Shocking News: ମେଳାରେ ବିକ୍ରି ହୋଇଗଲେ ଶାହାରୁଖ-ସଲମାନ-କ୍ୟାଟ୍ରିନା
Advertisement

Shocking News: ମେଳାରେ ବିକ୍ରି ହୋଇଗଲେ ଶାହାରୁଖ-ସଲମାନ-କ୍ୟାଟ୍ରିନା

Madhya Pradesh: ମଧ୍ୟ ପ୍ରଦେଶ ସତନା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା।  ଯେଉଁଠି ମେଳାରେ ଆୟୋଜିତ ହୋଇଥିବା ଏକ ମେଳାରେ ବିକ୍ରି ହୋଇ ଯାଇଛନ୍ତି ଶାହାରୁଖ-ସଲମାନ-କ୍ୟାଟ୍ରିନା। 
 

Shocking News: ମେଳାରେ ବିକ୍ରି ହୋଇଗଲେ ଶାହାରୁଖ-ସଲମାନ-କ୍ୟାଟ୍ରିନା

Shahrukh-Salman-Katrina: ମେଳାରେ ବିକ୍ରି ହୋଇ ଯାଇଛନ୍ତି ଶାହାରୁଖ-ସଲମାନ-କ୍ୟାଟ୍ରିନା। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ବାସ୍ତବରେ ଏପରି ଘଟଣା ଘଟିଛି। ମଧ୍ୟ ପ୍ରଦେଶ ସତନା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠି ଆୟୋଜିତ ହୋଇ ଯାଇଥିବା ଏକ ମେଳାରେ ବିକ୍ରି ହୋଇଯାଇଛନ୍ତି ଶାହାରୁଖ, ସଲମାନ ଏବଂ କ୍ୟାଟ୍ରିନା। 

ଏଠାରେ ଆମେ ଆପଣଙ୍କୁ ଯେଉଁ ଶାହାରୁଖ, ସଲମାନ ଏବଂ କ୍ୟାଟ୍ରିନା (Shahrukh-Salman-Katrina) କଥା କହୁଛି ସେମାନେ କୌଣସି ବଲିଲଡ଼ ତାରକା (Bollywood Star) ନୁହଁନ୍ତି। ଏପରିକି ସେମାନେ କୌଣସି ମଣିଷ ନୁହିଁନ୍ତି ବରଂ ଗଧ ଆଉ ଖଚର (Donkey and Mule)। ମଧ୍ୟ ପ୍ରଦେଶ ସତନା ଜିଲ୍ଲାରେ (Satna District of Madhya Pradesh) ଆୟୋଜିତ ହୋଇଥିବା ଗଧ ମେଳାରେ (Donkey Mela in Madhya Pradesh) ଶାହାରୁଖ-ସଲମାନ-କ୍ୟାଟ୍ରିନା ନାମ ତିନୋଟି ଗଧ ବିକ୍ରି ହୋଇ ଯାଇଥିବାର ଖବର ମିଳିଛି। 

ଜିଲ୍ଲାର ଧାର୍ମିକ ନଗରୀ ଭାବେ ପରିଚିତ ଚିତ୍ରକୂଟସ୍ଥିତ (Chitrakoot) ମନ୍ଦାକିନୀ ନଦୀ କୂଳରେ (Mandakini River) ଏକ ନିଆରା ପଶୁ ମେଳା (Animal Fair) ଆୟୋଜନ କରାଯାଇଛି। ଗଧ ଖଚରଙ୍କ ଭଳି ପଶୁଙ୍କ ଲାଗି ଏହି ମେଳା ଆୟୋଜନ କରାଯାଇଛି। ଯେଉଁଠି ସଲମାନ ଏବଂ ଶାହାରୁଖ ନାମକ ଗଧ ଏବଂ ଖଚର ବିକ୍ରି ହୋଇଥିବାର ଜଣାପଡ଼ିଛି। ଏହି ଗଧ ମେଳାରେ ବିଭିନ୍ନ ରାଜ୍ୟର ପଶୁ ବ୍ୟବସାୟୀ ଗଧ ଏବଂ ଖଚର ଆଣି ପହଞ୍ଚିଥାନ୍ତି। ଯେଉଁଠାରେ ସେମାନଙ୍କର ନିଲାମୀ କରା ଯାଇଥାଏ।  

ଏହି ମେଳାର ଏକ ବିଶେଷତ୍ୱ ରହିଛି। ତାହା ହେଉଛି ଏଠାକୁ କ୍ରେତା ଏବଂ ବିକ୍ରେତାଙ୍କ ଅପେକ୍ଷା ଅଧିକ ପରିଦର୍ଶକ ଅସିଥାନ୍ତି। ବର୍ଷ ବର୍ଷ ଧରି ଚାଲିଆସୁଥିବା ପରମ୍ପରା ଅନୁଯାୟୀ ଦିପାବଳୀ ପର ଦିନ ଠାରୁ ୩ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଚଳିତ ବର୍ଷ ମଧ୍ୟ ଏହି ମେଳା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ମେଳା ମୋଗଲ ଶାସନ କାଳରୁ କ୍ରମାଗତ ଭାବେ ଚାଲିଆସୁଛି। ଯେତେବଳେ ମୋଗଲ ଶାସକ ଔରଙ୍ଗଜେବଙ୍କ ସମୟରେ ବାରୁଦ ରସଦ ସହିତ ଅନ୍ୟାନ୍ୟ ସାମଗ୍ରୀର ଅଭାବ ଦେଖାଦେଇଥିଲା, ସେତେବେଳେ ଏହି ସମଗ୍ର ଅଞ୍ଚଳର ଖଚର ଏବଂ ଗଧ ମାଲିକଙ୍କୁ ଗୋଟିଏ ସ୍ଥାନରେ ଏକାଠି କରାଯାଇଥିଲା। ଏହା ପରେ ସେମାନଙ୍କ ଠାରୁ ଗଧ ଖଚର କିଣା ଯାଇଥିଲା। ସେହି ଦିନଠାରୁ ଏହି ମେଳା ଆୟୋଜିତ ହୋଇଆସୁଛି।

Also Read: Andhra Pradesh: ଭାର ବହନ ପରେ ଏହି କାର୍ଯ୍ୟରେ ବ୍ୟବହୃତ ହେଉଛି ଗଧ, ଶୁଣିଲେ ଉଡ଼ିଯିବ ହୋସ

ଏହି ମେଳାରେ ବିଭିନ୍ନ ପ୍ରଜାତିର ଗଧ ଏବଂ ଖଚର ଆସି ପହଞ୍ଚିଥାନ୍ତି। ଚଳଚ୍ଚିତ୍ର ତାରକାଙ୍କ ନାମ ସହିତ ମେଳ ଖାଉଥିବା ନାମ ମଧ୍ୟ ରହିଛି। ଏହି ଗଧ ଏବଂ ଖଚରଙ୍କ ମଧ୍ୟରୁ ଅନେକଙ୍କୁ ଶାହାରୁଖ, ସଲମାନ ଏବଂ କ୍ୟାଟ୍ରିନା ନାମରେ ଡକାଯାଏ। ଏହି ମେଳାରେ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ଗଧ ଦ୍ୱୟ ହେଉଛନ୍ତି ସଲମାନ ଏବଂ ଶାହାରୁଖ। ସେମାନଙ୍କ ମାଲିକ ଏଥିପାଇଁ ୧ ଲକ୍ଷ ୯୦ ହଜାର ଟଙ୍କା ପାଇଥିବା କୁହାଯାଉଛି। ବାକି ଗଧଙ୍କୁ ୩୦ ହଜାରରୁ ୬୦ ହଜାର ଟଙ୍କା ମଧ୍ୟରେ ବିକ୍ରି କରାଯାଇଛି।

ଏହି ମେଳାର ଆୟୋଜକ  ରମେଶ ପାଣ୍ଡେ କହିଛନ୍ତି ଯେ ଔରଙ୍ଗଜେବଙ୍କ ସମୟରୁ ଏହି ମେଳା ଚାଲିଆସୁଛି। ପ୍ରାୟ ୮ ଦିନ ପୂର୍ବରୁ ପୁରା ମେଳାର ବ୍ୟବସ୍ଥା କରାଯାଇଛି। ମେଳାରେ ଗଧଙ୍କ ମୂଲ୍ୟ ଖଚର ପ୍ରଜାତି ତୁଳନାରେ ଅଧିକ ହୋଇଥାଏ। ସେଗୁଡିକ ପ୍ରାୟ ୫୦ ହଜାରରୁ ୭୦ ହଜାର ଟଙ୍କାରେ ବିକ୍ରି ହୋଇଥାନ୍ତି। ମେଳାରେ ସାଧାରଣ ଗଧଙ୍କ ମୂଲ୍ୟ କମ୍ ରହିଥାଏ ଯାହା ସୁନ୍ଦର ଦେଖା ଯାଇଥାଏ। ସେମାନଙ୍କୁ ଚଳଚ୍ଚିତ୍ର ଅଭିନେତାଙ୍କ ନାଁ ଅନୁସାରେ ନାମିତ କରା ଯାଇଥାଏ। ଯେଉଁମାନେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟଥାନ୍ତି। ସେମାନଙ୍କର ମୂଲ୍ୟ ମଧ୍ୟ ଅଧିକ ରହିଥାଏ।