ଗଣେଶ ପୂଜାରେ ଓଡ଼ିଆ ଚଳଚ୍ଚିତ୍ର "ଅପରାହ୍ନର ସୂର୍ଯ୍ୟ" ଦେଖିବାକୁ ଭିଡ
Advertisement
Article Detail0/zeeodisha/odisha2419585

ଗଣେଶ ପୂଜାରେ ଓଡ଼ିଆ ଚଳଚ୍ଚିତ୍ର "ଅପରାହ୍ନର ସୂର୍ଯ୍ୟ" ଦେଖିବାକୁ ଭିଡ

ଓଡ଼ିଶାରୁ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଥିବା ମୁଣ୍ଡପୋତା କେଳାଙ୍କ ଜୀବନ ଶୈଳୀକୁ ଅତି ଚମତ୍କାର ଭାବରେ ଉପସ୍ଥାପନ କରିବାକୁ ଶ୍ରୀ ମହାନ୍ତି ବହୁ ପରିଶ୍ରମ କରିଥିଲେ ।

ଗଣେଶ ପୂଜାରେ ଓଡ଼ିଆ ଚଳଚ୍ଚିତ୍ର "ଅପରାହ୍ନର ସୂର୍ଯ୍ୟ" ଦେଖିବାକୁ ଭିଡ

Ollywood News: ଗଣେଶ ପୂଜା ଅବସରରେ ଶୁକ୍ରବାର ଦିନ ଅନନ୍ୟା ପ୍ରଡ଼କସନର ଦ୍ଵିତୀୟ ଅବଦାନ ଅପରାହ୍ନର ସୂର୍ଯ୍ୟ ଭୁବନେଶ୍ୱର ସ୍ଥିତ ସ୍ତୁତି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରର ନିର୍ମାତା ତଥା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଜୟ କୁମାର ମହାନ୍ତି ଅଛନ୍ତି ବଳିଷ୍ଠ ନିର୍ଦ୍ଦେଶନାରେ ବିମୁଗ୍ଧ ହୋଇଛନ୍ତି ସିନେ ଦର୍ଶକ । 

ଓଡ଼ିଶାରୁ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଥିବା ମୁଣ୍ଡପୋତା କେଳାଙ୍କ ଜୀବନ ଶୈଳୀକୁ ଅତି ଚମତ୍କାର ଭାବରେ ଉପସ୍ଥାପନ କରିବାକୁ ଶ୍ରୀ ମହାନ୍ତି ବହୁ ପରିଶ୍ରମ କରିଥିଲେ । ତିନି ପିଢୀ ର କାହାଣୀ ଚଳଚ୍ଚିତ୍ରରେ ବହୁତ ଜଣାଶୁଣା ଅଭିନେତା ତଥା ଅଭିନେତ୍ରୀ ମାନେ ସୁନ୍ଦର ତଥା ବାସ୍ତବ ଅଭିନୟ ସମସ୍ତ ଦର୍ଶକଙ୍କୁ ମୁଗ୍ଧ କରିଛନ୍ତି । ପ୍ରଥମ ଥର ପାଇଁ ଦର୍ଶକ ମୁଣ୍ଡ ପୋତା କେଳା ଭଳି ଏକ ମୌଳିକ ତଥା ନିଆରା ବିଷୟକୁ ବଡ଼ ପରଦାରେ ଦେଖିବାକୁ ପାଇଛନ୍ତି । ନିଜେ ନିର୍ମାତା, ନିର୍ଦ୍ଦେଶକ ଏହାର ଚିତ୍ରନାଟ୍ୟ ଓ କାହାଣୀ ପ୍ରସ୍ତୁତ କରିଛନ୍ତି । ଶ୍ରୀ ମହେନ୍ଦ୍ର ଆଚାର୍ଯ୍ୟ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓ ଶ୍ରୀ ଅଜିତ ଦାସ ଚିତ୍ରତ୍ତୋଳନ ଦାୟିତ୍ୱ ରେ ଅଛନ୍ତି । ଏଥିରେ ଜୟା ସ୍ୱାମୀ, ପ୍ରମୋଦ ରାଉତ, କଳିଙ୍ଗ ଦାସ, ମୁନମୁନ ଖୁଣ୍ଟିଆ, ସୁସନ୍ଧ୍ୟା, ଜାନକୀ ନାଥ ମିଶ୍ର, ଅଜୟ ମହାନ୍ତି, ରାହୁଲ ବିନ୍ଧାଣୀ ପ୍ରମୁଖ ଅଭିନୟ କରିଛନ୍ତି । ଦର୍ଶକମାନେ ଅପରାହ୍ନର ସୂର୍ଯ୍ୟ ଚଳଚ୍ଚିତ୍ରକୁ ଆଜି ପ୍ରେକ୍ଷାଳୟରେ ଭରପୁର ଉପଭୋଗ କରିଛନ୍ତି । ଏହି ଚଳଚ୍ଚିତ୍ରରୁ ଦର୍ଶକ ମନୋରଞ୍ଜନ ସହିତ ଅନେକ ଶିକ୍ଷା ପାଇବେ ବୋଲି ନିର୍ମାତା ମତ ଦେଇଥିଲେ ।

Also Read- Shukra Nakshtra Gochar 2024: ଜୀବନରେ ସୁଖ ଭରିଦେବେ ଶୁକ୍ର, ୩ ରାଶିକୁ ମିଳିବ ଆର୍ଥିକ ଲାଭ