Tata Motors First Woman Engineer: ଆଜିର ଦିନରେ ଭାରତର ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ପତାକା ଉତ୍ତୋଳନ କରୁଛନ୍ତି। ସେ ଏପରି କ୍ଷେତ୍ରରେ ମଧ୍ୟ ଆଗକୁ ଆସୁଛନ୍ତି ଯାହା ପାରମ୍ପାରିକ ଭାବରେ ପୁରୁଷ ବୃତ୍ତି ଭାବରେ ପରିଗଣିତ ହେଉଥିଲା । ତଥାପି, ଏହି ସ୍ଥିତି ସବୁବେଳେ ନଥାଏ । ଏପରିକି ଦେଶର ଅନ୍ୟତମ ବିଶ୍ୱସ୍ତ ଏବଂ ବଡ କମ୍ପାନୀ ମଧ୍ୟରୁ ଟାଟା ଗ୍ରୁପ୍ (Tata group) ମଧ୍ୟ ବହୁ ବର୍ଷ ଧରି ଏକ ରକ୍ଷଣଶୀଳ ଧାରଣା ଅଧୀନରେ କାର୍ଯ୍ୟ କରିଥିଲା, କିନ୍ତୁ ବର୍ଷ ବର୍ଷ ଧରି ଚାଲିଆସୁଥିବା ଅଭ୍ୟାସକୁ ଶେଷ କରିବାରେ ଜଣେ ମହିଳାଙ୍କ ଚିଠି ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଥିଲା। ସେହି ମହିଳାଙ୍କ ନାମ ହେଉଛି ସୁଧା ମୁର୍ତ୍ତୀ । ଟାଟା ମୋଟର୍ସର ପ୍ରଥମ ମହିଳା ଇଞ୍ଜିନିୟର ସୁଧା ମୁର୍ତ୍ତୀ ଥିଲେ ।


COMMERCIAL BREAK
SCROLL TO CONTINUE READING

ସେ କମ୍ପାନୀରେ ଐତିହାସିକ ପରିବର୍ତ୍ତନର ପତାକା ଉତ୍ତୋଳନକାରୀ ଥିଲେ । ବାସ୍ତବରେ, ଯେତେବେଳେ ସେ କଲେଜରେ ପଢ଼ୁଥିଲେ, ସେତେବେଳେ ସେ ଟାଟା ମୋଟର୍ସ ଦ୍ୱାରା କ୍ୟାମ୍ପସରେ ଥିବା ବିଜ୍ଞାପନ (advertisement) ଦେଖିଥିଲେ । କମ୍ପାନୀ ଇଞ୍ଜିନିୟର୍ସ ଖୋଜୁଥିଲା । ତେବେ ଏହି ବିଜ୍ଞାପନରେ ଗୋଟିଏ କଥା ସୁଧା ମୁର୍ତ୍ତୀଙ୍କୁ ବିସ୍ମିତ କରିଥିଲା। ଏଥିରେ ଲେଖାଥିଲା ଯେ ଏହି ପଦବୀ କେବଳ ପୁରୁଷଙ୍କ ପାଇଁ । ଯେହେତୁ, ସେହି ସମୟରେ, ଇଞ୍ଜିନିୟରିଂ କେବଳ ପୁରୁଷଙ୍କ ବୃତ୍ତି ଭାବରେ ବିବେଚନା କରାଯାଉଥିଲା, ତେଣୁ କମ୍ପାନୀ 'ନୋ ଓମେନ୍ ପଲିସି' ଅଧୀନରେ କାମ କରୁଥିଲା । ଏହା ସୁଧା ମୁର୍ତ୍ତୀଙ୍କ ପାଇଁ ଅନୁପଯୁକ୍ତ ଥିଲା ।


JRD ଟାଟାକୁ ଲେଖିଥିବା ଚିଠି 


ସୁଧା ମୁର୍ତ୍ତି ବର୍ଣ୍ଣନା କରିଛନ୍ତି ଯେ ଦିନେ ସେ କଲେଜରୁ ହଷ୍ଟେଲକୁ ଫେରୁଥିଲେ, ଯେତେବେଳେ ସେ ଟେଲକୋ (ବର୍ତ୍ତମାନ ଟାଟା ମୋଟର୍ସ) ର ଏକ ନୋଟିସ ଲଗା ଯାଇଥିଲା, ଯେଉଁଥିରେ ଭଲ ଦରମା (Good salary) ଦେବାର ପ୍ରତିଶୃତି ସହିତ  ଇଞ୍ଜିନିୟରଙ୍କ ଆବେଦନକୁ ନିମନ୍ତ୍ରଣ କରଯାଇଥିଲା । ଏହି ବିଜ୍ଞପ୍ତି ଶେଷରେ ଏହା ଲେଖାଯାଇଥିଲା ଯେ ମହିଳା ଛାତ୍ରମାନେ ଆବେଦନ କରିବା ଉଚିତ୍ ନୁହେଁ । ସୁଧା ମୁର୍ତ୍ତୀ କହିଛନ୍ତି ଯେ ତାଙ୍କୁ ୨୩ ବର୍ଷ ହୋଇଥିଲା ଏବଂ ଏହି ବୟସରେ ସେ ଏପରି ଜିନିଷ ବୁଝିବା ପରେ କ୍ରୋଧିତ ହେବାକୁ ବାଧ୍ୟ ହୋଇଥିଲେ। ତାଙ୍କର ଏହା ବିଷୟରେ ସେ ସାର୍ ଜେଆରଡି ଟାଟାଙ୍କୁ ଏକ ଚିଠି ଲେଖିବାକୁ ସ୍ଥିର କଲେ।


ସେ ଲେଖିଛନ୍ତି, “ସାର୍ ଜେଆରଡି ଟାଟା, ଯେତେବେଳେ ଦେଶ ସ୍ୱାଧୀନ ନଥିଲା, ଆପଣଙ୍କ ଦେଶ କେମିକାଲ୍ସ, ଲୋକୋମୋଟିଭ୍, ଆଇରନ୍ ଏବଂ ଷ୍ଟିଲ୍ ଶିଳ୍ପ ଆରମ୍ଭ କରିଥିଲା। ଆପଣ ସବୁବେଳେ ସମୟଠାରୁ ଆଗରେ ଅଛନ୍ତି । ଆଜି ସମାଜରେ ୫୦ ପ୍ରତିଶତ ପୁରୁଷ ଏବଂ ୫୦ ପ୍ରତିଶତ ମହିଳା ଅଛନ୍ତି । ଯଦି ଆପଣ ମହିଳାମାନଙ୍କୁ ସୁଯୋଗ ଦେଉ ନାହାଁନ୍ତି । ତେବେ ଆପଣ ସେବା କରିବା ପାଇଁ ମହିଳାଙ୍କଠାରୁ ସୁଯୋଗ ଛଡ଼ାଉଛନ୍ତି । ଏହାର ଅର୍ଥ ଦେଶ ଆଗକୁ ଯିବ ନାହିଁ । ଯଦି ମହିଳାମାନେ ଅଧ୍ୟୟନ କରିବେ ନାହିଁ ଏବଂ ସେମାନେ ରୋଜଗାରର ସୁଯୋଗ ପାଇବେ ନାହିଁ, ତେବେ ଏହି ସମାଜ ଏବଂ ଦେଶ କଦାପି ଅଗ୍ରଗତି କରିବ ନାହିଁ, ଏହା ଆପଣଙ୍କ କମ୍ପାନୀର ଭୁଲ । 


ଐତିହାସିକ ନିଷ୍ପତ୍ତି ଆସିଲା 


ତାଙ୍କ ଚିଠିର ଫଳାଫଳ ହେଲା ଟାଟା ଗ୍ରୁପ୍ ନୋ ମହିଳା ନୀତିକୁ ରଦ୍ଦ କରିଦେଲା । ଏହିପରି ସୁଧା ମୂର୍ତ୍ତୀ ଟେଲକୋର ପ୍ରଥମ ମହିଳା ଇଞ୍ଜିନିୟର ହୋଇଥିଲେ ଯାହା ବର୍ତ୍ତମାନ ଟାଟା ମୋଟର୍ସ ଭାବେ ଜଣାଶୁଣା । ସୁଧା ମୂର୍ତ୍ତୀ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀଙ୍କୁ ବିବାହ କରିଛନ୍ତି, ଯାହାର ସମ୍ପତ୍ତି ଆଜିର ଦିନରେ ପ୍ରାୟ ୩୬,୦୦୦ କୋଟି ଟଙ୍କା । ଇନଫୋସିସର ପ୍ରାରମ୍ଭିକ ନିବେଶକମାନଙ୍କ ମଧ୍ୟରୁ ସୁଧା ମୂର୍ତ୍ତୀ ଅନ୍ୟତମ । ମହିଳା ଉନ୍ନତି କ୍ଷେତ୍ରରେ ତାଙ୍କର ଅଦ୍ଭୂତପୂର୍ବ ଅବଦାନ ପାଇଁ ତାଙ୍କୁ ୨୦୦୬ ରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।


Also Read- ଦୁଇ ପ୍ରେମିକଙ୍କୁ ଆଙ୍ଗୁଳିରେ ନଚାଉଥିଲେ ବିବାହିତା ମହିଳା, ସେତେବେଳେ କ’ଣ ଘଟିଥିଲା ​​ଜାଣନ୍ତୁ