katrina kaif joins xiaomi india: ଜିଆଓମି ଇଣ୍ଡିଆ ପକ୍ଷରୁ ନୂତନ ବ୍ରାଣ୍ଡ ଆମ୍ବାସାଡର ଭାବେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ନାମ ଘୋଷଣା କରାଯାଇଛି । ଜିଆଓମି ଇଣ୍ଡିଆ ଏବଂ କ୍ୟାଟ୍ରିନା କୈଫ ଏକାଠି ହେବାର ଏହା ପ୍ରଥମ ଘଟଣା ନୁହେଁ । ଦୀର୍ଘ ଦିନ ଧରି ଜିଆଓମିର ବ୍ରାଣ୍ଡ ଆମ୍ବାସାଡର ଭାବରେ କାର୍ଯ୍ୟ କରିସାରିଛନ୍ତି  କ୍ୟାଟ୍ରିନା ।


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ପୁଣିଥରେ କ୍ୟାଟ୍ରିନା ଜିଆଓମି ସହିତ ନୂଆ ଇନିଂସରେ ସ୍ମାର୍ଟଫୋନ୍, ଟିଭି ଏବଂ ଟାବଲେଟର ପ୍ରଚାର କରିବେ । ଜିଆଓମି ଭାରତୀୟ ବଜାରରେ 2014 ମସିହାରେ ପ୍ରବେଶ କରିଥିବା ସମୟରେ ବର୍ତ୍ତମାନ 10 ବର୍ଷ ପୂରଣ କରିଛି । Xiaomi ବର୍ତ୍ତମାନ ଗ୍ରାହକମାନଙ୍କୁ ନିଜ ସହ ଯୋଡିବା ଦିଗରେ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛି ।


ଜିଆଓମି ଇଣ୍ଡିଆର ମୁଖ୍ୟ ମାର୍କେଟିଂ ଅଫିସର କହିଛନ୍ତି ଯେ, ବର୍ତ୍ତମାନ ଆମେ ଭାରତୀୟ ବ୍ୟବସାୟ ବଜାରରେ ଏକ ଦଶନ୍ଧି ପୂରଣ କରିସାରିଛୁ । କ୍ୟାଟ୍ରିନା କୈଫଙ୍କୁ ଜିଆଓମି ପରିବାର ସହ ଯୋଡିବା ପରେ ଏକ ସମ୍ପୂର୍ଣ୍ଣ ଉତ୍ସବ ଭଳି ଆମେ ମନେ କରୁଛୁ। ଏହି ଅବସରରେ କ୍ୟାଟ୍ରିନା କୈଫ କହିଛନ୍ତି ଯେ, 'ମୁଁ ପୁଣିଥରେ  ଜିଆଓମି ସହିତ ଯୋଡି ହୋଇ ଉତ୍ସାହିତ ଅଛି। କମ୍ପାନୀ ଭାରତରେ 10 ବର୍ଷର ପୂର୍ତ୍ତି ପାଳନ କରୁଥିବା ସମୟରେ ମତେ ପୁଣିଥରେ ଯୋଡି ହେବାର ସୁଯୋଗ ମିଳିଛି । 


ଆପଣଙ୍କୁ କହିରଖୁଛୁ ଯେ, ଏହାପୂର୍ବରୁ ଜିଆଓମି ଏହାର Y ସିରିଜ୍ ପାଇଁ କ୍ୟାଟ୍ରିନା କୈଫଙ୍କୁ ବ୍ରାଣ୍ଡ ଆବାସଡର କରିଥିଲା । କମ୍ପାନୀ 2017 ରେ ରେଡମି Y- ସିରିଜ୍ ଲଞ୍ଚ କରିଥିଲା ​​। ବର୍ତ୍ତମାନ ଦେଖିବାକୁ ବାକି ରହିଛି ଯେ, କମ୍ପାନୀ ଭାରତୀୟ ବଜାରରେ କଣ ସବୁ ନୂଆ ପ୍ରଡକ୍ଟ ଲଞ୍ଚ କରୁଛି ।


ନିକଟରେ ଜିଆଓମି ରେଡମି ୱାଚ୍ 5 ଆକ୍ଟିଭ୍ ଲଞ୍ଚ କରିଥିଲା । ଯାହାର ଦାମ 3 ହଜାର ଟଙ୍କା ମଧ୍ୟରେ ରହିଛି । ଏହି ଘଣ୍ଟାର ଏକ ବଡ଼ ଡିସପ୍ଲେ ଏବଂ ବଡ ବ୍ୟାଟେରୀ ରହିଛି । କମ୍ପାନୀ ପକ୍ଷରୁ ଦାବି ହୋଇଛି  ଯେ, ଏହି ଘଣ୍ଟାକୁ ଥରେ ଚାର୍ଜ କରି 18 ଦିନ ପର୍ଯ୍ୟନ୍ତ ବ୍ୟବହାର କରିହେବ । ଏଥିରେ ବ୍ଲୁଟୁଥ୍ କଲିଂ, ଆଲେକ୍ସା ସପୋର୍ଟ, 200 ୱାଚ୍ ଫେସ୍, ଏବଂ ଅତ୍ୟାବଶ୍ୟକ ହେଲ୍ଥ ଟ୍ରାକିଂ ଫିଚର ରହିଛି । ଏହି ଘଣ୍ଟା ଲଞ୍ଚ ହେବା ପରେ ଗ୍ରାହକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।


Also Read- IAS ପୂଜା ଖେଡକର ଚାକିରିରୁ ବହିଷ୍କୃତ


Also Read- ଗଣେଶ ପୂଜାରେ ଓଡ଼ିଆ ଚଳଚ୍ଚିତ୍ର "ଅପରାହ୍ନର ସୂର୍ଯ୍ୟ" ଦେଖିବାକୁ ଭିଡ