Corporator Resign: ବିଜେଡି ଛାଡ଼ିଲେ କର୍ପୋରେଟର, ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କ ଇସ୍ତଫା
ଭୁବନେଶ୍ୱରର ୩୭ ନମ୍ବର ୱାର୍ଡର କର୍ପୋରେଟର ବନ୍ଦିତା ପାଲ ଆଜି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ରାଜନୈତିକ ତଥା ବ୍ୟକ୍ତିଗତ କାରଣରୁ ସେ ବିଜେଡି ଛାଡ଼ିଥିବା ନେଇ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ତେବେ ସେ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି। ସେହିପରି କର୍ପୋରେଟର ବନ୍ଦିତା ପାଲ
Corporator Resign ଭୁବନେଶ୍ୱର: ଭୁବନେଶ୍ୱରର ୩୭ ନମ୍ବର ୱାର୍ଡର କର୍ପୋରେଟର ବନ୍ଦିତା ପାଲ ଆଜି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ରାଜନୈତିକ ତଥା ବ୍ୟକ୍ତିଗତ କାରଣରୁ ସେ ବିଜେଡି ଛାଡ଼ିଥିବା ନେଇ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ତେବେ ସେ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି। ସେହିପରି କର୍ପୋରେଟର ବନ୍ଦିତା ପାଲଙ୍କ ସ୍ୱାମୀ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ଅର୍ଜୁନ ବେହେରା ମଧ୍ୟ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।