Snake Bite Case: ସାପ କାମୁଡିବା ପରେ ଜଣେ ବ୍ୟକ୍ତି ସାପକୁ ନେଇ ଡାକ୍ତରଖାନାରେ ପହଞ୍ଚିବାକୁ ନେଇ ସୃଷ୍ଟି ହୋଇଛି ଚାଞ୍ଚଲ୍ୟ। ବିହାର ନାଳନ୍ଦା ଜିଲ୍ଲା ମୁଖ୍ୟାଳୟ ବିହାରଶରୀଫ ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା। ସାପ କାମୁଡ଼ିବା ପରେ ଜଣେ ବ୍ୟକ୍ତି ଚିକିତ୍ସା ପାଇଁ ତତ୍କାଳ ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଏହି ବ୍ୟକ୍ତି ଜଣଙ୍କ ନିଜ ସହ ଆଣିଥିବା ସାପକୁ ଡାକ୍ତରଙ୍କ ସାମ୍ନାରେ ରଖି ଦେଇଥିଲେ। ଯାହାଫଳରେ ସେ ଜାଣିପାରିବେ ଯେ ତାଙ୍କୁ କେଉଁ ପ୍ରକାର ସାପ କାମୁଡ଼ିଛି। ସାପକୁ ଦେଖି କିଛି ଡାକ୍ତର ଏବଂ ବିଶେଷଜ୍ଞ ଏହାର ବିଷର ତୀବ୍ରତା ଅନୁମାନ କରି ପାରିଥାନ୍ତି। ଏହି ବ୍ୟକ୍ତି ଜଣଙ୍କ ଅନୁଭବ କଲେ ଯେ ଯଦି ଡାକ୍ତର ସେହି ସାପକୁ ଦେଖନ୍ତି ତାହେଲେ ତାଙ୍କର ଚିକିତ୍ସା କରିବା ଚିକିତ୍ସକଙ୍କ ପାଇଁ ସହଜ ହେବ।  


COMMERCIAL BREAK
SCROLL TO CONTINUE READING

ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ବିହାରଶରୀଫ (Bihar Sharif) ଅଞ୍ଚଳରେ ଘଟି ଯାଇଥିଲା। ​ଯେଉଁଠାରେ ଡାକ୍ତର ଏବଂ ଡାକ୍ତରଖାନାର ଅନ୍ୟ ସମସ୍ତ କର୍ମଚାରୀ ସାପ କାମୁଡ଼ିବା ସତ୍ତ୍ୱେ ବ୍ୟକ୍ତି ଜଣଙ୍କ କିପରି ତାଙ୍କର ସାହସ ହରାଇ ନଥିଲେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇପଡିଥିଲେ। ବ୍ୟକ୍ତି ଜଣଙ୍କ ସାପକୁ ବ୍ୟାଗ ମଧ୍ୟରେ ବନ୍ଦ କରି ଡାକ୍ତରଖାନାରେ ଆସି ପହଞ୍ଚିଥିଲେ। ବୁଧବାର ଦିନ ଏହି ଘଟଣା ଘଟିଥିଲା। ଯେତେବେଳେ ସୁରେନ୍ଦ୍ର ପ୍ରସାଦ ନାମକ ଜଣେ ବ୍ୟକ୍ତି ଜରୁରୀକାଳୀନ ୱାର୍ଡ ଠାରେ ପହଞ୍ଚି ତାଙ୍କୁ କାମୁଡିଥିବା ସାପକୁ ଆଣି ଡାକ୍ତର ଖାନାରେ ପହଞ୍ଚିଥିଲେ।  ସାପ ବ୍ୟାଗ ମଧ୍ୟରୁ ବାହାରିବା ମାତ୍ରେ ଡାକ୍ତରଖାନାରେ ସୃଷ୍ଟି ହୋଇଥିଲା ହଙ୍ଗମା।ଜରୁରୀକାଳୀନ ୱାର୍ଡ ପରିସରରେ ଉପସ୍ଥିତ ରହିଥିବା ଡାକ୍ତର, ନର୍ସିଂ କର୍ମଚାରୀ ଏବଂ ଅନ୍ୟ ରୋଗୀ ସେଠାରୁ ପଳାଇଥିଲେ।  ପରେ ସୁରେନ୍ଦ୍ର ନିଜ ସହ ଆଣିଥିବା ସାପକୁ ପୁଣି ଥରେ ବ୍ୟାଗ ମଧ୍ୟରେ ରଖି ଦେଇଥିଲେ।


ଡାକ୍ତରଖାନାରେ ପହଞ୍ଚିବା ପରେ  ସୁରେନ୍ଦ୍ର ଡାକ୍ତରଙ୍କୁ କହିଥିଲେ ଯେ ଯେତେବେଳେ ସେ ତାଙ୍କ ଜମିରେ କାମ କରୁଥିଲେ ସେତେବେଳେ ଗୋଟିଏ ସାପ ତାଙ୍କୁ କାମୁଡି ଦେଇଥିଲା। ମୁଁ ସାପକୁ ଭୟ କରେ ନାହିଁ। ମୁଁ ସାପକୁ ଆଣି କାହାକୁ ଭୟଭୀତ କରିବାକୁ ଚାହୁଁନଥିଲି। ମୁଁ ସାପକୁ ଘରକୁ ନେଇଗଲି। ମୁଁ ଭାବିଲି ମୋତେ କାମୁ଼ଡି ଥିବା ସାପ ବିଷାକ୍ତ ନୁହେଁ। ଯେତେବେଳେ ରାତି ଅଧରେ ମୋର ସ୍ୱାସ୍ଥ୍ୟ ଖରାପ ହେଲା ପରିବାର ଲୋକେ ମୋତେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ (Nalanda District Headquarter Hospital) ନେଇ ଆସିଥିଲେ। ଯେତେବେଳେ ମୁଁ କହିଲି ମୋତେ ସାପ କାମୁଡିଛି ସେତେବେଳେ ଡାକ୍ତର ମୋତେ ଯେ ଏହା କେଉଁ ସାପ। ଏହା ପରେ ମୁଁ ସାପକୁ ବ୍ୟାଗ ମଧ୍ୟରୁ ବାହାର କରି ଡାକ୍ତରଙ୍କ ଟେବୁଲ ଉପରେ ରଖି ଦେଇଥିଲି। ସାପ କାମୁଡ଼ିବା କାରଣରୁ ଅସୁସ୍ଥ ହୋଇଥିବା ସୁରେନ୍ଦ୍ରଙ୍କୁ ବର୍ତ୍ତମାନ ସାଧାରଣ ୱାର୍ଡରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେଉଛି।


Also Read: ଚାରି ବର୍ଷର ପିଲାକୁ କାମୁଡ଼ି ପ୍ରାଣ ହରାଇଲା ବିଷଧର ନାଗ ସାପ