bihar snake bite news: ଶିବଙ୍କୁ କାମୁଡ଼ି ଦେଇଛି ସାପ। ଆଉ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି ଶିବ। ବିହାର ମାଧେପୁରା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ବୁଧବାର ବିଳମ୍ବିତ ରାତିରେ ଜିଲ୍ଲାର ମୁରଲିଗଞ୍ଜ ଦୁର୍ଗାସ୍ଥାନ ମନ୍ଦିର ପରିସର ଅବସ୍ଥିତ ଅଷ୍ଟାୟମ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣେ ବ୍ୟକ୍ତି ଯିଏ ଭଗବାନ ଶିବଙ୍କ ବେଶଭୂଷା ଧାରଣ କରିଥିବା ତାଙ୍କୁ ଏକ ସାପ କାମୁଡି ଦେଇଥିଲେ। ଏହି ସାପ ସେହି ବ୍ୟକ୍ତି ଯିଏ ଭଗବାନ ଶିବଙ୍କ ରୂପ ଧାରଣ କରିଥିଲେ ତାଙ୍କ ଗୁଡାଇ ହୋଇଥିଲା। କାର୍ଯ୍ୟକ୍ରମ ଚାଲିଥିବା ବେଳେ ସେହି ବ୍ୟକ୍ତିଙ୍କୁ ସାପ କାମୁଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ହେଉଛି ଜଣେ ୩୦ ବର୍ଷୀୟ ଯୁବକ। ଏହି ଘଟଣା ପରଠାରୁ ମୃତକଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।


COMMERCIAL BREAK
SCROLL TO CONTINUE READING

କାର୍ଯ୍ୟକ୍ରମ ବେଳେ ବେକରେ ସାପ ଗୁଡାଇଥିଲେ ମୃତକ ଯୁବକ
ବୁଧବାର ବିଳମ୍ବିତ ରାତିରେ ମାଧେପୁରା ଜିଲ୍ଲାର (Madhepura District) ମୁରଲିଗଞ୍ଜ ଅଞ୍ଚଳରେ (Murliganj Area) ଅବସ୍ଥିତ ଦୁର୍ଗାସ୍ଥାନ ମନ୍ଦିର ସ୍ଥିତ (Durga Mandir Murliganj) ପରିସରରେ ଅଷ୍ଟାୟମ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜଣେ ୩୦ ବର୍ଷୀୟ ଯୁବକ ଭଗବାନ ଶିବଙ୍କ ବେଶଭୂଷା ଧାରଣ କରି (Lord Shivas Attire) ନିଜ ବେକରେ ସାପ (Lord Shivas Snake) ଟାଙ୍ଗି ଦେଇଥିଲେ। ଯାହା ସ୍ଥାନୀୟ ଲୋକ ଏହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିପାରିବେ। ହେଲେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଯୁବକଙ୍କ ବେକରେ ଗୁଡ଼ାଇ ହୋଇଥିବା ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ସାପ  କାମୁଡ଼ି ଦେବା ପରେ ପରେ ଆୟୋଜକଙ୍କ ସମେତ ଭଜନ ମଣ୍ଡଳୀ ଲୋକ ସେହି ଯୁବକଙ୍କ ଜୀବନ ବଞ୍ଚାଇବାକୁ ତାଙ୍କର ଝଡ଼ା ଫୁଙ୍କା କରିଥିଲେ। ହେଲ ଅନ୍ଧବିଶ୍ୱାସ ହେତୁ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପରେ ଲୋକେ ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ଯେଉଁଠାରୁ ତାଙ୍କୁ ମାଧେପୁରା ମେଡିକାଲ କଲେଜ ହସ୍ପିଟାଲ (Madhepura Medical College and Hospital) ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଡାକ୍ତରଖାନା ଯିବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇ ସାରିଥିବା ନେଇ ଜଣାପଡ଼ିଥିଲା।


ଶବ ଛାଡ଼ି ପଳାୟନ କଲେ ଭଜନମଣ୍ଡଳୀ ଏବଂ କାର୍ଯ୍ୟକ୍ରମ ଆୟୋଜକ 
ସାପ କାମୁଡ଼ାରେ ମୃତ୍ୟୁ ହେବା ପରେ କାର୍ଯ୍ୟକ୍ରମ ଆୟୋଜକଙ୍କ ସହ ଭଜନ କୀର୍ତ୍ତନ ମଣ୍ଡଳୀ ସହ ଜଡ଼ିତ ଲୋକ ସେହି ଯୁବକଙ୍କ ମୃତଦେହକୁ ମୁରଲିଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (Murliganj Community Health Center) ଠାରେ ଛାଡି ପଳାଇଥିଲେ। ଯେତେବେଳେ ଡାକ୍ତର ଲାଲ ବାହାଦୂର ଦେଖିଲେ ଯେ ଯୁବକଙ୍କ ମୃତଦେହ ଡାକ୍ତରଖାନାରେ ପଡ଼ିରହିଛି, ସେତେବେଳେ ସେ ସ୍ଥାନୀୟ ଥାନାକୁ (Murliganj Police Station) ଖବର ଦେଇଥିଲେ। ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ କାର୍ଯ୍ୟକ୍ରମ ଆୟୋଜକ ଏବଂ ଭଜନ କୀର୍ତ୍ତନ ମଣ୍ଡଳୀ ଲୋକଙ୍କୁ ଖୋଜୁଛି। ମୃତକ ଜଣଙ୍କ କୁମାର ଖଣ୍ଡ ଥାନା ଅଧିନସ୍ଥ ଖୁରଡା ଗ୍ରାମ ନିବାସୀ ୩୦ ବର୍ଷିୟ ମୁକେଶ କୁମାର ବୋଲି ଜଣାପଡିଛି।


ଏହି ଘଟଣାରେ ପ୍ରତିକ୍ରିୟା ରଖି ଡାକ୍ତର ଲାଲ ବାହାଦୂର କହିଛନ୍ତି ଯେ ସାପ କାମୁଡ଼ିବା ପରେ ଯୁବକଙ୍କୁ ପ୍ରଥମେ ମୁରଲିଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆମେ ତୁରନ୍ତ ତାଙ୍କୁ ମେଡିକାଲ କଲେଜ ହସ୍ପିଟାଲ ସ୍ଥାନନ୍ତର କରିଥିଲୁ। ହେଲେ ଯେତେବେଳେ ଯୁବକଙ୍କୁ ମେଡିକାଲ କଲେଜ ନିଆଯାଉଥିଲା ସେତେବେଳେ ତାଙ୍କର ମୃତ୍ୟୁ ହୋଇସାରିଥିବା ନେଇ ଜଣାପଡ଼ିଥିଲା। ଏହା ପରେ ଭଜନ ମଣ୍ଡଳୀ ସଦସ୍ୟ ଏବଂ କାର୍ଯ୍ୟକ୍ରମ ଆୟୋଜକ ତାଙ୍କ ମୃତଦେହକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଫେରାଇ ଆଣି ଏଠାରେ ରଖିବା ସହ ପଳାଇ ଯାଇଥିଲେ। ଯାହା ପରେ ଆମେ ଥାନାକୁ ଘଟଣା ସମ୍ପର୍କରେ ଜଣାଇଥିଲୁ। ମୃତଦେହ ଜବତ କରିବା ପରେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। 


Also Read: Assam: ଗିରଫଦାରୀ ପରେ ଜାମିନ ପାଇଲେ 'ଶିବ'