ଟଙ୍କା ପାଇଁ କାହା ଉପରେ କରିବେନି ନିର୍ଭର ! ମହିଳା ଘରେ ବସି ଆରମ୍ଭ କରିପାରିବେ ଏହି ସହଜ ବ୍ୟବସାୟ
Advertisement
Article Detail0/zeeodisha/odisha1741921

ଟଙ୍କା ପାଇଁ କାହା ଉପରେ କରିବେନି ନିର୍ଭର ! ମହିଳା ଘରେ ବସି ଆରମ୍ଭ କରିପାରିବେ ଏହି ସହଜ ବ୍ୟବସାୟ

 ଯଦି ଆପଣ ଜଣେ ଗୃହିଣୀ, ଆଉ ଚାହୁଁଛନ୍ତି ଆପଣଙ୍କ ଟଙ୍କା ରୋଜଗାର (income) କରିବେ ନିଜର ଆବଶ୍ୟକତା ନିଜେ ପୂରଣ କରିପାରିବେ, ତେବେ ଆଜି ଆମେ ଆପଣଙ୍କୁ କିଛି ଭଲ ଟିପ୍ସ (tips) ଦେଉଛୁ । ସାଧାରଣତଃ ସମସ୍ତଙ୍କ ପାଇଁ ଘର ବାହାରେ କାମ କରିବା ସମ୍ଭବ ହୋଇନଥାଏ । ଏପରି ସ୍ଥିତିରେ, ଘରେ ବସି କାମ ଆରମ୍ଭ କରିବା ଏକ ଭଲ ବିକଳ୍ପ । ଆଜି ଏଠାରେ ଆମେ

ଟଙ୍କା ପାଇଁ କାହା ଉପରେ କରିବେନି ନିର୍ଭର ! ମହିଳା ଘରେ ବସି ଆରମ୍ଭ କରିପାରିବେ ଏହି ସହଜ ବ୍ୟବସାୟ

Business Idea: ଯଦି ଆପଣ ଜଣେ ଗୃହିଣୀ, ଆଉ ଚାହୁଁଛନ୍ତି ଆପଣଙ୍କ ଟଙ୍କା ରୋଜଗାର (income) କରିବେ ନିଜର ଆବଶ୍ୟକତା ନିଜେ ପୂରଣ କରିପାରିବେ, ତେବେ ଆଜି ଆମେ ଆପଣଙ୍କୁ କିଛି ଭଲ ଟିପ୍ସ (tips) ଦେଉଛୁ । ସାଧାରଣତଃ ସମସ୍ତଙ୍କ ପାଇଁ ଘର ବାହାରେ କାମ କରିବା ସମ୍ଭବ ହୋଇନଥାଏ । ଏପରି ସ୍ଥିତିରେ, ଘରେ ବସି କାମ ଆରମ୍ଭ କରିବା ଏକ ଭଲ ବିକଳ୍ପ । ଆଜି ଏଠାରେ ଆମେ ଆପଣଙ୍କୁ ଏପରି କିଛି ବ୍ୟବସାୟ (business) ବିଷୟରେ କହିବୁ ଯାହାକୁ ଆପଣ ଘରୁ ଆରମ୍ଭ କରିବା ସହ ଭଲ ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କୁ ବାହାରକୁ ଯିବାକୁ ପଡିବନି, ରୋଷେଇ ଘରେ ବସି ଆପଣ ଏହି ରୋଜଗାର କରିପାରିବେ । ଆମେ ଆପଣଙ୍କୁ ରୋଷେଇ ସମ୍ବନ୍ଧୀୟ ବିଭିନ୍ନ ଟିପ୍ସ ଦେବୁ, ଯେଉଁଥିରୁ ଆପଣ ଭଲ ରୋଜଗାର କରିପାରିବେ ।

ଟିଫିନ୍ ଏକ ଭଲ ବିକଳ୍ପ 

ଶିକ୍ଷା (Education) ଓ ରୋଜଗାର ଭଳି ଅନେକ କାରଣରୁ ଲୋକମାନେ ନିଜ ଘର ଛାଡ଼ି ସହର କିମ୍ବା ଅନ୍ୟାନ୍ୟ ଅଞ୍ଚଳରେ ରୁହନ୍ତି । ଏଭଳି ପରିସ୍ଥିତିରେ ପ୍ରତିଦିନ ହୋଟେଲ (Hotel) କିମ୍ବା ବାହାରେ ଖାଦ୍ୟ ଖାଇବା ସେମାନଙ୍କ ପାଇଁ ବହୁତ କଷ୍ଟ ସାଧ୍ୟ ହୋଇଯାଏ । ଏହି ଲୋକମାନେ ଘର ପରି ଖାଦ୍ୟ ଖୋଜନ୍ତି । ଏପରି ସ୍ଥିତିରେ, ଆପଣ ଏହି ଲୋକଙ୍କ ପାଇଁ ଖାଦ୍ୟ ରାନ୍ଧିବା ଦ୍ୱାରା ବହୁତ ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ, ଆପଣ ପିଜିକୁ ଯାଇ ସେଠାରେ ଆପଣଙ୍କର କାର୍ଯ୍ୟ ବିଷୟରେ କଥା ହୋଇ ଅର୍ଡର (Order) ନେଇପାରିବେ । ଲୋକମାନେ ଆପଣଙ୍କ କାମ ବିଷୟରେ ଜାଣିବା ପରେ ବ୍ୟବସାୟ ନିଶ୍ଚିତ ବଢ଼ିବ ।

ପାଣ୍ଟ୍ରୀ କିମ୍ବା କ୍ୟାଣ୍ଟିନ ପାଇଁ ଖାଦ୍ୟ ରାନ୍ଧି ପାରିବେ ।
ପାଣ୍ଟ୍ରୀ ଓ କ୍ୟାଣ୍ଟିନ (Canteen) ପାଇଁ ଖାଦ୍ୟ ରାନ୍ଧିବା ମଧ୍ୟ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରେ । ସେଠାରେ ଲୋକମାନେ ଆପଣଙ୍କୁ ନିର୍ଦ୍ଦିଷ୍ଟ ଲୋକଙ୍କ ଖାଦ୍ୟ (food) ବିଷୟରେ ସୂଚନା ଦେବେ । ଏହା ପରେ, ଆପଣଙ୍କୁ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡିବ ଓ ଏହାକୁ କେବଳ ପଠାଇବାକୁ ପଡିବ । ସେହିଭଳି ଯେଉଁ ମାନେ ଅଫିସରେ କାମ କରୁଛନ୍ତି ଓ ଖାଦ୍ୟ ବାହାରୁ (out side) ମଗାଇ ଖାଉଛନ୍ତି ସେମାନଙ୍କ ଯୋଗାଯୋଗ କରି ଅର୍ଡର ନେଇପାରିବେ ଓ ଭଲ ଲାଭ କରିପାରିବେ ।

ଆଚାର ପ୍ରସ୍ତୁତ କରିବା କାମ 
ଆମ ଦେଶରେ ସମସ୍ତେ ଆଚାର ଖାଇବାକୁ ପସନ୍ଦ କରନ୍ତି । ଶୀତ ହେଉ କିମ୍ବା ଗ୍ରୀଷ୍ମ , ଲୋକମାନେ ବହୁତ ଉତ୍ସାହର ସହିତ ଆଚାର ଖାଇ ଥାଆନ୍ତି । ଆଚାର ଖାଦ୍ୟ ଖାଇବା ବେଳେ ପ୍ରତି ସମୟରେ ବିକଳ୍ପ ଭାବେ ରଖାଯାଇଥାଏ । ଏଭଳି ସ୍ଥିତିରେ ଆଚାର ତିଆରି କରିବା ମଧ୍ୟ ଏକ ଭଲ ବିକଳ୍ପ । ଆପଣଙ୍କୁ କେବଳ ଆଚାରର ନମୁନା ଆଖ ପାଖରେ ଥିବା ଖାଦ୍ୟ ଦୋକାନକୁ ଦେବାକୁ ପଡ଼ିବ ଏବଂ ପ୍ରସ୍ତୁତି ପରେ ଅର୍ଡର ଅନୁସାରେ ପହଞ୍ଚାଇବାକୁ ପଡ଼ିବ ଏହା ସହିତ, ଆପଣ ଅନ୍ଲାଇନ (online)ରେ ଆପଣଙ୍କର ଆଚାର ମଧ୍ୟ ବିକ୍ରି (sale) କରିପାରିବେ ।

ଫୁଡ୍ ବ୍ଲଗିଂ

ଆଜିକାଲି ଲୋକମାନେ ରନ୍ଧନ ଭିଡିଓ (Cooking video) ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି । ଏଭଳି ସ୍ଥିତିରେ ଖାଦ୍ୟ ବ୍ଲଗିଂ ଦ୍ୱାରା ମଧ୍ୟ ଟଙ୍କା ରୋଜଗାର କରାଯାଇପାରିବ । ଏଥିପାଇଁ ଆପଣଙ୍କୁ କେବଳ ରୋଷେଇ କରିବା ସମୟରେ ଭିଡିଓ ରେକର୍ଡ କରିବାକୁ ହେବ ଓ ଏହାକୁ ୟୁଟ୍ୟୁବ (youtube)ରେ ଅପଲୋଡ଼ କରିବେ । ଆପଣଙ୍କର ଅନୁଗମୀ ଓ ଭ୍ୟୁ ଯେତେ ବଢ଼ିବ ଉପରୋକ୍ତ ସେହି ଅନୁସାରେ ଆପଣଙ୍କ ରୋଜଗାର ବଢିବ । ଏହି ଟିପ୍ସ ସାହାଯ୍ୟରେ, ଆପଣ ପ୍ରତି ମାସରେ ଭଲ ରୋଜଗାର କରିପାରିବେ ।

Also read- ସୁନା ଗ୍ରାହକଙ୍କ ପାଇଁ ଲାଗିଲା ଲଟେରୀ, ୨୦୬୪ ଟଙ୍କା ଖସିଲା ଦର