business) ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି । ଆଦାନୀ ଏଣ୍ଟରପ୍ରାଇଜେସ୍ ଖୁବ୍ ଶୀଘ୍ର ଅନଲାଇନରେ ଟ୍ରେନ୍ ଟିକେଟ୍ ବିକ୍ରି (Ticket sale) କରିବ । କେବଳ ଏତିକି ନୁହେଁ, ଅନଲାଇନ୍ ଟ୍ରେନ୍ ଟିକେଟ୍ ବୁକିଂ ବ୍ୟବସାୟରେ କମ୍ପାନୀ ଭାରତୀୟ

ରେଳ ବିଭାଗରେ ବ୍ୟବସାୟ କରିବେ ଗୌତମ ଆଦାନୀ: IRCTC ସହ ହେବ ପ୍ରତିଦ୍ୱନ୍ଦ୍ୱିତା

Train Ticket Booking: ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ (adani group) ବର୍ତ୍ତମାନ ରେଳ ବିଭାଗରେ ପ୍ରବେଶ କରି ବ୍ୟବସାୟ (business) ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି । ଆଦାନୀ ଏଣ୍ଟରପ୍ରାଇଜେସ୍ ଖୁବ୍ ଶୀଘ୍ର ଅନଲାଇନରେ ଟ୍ରେନ୍ ଟିକେଟ୍ ବିକ୍ରି (Ticket sale) କରିବ । କେବଳ ଏତିକି ନୁହେଁ, ଅନଲାଇନ୍ ଟ୍ରେନ୍ ଟିକେଟ୍ ବୁକିଂ ବ୍ୟବସାୟରେ କମ୍ପାନୀ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (Indian Railway Catering and Tourism Corporation) (IRCTC)କୁ ଆଗକୁ ଚ୍ୟାଲେଞ୍ଜ କରିବ । ଶୁକ୍ରବାର (Friday) ଦିନ ଏହି ଉଦ୍ଦେଶ୍ୟ ବିଷୟରେ ଆଦାନୀ ଏଣ୍ଟରପ୍ରାଇଜେସ୍ ଇଣ୍ଡିଆନ୍ ଷ୍ଟକ୍ ମାର୍କେଟ (Indian Stock Market)କୁ ସୂଚନା ଦେଇଛି । କମ୍ପାନୀ ଏହା ମଧ୍ୟ କହିଛି ଯେ, ଏହି ବ୍ୟବସାୟ ଯୋଜନା ପାଇଁ ଏହା ଷ୍ଟାର୍କ ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ ଲିମିଟେଡ୍ (Stark Enterprises Pvt ltd) (SEPL) ରେ ଶହେ ପ୍ରତିଶତ ଅଂଶଧନ ହାସଲ କରିବ।

ଷ୍ଟାନ ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ ଲିମିଟେଡ୍ର ୧୦୦ ପ୍ରତିଶତ ଅଂଶଧନ ଅଧିଗ୍ରହଣ ସଂପର୍କରେ ଆଦାନୀ ଡିଜିଟାଲ୍ ଲ୍ୟାବ୍ସ ପ୍ରାଇଭେଟ ଲିମିଟେଡ୍ (Adani Digital Labs Pvt) (ADL) ସେୟାର କ୍ରୟ ଚୁକ୍ତିନାମା (SPA) ସ୍ୱାକ୍ଷର କରିଛି। ତେବେ ଦୁଇ କମ୍ପାନୀ ମଧ୍ୟରେ ଏହି ଡିଲ୍ କେତେ ହୋଇଛି ସେ ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ । ଆଦାନୀ ଡିଜିଟାଲ୍ ଲ୍ୟାବ୍ସ ପ୍ରାଇଭେଟ ଲିମିଟେଡ୍ ହେଉଛି ଆଦାନୀ ଏଣ୍ଟରପ୍ରାଇଜେସ୍ ର ସମ୍ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନୀ । ଚୁକ୍ତିନାମାର ଉଦ୍ଦେଶ୍ୟ ବିଷୟରେ ସବିଶେଷ ତଥ୍ୟ ସାମ୍ନାକୁ ଆସିଛି । ଆଦାନୀ ଏଣ୍ଟରପ୍ରାଇଜେସ୍ କହିଛନ୍ତି ଯେ, SEPL ର ୧୦୦ ପ୍ରତିଶତ ଇକ୍ୱିଟି ଅଂଶଧନ ହାସଲ କରିବା ସହିତ ଏସପିଏ ଚୁକ୍ତିନାମା, ପାରସ୍ପରିକ ଅଧିକାର, ବାଧ୍ୟତାମୂଳକ ତଥା ଅନ୍ୟାନ୍ୟ ବିଷୟ ରେକର୍ଡ କରିଥାଏ। ଷ୍ଟାର୍କ ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ ଲିମିଟେଡ୍ 'ଟ୍ରେନମ୍ୟାନ' ଭାବରେ ମଧ୍ୟ ଜଣାଶୁଣା ।  ଷ୍ଟାର୍କ ଏଣ୍ଟରପ୍ରାଇଜେସ୍ ଦ୍ୱାରା ପରିଚାଳିତ ଟ୍ରେନମ୍ୟାନ୍ ଏକ ପ୍ରାଧିକୃତ ଅନ୍ଲାଇନ୍ ଟ୍ରେନ୍ ଟିକେଟ୍ ବୁକିଂ ପ୍ଲାଟଫର୍ମ (Online train ticket booking platform)। ଏହି ପ୍ଲାଟଫର୍ମ ମାଧ୍ୟମରେ ଟ୍ରେନ୍ ଟିକେଟ୍ ବୁକିଂ ସମେତ ଆପଣ PNR ସ୍ଥିତି, କୋଚ୍ ସ୍ଥିତି, ଲାଇଭ୍ ଟ୍ରେନ୍ ସ୍ଥିତି (live train status) ଏବଂ ସିଟ୍ ବିଷୟରେ ଅନେକ ସୂଚନା ପାଇପାରିବେ ।

ଆପଣଙ୍କୁ କହିରଖୁଛୁ ଯେ, ଚଳିତ ବର୍ଷ ଫେବୃଆରୀ ଶେଷ ସମୟରେ ହିନ୍ଦେନବର୍ଗ ରିସର୍ଚ୍ଚ ରିପୋର୍ଟ ହେତୁ ବହୁ ବିକ୍ରୟ ପରେ NSE ରେ ଆଦାନୀ ଏଣ୍ଟରପ୍ରାଇଜେସ୍ ସେୟାର ପ୍ରାୟ ୧,୧୯୫ରେ ପହଞ୍ଚିଥିଲା ।​ ତେବେ ବର୍ତ୍ତମାନ ଏଥିରେ ଏକ ବଡ଼ ପରିବର୍ତ୍ତନ (changes) ଆସିଛି । ତଳୁ ଧିରେ ଧିରେ ଉପରକୁ ଉଠି ଆଦାନୀ ଏଣ୍ଟରପ୍ରାଇଜେସ୍ ସେୟାର ମୂଲ୍ୟ (share price) ଗତ ସପ୍ତାହରେ ଶୁକ୍ରବାର ଦିନର ରେକର୍ଡ ଅନୁଯାୟୀ ପ୍ରାୟ ୨୫୦୫ ଟଙ୍କା ଅତିକ୍ରମ (cross) କରିବାରେ ସକ୍ଷମ ହୋଇଛି । ଚାରି ମାସ ତଳେ କମ୍ପାନୀର ଷ୍ଟକ୍ (stock) ଶତ ପ୍ରତିଶତରୁ ଅଧିକ ବଢିଥିବା ଜଣାପଡିଛି ।

Also read- ଟଙ୍କା ପାଇଁ କାହା ଉପରେ କରିବେନି ନିର୍ଭର ! ମହିଳା ଘରେ ବସି ଆରମ୍ଭ କରିପାରିବେ ଏହି ସହଜ ବ୍ୟବସାୟ

ଏକଥା ମଧ୍ୟ ଜାଣିବା ଆବଶ୍ୟକ ଯେ, ନଭେମ୍ବର ୨୦୨୨ରେ ଆରମ୍ଭରୁ IRCTC ସେୟାର ମୂଲ୍ୟ ବେସ୍ ବିଲଡିଂ ମୋଡ୍ ଅଧୀନରେ ଅଛି । ତେବେ, ଆଇଆରସିଟିସି ଷ୍ଟକ୍ (irctc stock) ମାତ୍ର ମାସେ ମଧ୍ୟରେ ପ୍ରାୟ ୯ ପ୍ରତିଶତ ରିଟର୍ଣ୍ଣ (return) ଦେଇଛି । ଯାହାକୁ ନେଇ ସେୟାର ହୋଲ୍ଡର ଖୁବ ଖୁସି ଅଛନ୍ତି । IRCTCର ପ୍ରତି ସେୟାର ୬୪୫ଟଙ୍କାରେ ବ୍ରେକଆଉଟ (break out) ଦେଇଛି । ଶୁକ୍ରବାର ଦିନ ଏହାର ଅଂଶ NSE ରେ ୬୬୬ ଡଲାରରେ ଚାଲିବା ପରେ ବନ୍ଦ ହୋଇଥିଲା ।

Also read- କାର୍ କିଣିବାକୁ ଚାହୁଁଛନ୍ତି କି ? ଏହି ଗାଡି ଦେଉଛି ୩୫ କିମି ମାଇଲେଜ୍