ଚାରି ବର୍ଷର ପିଲାକୁ କାମୁଡ଼ି ପ୍ରାଣ ହରାଇଲା ବିଷଧର ନାଗ ସାପ
Advertisement
Article Detail0/zeeodisha/odisha1232665

ଚାରି ବର୍ଷର ପିଲାକୁ କାମୁଡ଼ି ପ୍ରାଣ ହରାଇଲା ବିଷଧର ନାଗ ସାପ

Snake Bite News:  ବିହାର ଗୋପଳଗଞ୍ଜ ଜିଲ୍ଲାରେ ଘଟିଥିବା  ଏହି ଘଟଣା ବର୍ତ୍ତମାନ କୌତୁହଳର ବିଷୟ  ପାଲଟିଛି। 

ଚାରି ବର୍ଷର ପିଲାକୁ କାମୁଡ଼ି ପ୍ରାଣ ହରାଇଲା ବିଷଧର ନାଗ ସାପ

Snake Bite News: ସାପ କାମୁଡା ଜନିତ ମୃତ୍ୟୁ ମାମଲାରେ ଭାରତ ବିଶ୍ୱର ପ୍ରମୁଖ ଦେଶ ତାଲିକାରେ ରହିଛି। ବର୍ଷା ଋତୁ ଆରମ୍ଭ ହୋଇଯିବା ପରେ ଦେଶର ବିଭିନ୍ନ ସ୍ଥାନରୁ ସାପ କାମୁଡା଼ ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସିଥାଏ। ହେଲେ ବର୍ତ୍ତମାନ ବିହାର ଗୋପଳଗଞ୍ଜ ଜିଲ୍ଲାରୁ ଆସିଥିବା ସାପ କାମୁଡା ଜନିତ ଖବର ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଠାରେ ଜଣେ ଚାରି ବର୍ଷର ପିଲାକୁ କାମୁଡ଼ି ପ୍ରାଣ ହରାଇଛି ବିଷଧର ନାଗ ସାପ। ଏହି ଘଟଣା ସାମ୍ନାକୁ ଆସିବା ପରେ ଚାରି ବର୍ଷର ପିଲାକୁ କାମୁଡ଼ି ପ୍ରାଣ ହରାଇଥିବା ସାପକୁ ଦେଖିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଲୋକେ। 

ବିହାର ଗୋପଳଗଞ୍ଜ ଜିଲ୍ଲା କୁଚାୟକୋଟ ଥାନା ଅଧିନସ୍ଥ ଖଜୁରୀ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠି ଘରେ ଖେଳୁଥିବା ଜଣେ ଚାରି ବର୍ଷର ପିଲାକୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ମାତ୍ର କାମୁଡ଼ିବା ସମୟରେ ପ୍ରାଣ ହରାଇଥିଲା ଏହି ସାପ। ସାପ କାମୁଡି ଥିବା ନେଇ ଜାଣିବା ପରେ ଏହି ପିଲାର ପରିବାର ଲୋକେ ତାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥଲେ। ମାତ୍ର ସେଠାରେ ଡାକ୍ତର ତାକୁ ସୁସ୍ଥ ବୋଲି କହିଥିଲେ। 

ବରୌଲି ଥାନା ଅଧିନସ୍ଥ ମାଧୋପୁର ନିବାସୀ ରୋହିତ କୁଶୱାହାଙ୍କ ୪ ବର୍ଷର ପୁଅ ଅନୁଜ କୁମାର ନିଜ ମାଆ ସହ ଆଇ ଘରକୁ ଯାଇଥିଲା। ଗତ ବୁଧବାର ସନ୍ଧ୍ୟାରେ ଅନୁଜ ଆଇ ଘରେ ଖେଳୁଥିବା ସମୟରେ ତାକୁ ଏକ ବିଷଧର ସାପ କାମୁଡି଼ ଦେଇଥିଲା। ସାପ କାମୁଡା କଷ୍ଟ ସହି ନ ପାରି ଅନୁଜ ନିଜ ସମ୍ପର୍କୀୟଙ୍କ ପାଖରେ ପହଞ୍ଚି ଯାଇଥିଲା। ଯେତେବେଳେ ଏହି ଘଟଣା ବାବଦରେ ନିଜ ସମ୍ପର୍କୀୟଙ୍କୁ କହିଥିଲା ସେତେବେଳେ ସାପ ମରି ପଡି଼ଥିବାର ଦେଖିବାକୁ ମିଳିଥିଲା।

ସାପ କାମୁଡି଼ବା ପରେ ଆଇଘର ଲୋକେ ସାପ ସହ ଅନୁଜକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥଲେ। ମାତ୍ର ସେଠାରେ ଡାକ୍ତର ତାକୁ ସୁସ୍ଥ ବୋଲି କହିଥିଲେ। ଯାହାକୁ ଦେଖିବା ପାଇଁ ଡାକ୍ତରଖାନାରେ ଲୋକଙ୍କ ଭିଡ଼ ଜମିଥିଲା। ସାପ ମରିବା ଖବରକୁ କେହି ସହଜେ ବିଶ୍ୱାସ କରୁନାହାଁନ୍ତି। ହେଲେ ପରିବାର ସଦସ୍ୟ ଦାବି କରିଛନ୍ତି ଯେ ତାଙ୍କ ପିଲାକୁ କାମୁଡ଼ିବାରେ ଏକ ମିନିଟ ମଧ୍ୟରେ ସାପର ମୃତ୍ୟୁ ହୋଇଛି। ଏହି ଘଟଣା ବର୍ତ୍ତମାନ କୌତୁହଳର ବିଷୟ  ପାଲଟିଛି। 

Also Read: Kerala Snake Bite Murder Case: ଆସନ୍ତାକାଲି ହେବ ମୁଖ୍ୟ ଅଭିଯୁକ୍ତର ଦଣ୍ଡଶୁଣାଣି

Also Read: ମଦ ସହ ହଜମ ହେଲା ନାହିଁ ସାପ ଚାଖେଣୀ

Also Read: ପଞ୍ଚମୀ ପୂର୍ବରୁ ଉଦ୍ଧାର ହେଲେ ପଣବନ୍ଦୀ ରହିଥିବା ନାଗରାଜ