Bollywood News: ଚଳଚ୍ଚିତ୍ର ନିର୍ମାତା ସୁଭାଷ ଘାଇ ଏବଂ ତାଙ୍କ ପତ୍ନୀ ମୁକ୍ତା ଘାଇ ସେମାନଙ୍କ ବିବାହ ବାର୍ଷିକୀ ଅବସରରେ ମୁମ୍ବାଇରେ ଏକ ରାତ୍ରୀ ଭୋଜନ କାର୍ଯ୍ୟକ୍ରମ କରିଥିଲେ। ପାର୍ଟିରେ ସୁଭାଷ ଘାଇଙ୍କ 'ଖଲନାୟକ' ଅଭିନେତା ସଞ୍ଜୟ ଦତ୍ତ (sanjay dutt), ଜ୍ୟାକି ଶ୍ରଫ, ମାଧୁରୀ ଦୀକ୍ଷିତ ଏବଂ ଅନୁପମ ଖେର ମଧ୍ୟ ଯୋଗ ଦେଇଥିଲେ। ମାଧୁରୀଙ୍କ ସ୍ୱାମୀ ଡକ୍ଟର ଶ୍ରୀରାମ ନେନେ ମଧ୍ୟ ଏହି ଭୋଜିରେ ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନ ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ପାର୍ଟିର କିଛି ଝଲକ୍ ସେୟାର କରିଛନ୍ତି । ଏହି ଫଟୋରେ ଉଭୟଙ୍କୁ ଦେଖିବା ପରେ ପ୍ରଶଂସକଙ୍କ ପୁରୁଣା ସ୍ମୃତି ପୁଣି ଥରେ ସତେଜ ହେବାକୁ ଲାଗିଲା । ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦୀକ୍ଷିତ (madhuri dixit)ଙ୍କ ଚମତ୍କାର ଯୋଡି ଦେଖି ଲୋକମାନେ ମଧ୍ୟ ବିଭିନ୍ନ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଥିଲେ ।


COMMERCIAL BREAK
SCROLL TO CONTINUE READING

ସୁଭାଷ ଘାଇ ଏବଂ ତାଙ୍କ ପତ୍ନୀ ମୁକ୍ତାଙ୍କ ଶୁଭ ମନାସି ଶ୍ରୀରାମ ଫଟୋ ସହିତ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ସୁଭାଷ ଘାଇ ଏବଂ ମୁକ୍ତାଙ୍କୁ ସେମାନଙ୍କ ବିବାହ ବାର୍ଷିକୀରେ ଶୁଭେଚ୍ଛା ଜଣାଇଛନ୍ତି । ଥରକରେ ସେ ତିନୋଟି ଫଟୋ ପୋଷ୍ଟ କରିଛନ୍ତି। କେବଳ ଏତିକି ନୁହେଁ ସେ ଜ୍ୟାକି ଶ୍ରଫ, ସଞ୍ଜୟ ଦତ୍ତ ଏବଂ ଅନୁପ ଖେରଙ୍କୁ ମଧ୍ୟ ଟ୍ୟାଗ୍ କରିଥିବା ଦେଖିବାକୁ ମିଳିଛି । ସେୟାର ହୋଇଥିବା ପ୍ରଥମ ଚିତ୍ରରେ ମାଧୁରୀ ଦୀକ୍ଷିତ, ସଞ୍ଜୟ ଦତ୍ତ, ଜ୍ୟାକି ଶ୍ରଫ, ଶ୍ରୀରାମ ନେନେ, ଅନୁପମ ଖେର ଏବଂ ସୁଭାଷ ଘାଇ ଏକାଠି ନଜର ଆସିଛନ୍ତି। ଏହି ଚିତ୍ର ଦେଖିବା ପରେ ଅନେକ ପ୍ରଶଂସକ ପ୍ରଶ୍ନ କରୁଛନ୍ତି ଯେ 'ଖଳନାୟକ ୨'ର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ କି? ପ୍ରଶଂସକମାନେ ଅନୁଭବ କରୁଛନ୍ତି ଯେ 'ଗଦର ୨' ପରି ବର୍ତ୍ତମାନ 'ଖଳନାୟକ ୨' ମଧ୍ୟ ଆସିବ, ଯେଉଁଥିରେ ଏହି ଚମତ୍କାର ଅଭିନେତାମାନଙ୍କର ଯାଦୁ ପୁଣି ଥରେ ଦେଖିବାକୁ ମିଳିବ ।


ସଂଜୟ ଦତ୍ତଙ୍କ ସହିତ ପ୍ରେମ ସମ୍ପର୍କ
ଆମେ ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦୀକ୍ଷିତଙ୍କ ଯୋଡିକୁ ଲୋକମାନେ ଖୁବ୍ ପସନ୍ଦ କରୁଥିଲେ । ଦୁହେଁ ଏକାଠି ଅନେକ ସୁପର ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । କେବଳ ଏତିକି ନୁହେଁ, ଲୋକମାନେ ସଂଜୟ ଦତ୍ତ ଏବଂ ମାଧୁରୀ ଦୀକ୍ଷିତଙ୍କ ଅନସ୍କ୍ରିନ୍ ଲଭ୍ କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରିଛନ୍ତି । ଚର୍ଚ୍ଚା ହେଉଥିଲା ଯେ, ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରିଥିଲେ । ପରେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା ଏବଂ ତା’ପରେ ମାଧୁରୀ ଅଭିନେତାଙ୍କଠାରୁ ନିଜକୁ ଦୂରେଇ ରଖିଥିଲେ । ବ୍ରେକଅପ୍ ପରେ ଅଭିନେତ୍ରୀ ସଞ୍ଜୟ ଦତ୍ତଙ୍କ ସହ ବର୍ଷ ବର୍ଷ ଧରି କାମ କରିନଥିଲେ। ପରେ ଉଭୟେ ପୁଣି ଥରେ 'କଳଙ୍କ'ରେ ସ୍କ୍ରିନ୍ ସେୟାର୍ କରିଥିଲେ । ଡ ଶ୍ରୀରାମ ନେନେଙ୍କ ସହିତ ବିବାହ ପରେ ମାଧୁରୀ ଦୀର୍ଘ ସମୟ ଧରି ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିଥିଲେ। ତା’ପରେ ସେ ପୁଣିଥରେ 'ଆଜା ନାଚଲେ' ଫିଲ୍ମରେ ଅଭିନୟ କରିଥିଲେ ।


ଜ୍ୟାକି କହିଥିଲେ ମନର କଥା
ମାଧୁରୀ ଦୀକ୍ଷିତ ଏବଂ ଜ୍ୟାକି ଶ୍ରଫଙ୍କ ଯୋଡିକୁ ମଧ୍ୟ ଦର୍ଶକ ସ୍ୱତନ୍ତ ସ୍ଥାନରେ ରଖିଛନ୍ତି । ଦୁହେଁ ଅନେକ ସିନେମାରେ ଅଭିନୟ କରିଛନ୍ତି ଯାହା ବକ୍ସ ଅଫିସରେ ଖୁବ୍ ହିଟ୍ ହୋଇଛି । କେବଳ ଏତିକି ନୁହେଁ, ଜ୍ୟାକି ଶ୍ରଫ ମଧ୍ୟ ଅନେକ ଥର ମାଧୁରୀଙ୍କୁ ନିଜର ପ୍ରେମ ବ୍ୟକ୍ତ କରିଛନ୍ତି। ସେ ଅନେକ ଥର କହିଥିଲେ ଯେ, ଅଭିନେତ୍ରୀ କେବଳ ତାଙ୍କର ପ୍ରିୟ ସହ-ଷ୍ଟାର ନୁହଁନ୍ତି ବରଂ ତାଙ୍କର କ୍ରସ୍ ମଧ୍ୟ । ସେ ତାଙ୍କ ପୁଅ ଟାଇଗର ଶ୍ରଫଙ୍କ ସହ ଆସିବା ପରେ 'କଫି ୱିଥ୍ କରଣ'ରେ ଏହି କଥା କହିଥିଲେ । ବର୍ତ୍ତମାନ ଜ୍ୟାକି ଏବଂ ମାଧୁରୀଙ୍କର ଖୁବ ଭଲ ବନ୍ଧୁତା ରହିଛି ।


Also Read- Crime News: ବାପାଙ୍କ ମୃତଦେହ ପାଖରେ ୫ଦିନ ଶୋଇଲା ପୁଅ, କହିଲା ଉଠାଅନି ବାପା ଶୋଇଛନ୍ତି...


Also Read- ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ