Boat Capsizes In Ganga River: ବିହାରର ରାଜଧାନୀ ପାଟନା ନିକଟରେ ଥିବା ଗଙ୍ଗା ନଦୀରେ ଏକ ଡଙ୍ଗା ଦୁର୍ଘଟଣାର ଶିକାର ହୋଇ ବୁଡ଼ିଯାଇଛି । ଡଙ୍ଗାରେ ମୋଟ ୧୨ଜଣ ଯାତ୍ରୀ ଥିଲେ । ଡଙ୍ଗାଟି ନଦୀରେ ଓଲଟି ପଡ଼ିବା ମାତ୍ରେ ସମସ୍ତେ ନଦୀରେ ବୁଡ଼ିବାକୁ ଲାଗିଥିଲେ କିନ୍ତୁ ସୌଭାଗ୍ୟବଶତଃ ୧୦ ଜଣ ଉଦ୍ଧାର ହୋଇଛନ୍ତି । ବର୍ତ୍ତମାନ ମଧ୍ୟ ଦୁଇଜଣ ଯାତ୍ରୀଙ୍କର ପତା ମିଳୁନଥିବା ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଦମକଳ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗଙ୍ଗା ନଦୀରେ ନିଖୋଜ ଥିବା ଦୁଇ ଯୁବକଙ୍କୁ SDRF ଟିମ୍ ଖୋଜିବାରେ ଲାଗିଛି ।


COMMERCIAL BREAK
SCROLL TO CONTINUE READING

ଘଟଣାସ୍ଥଳରେ ଥିବା ଜଣେ ସରକାରୀ ଅଧିକାରୀଙ୍କ କହିବାନୁଯାୟୀ, ମହାବୀର ଟୋଲା ଗାଁ ନିକଟରେ ଏହି ବୋଟ୍ ଟ୍ରାଜେଡି ହୋଇଛି । ସମସ୍ତେ କୃଷକ ଏବଂ ଡାଏରାରେ ଥିବା କ୍ଷେତରୁ ପନିପରିବା ଡଙ୍ଗାରେ ଭର୍ତ୍ତି କରିବା ପରେ ସେମାନେ ମହାବୀର ଟୋଲାସ୍ଥିତ ନିଜ ଗାଁକୁ ଯାଉଥିଲେ । ଏହି ସମୟ ମଧ୍ୟରେ ଡଙ୍ଗାଟି ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ମହାବୀର ଟୋଲା ଘାଟରେ ପହଞ୍ଚିବାର ଠିକ୍ ୨୦ ମିନିଟ୍ ପୂର୍ବରୁ ଡଙ୍ଗାଟି ଓଲଟି ପଡିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଡଙ୍ଗାରେ ପନିପରିବା ସହ ଘାସ ଭର୍ତ୍ତି କରାଯାଇଥିଲା। ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ନାମ ରାଧୀର କୁମାର ଏବଂ ବିଜନ୍ଦ୍ର ରାୟ ବୋଲି ଜଣାପଡିଛି ।


Also Read- ମହଙ୍ଗା ପଡିଲା Online Love, ୧୦ ଲକ୍ଷ ନେଇଗଲା ସୁନ୍ଦରୀ


Also Read- Shukra Surya Yuti 2024: ଶୁକ୍ର ଏବଂ ସୂର୍ଯ୍ୟଙ୍କ ମିଳନ, ୫ ରାଶିର ବ୍ୟକ୍ତିଙ୍କ ସମସ୍ୟା ହେବ ଦୂର