Bihar: ବଲିଉଡ ତାରକାଙ୍କୁ ସେମାନଙ୍କ ପ୍ରଶଂସକ ବିଭିନ୍ନ ଉପାୟରେ ଅନୁସରଣ କରିଥାନ୍ତି। କେହି କେହି ନିଜର ପ୍ରିୟ କଳକାରଙ୍କୁ ସୋସିଆଲ ମିଡି଼ଆ ମାଧ୍ୟମରେ ଫଲୋ କରିଥାନ୍ତି। ଆଉ କେହି କେହି ନିଜର ପସନ୍ଦ ଯୋଗ୍ୟ କଳାକାରଙ୍କ ନାମରେ ନିଜକୁ ନାମିତ କରିଥାନ୍ତି। ହେଲେ ବେଳେ ପ୍ରଶଂସକଙ୍କ ଦ୍ୱାରା କରାଯାଉଥିବା କାମ ସେମାନଙ୍କ ପ୍ରିୟ କଳାକାରଙ୍କ ନାମକୁ ଖରାପ କରି ଦେଇଥାଏ। ଯେଉଁଥିପାଇଁ ସମ୍ପୃକ୍ତ କଳକାରଙ୍କ କୌଣସି ଭୁଲ ନ କରି ସମାଲୋଚନାର ଶୀକାର ହେବାକୁ ପଡ଼ିଥାଏ। 


COMMERCIAL BREAK
SCROLL TO CONTINUE READING

ସଦ୍ୟ ବିହାର (Bihar) ଆରା ଜିଲ୍ଲାରେ (Arrah District) ଦେଖିବାକୁ ମିଳିଛି ଏଭଳି ଘଟଣା। ପାରସ୍ପରିକ ଶତ୍ରୁତାକୁ କେନ୍ଦ୍ର କରି ବବି ଦେଓଲ ନାମକ ଜଣେ ବ୍ୟକ୍ତି ତାଙ୍କ ଚାଚାକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏଭଳି ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତ ବବିର ବଡ ଭାଇ ସନ୍ନି ଦେଓଲ ମଧ୍ୟ ଏବେ ଜେଲରେ ଅଛନ୍ତି।


ରାଜ୍ୟର ଆରା ଜିଲ୍ଲାରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛି ବିହାର ପୋଲିସ (Bihar Police)। ଏନେଇ କୁହାଯାଇଛି ଆରା ଜିଲ୍ଲାର ରୌଜା ଅଞ୍ଚଳରେ ପୁତୁରା ନିଜ ଚାଚାକୁ ଲଗାତାର ଛୁରୀ ମାରି ହତ୍ୟା କରିଦେଇଛି। ଗତ ଶୁକ୍ରବାର ଅପରାହ୍ନରେ ଏହି ଘଟଣା ସାମ୍ନାକୁ ଆସିଥିଲା। 


Also Read: Shocking News: ମେଳାରେ ବିକ୍ରି ହୋଇଗଲେ ଶାହାରୁଖ-ସଲମାନ-କ୍ୟାଟ୍ରିନା


ବବି ଦେଓଲ (Bobby Deol) ନାମକ ଜଣେ ବ୍ୟକ୍ତି କୌଣସି କଥାକୁ ନେଇ ନିଜ ଚାଚା ରମେଶ କୁମାରଙ୍କୁ ଛୁରା ମାଡ଼ କରି ତାଙ୍କ ଅବସ୍ଥା ଗୁରୁତର କରି ଦେଇଥିଲେ। ଏହି ଘଟଣା ବାବଦରେ ଖବର ପରେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଲୋକ ରମେଶଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରମେଶଙ୍କ ଅବସ୍ଥା ଖରାପ ହୋଇଥିବାର ଦେଖି ଡାକ୍ତର ତାଙ୍କୁ ପାଟନା ସ୍ଥାନାନ୍ତର କରିଥିଲେ। ହେଲେ ଚିକିତ୍ସା ଲାଗି ପାଟନା ଯିବା ରାସ୍ତାରେ ରମେଶଙ୍କ ମୃତ୍ୟୁ ହୋଇଥିଲା।


ମୃତକ ରମେଶଙ୍କ ଭାଇ ମନୋଜ କହିଛନ୍ତି ଯେ କିଛି ଦିନ ପୂର୍ବରୁ ବବି ଦେଓଲ ଏବଂ ରମେଶ କୁମାରଙ୍କ ମଧ୍ୟ କୌଣସି କଥାକୁ ନେଇ ବିବାଦ ଲାଗି ରହିଥିଲା। ଏହି ବିବାଦକୁ ନେଇ ଚାଚା ରମେଶଙ୍କ ଉପରେ ତାତି ଉଠିଥିଲେ ବବି ଦେଓଲ। ସୁଯୋଗ ପାଇବା ମାତ୍ରେ ବବି ରମେଶଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ବିଦେଶରେ ଏକ ଘରୋଇ ଚାକିରି କରୁଥିବା ମନୋଜଙ୍କୁ ବବି ଏବଂ ରମେଶଙ୍କ ମଧ୍ୟରେ ହୋଇଥିବା ବିବାଦ ସମ୍ପର୍କରେ ଏକ ଫୋନ୍ କଲ ମଧ୍ୟ ମିଳିଥିଲା। କଲ ପାଇବା ମାତ୍ରେ ଯେତେବେଳେ ମନୋଜ ରମେଶଙ୍କ ପାଖରେ ପହଞ୍ଚିଥିଲେ, ସେତେବେଳେ ବବି ତାଙ୍କ ଭାଇଙ୍କୁ ହତ୍ୟା କରି ଦେଇଥିଲା।


ମନୋଜଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ପୁତୁରା ବବି ଦେଓଲ ଓରଫ୍ ରବି କୁମାରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ସମ୍ପର୍କରେ କିଛି ଜଣାପଡିନାହିଁ। ଏହି ଘଟଣାା ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଛି। ବବି ଓରଫ୍ ରବିଙ୍କ ବଡ ଭାଇଙ୍କ ନାଁ ସନ୍ନି ଦେଓଲ (Sunny Deol)। ଯିଏ ଅନ୍ୟ ଅପରାଧ ଘଟଣାରେ ଏବେ ଜେଲରେ ଅଛନ୍ତି।