Crime News: ବାପାଙ୍କ ମୃତଦେହ ପାଖରେ ୫ଦିନ ଶୋଇଲା ପୁଅ, କହିଲା ଉଠାଅନି ବାପା ଶୋଇଛନ୍ତି...
Advertisement
Article Detail0/zeeodisha/odisha1931574

Crime News: ବାପାଙ୍କ ମୃତଦେହ ପାଖରେ ୫ଦିନ ଶୋଇଲା ପୁଅ, କହିଲା ଉଠାଅନି ବାପା ଶୋଇଛନ୍ତି...

Crime News: ଉତ୍ତର ପ୍ରଦେଶ ବାରାଣାସୀରେ ସନ୍ଦେହଜନକ ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ମିଳିଛି। ଅଞ୍ଚଳରେ ମୃତ ଦେହର ଗନ୍ଧ ବ୍ୟାପିବା ପରେ ଏହି ଘଟଣାଟି ଲୋକଲୋଚନକୁ ଆସିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

Crime News: ବାପାଙ୍କ ମୃତଦେହ ପାଖରେ ୫ଦିନ ଶୋଇଲା ପୁଅ, କହିଲା ଉଠାଅନି ବାପା ଶୋଇଛନ୍ତି...

Crime News: ବାରାଣାସୀରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୃତ୍ୟୁର ୫ଦିନ ପରେ ମୃତ ଦେହର ଗନ୍ଧ ସ୍ଥାନୀୟ ଅଞ୍ଚଳରେ ବ୍ୟାପିଥିଲା ଫଳରେ ମୃତ୍ୟୁ ସମ୍ପର୍କରେ ଘଟଣା ସାମ୍ନାକୁ ଆସିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ଲୋକମାନେ ଏହା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ଘଟଣା ପରେ ଗାଁରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ (Investigation) ଆରମ୍ଭ କରିଥିଲା।

ସୂଚନା ମୁତାବାକ, ଏହି ଘଟଣାଟି ବାରଣାସୀର ଚକ୍ ପୋଲିସ୍ ଷ୍ଟେସନ (Police station) ସ୍ଥିତ ପାଟନି ଅଞ୍ଚଳରେ ଘଟିଛି । ବୁଧବାର ଦିନ ଏକ ଘରେ ୬୦ ବର୍ଷ ବୟସ୍କ ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ ଅତ୍ୟନ୍ତ ଖରାପ ଅବସ୍ଥାରେ ଦେଖିବାକୁ ମିଳିଥିଲା । ମୃତ ବ୍ୟକ୍ତିଙ୍କ ପୁଅ ମୃତ ଦେହ ସହିତ ପାଞ୍ଚ ଦିନ ରହିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମୃତକଙ୍କ ପୁଅ ଜଣେ ମାନସିକ ରୋଗୀ (Mentally ill) । ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିବା କଥା ସେ ଆଦୌ ଜାଣିପାରିନଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ସେ କାହାକୁ ମୃତଦେହ ନିକଟକୁ ଯିବାକୁ ଦେଉନଥିଲେ। ଏହା ପରେ ସ୍ଥାନୀୟ ଲୋକ ପୋଲିସକୁ ଏ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

ବାପା ଶବ ନିକଟରେ ପୁଅ
ଘଟଣାକୁ ନେଇ ଚକ୍ ଥାନା ଇନ୍ସପେକ୍ଟର ଶିବକାନ୍ତ ମିଶ୍ର କହିଛନ୍ତି ଯେ, ଘରୁ ଦୁର୍ଗନ୍ଧ (stench) ଆସିବା ପରେ ଲୋକମାନେ ଫୋନ ମାଧ୍ୟମରେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଅନେକ ଚେଷ୍ଟା କରିବା ପରେ ଘରର କବାଟ ଖୋଲିବାରେ ଆମେ ସକ୍ଷମ ହୋଇଥିଲୁ । କବାଟ ଖୋଲିବା ପରେ ୬୦ ବର୍ଷିୟ କିଶୋର ୱାହିଙ୍କ ମୃତଦେହ ଦେଖିବାକୁ ପାଇଥିଲୁ । ଅନୁମାନ କରାଯାଉଛି ମୃତଦେହଟି ପ୍ରାୟ ୫ ଦିନ ହେବ ପଡିରହିଥିଲା । କାରଣ ମୃଦେହରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ ହୋଇସାରିଥିଲା ।

ସେ ଏକଥା ମଧ୍ୟ କହିଛନ୍ତି ଯେ, ତାଙ୍କ ମାନସିକ ଚାପଗ୍ରସ୍ତ ପୁଅ ସୁମିତ ବାପାଙ୍କ ପାଖରେ ଥିବା ଏକ ଖଟ ଉପରେ ଶୋଇଥିଲେ। ସେ ସମସ୍ତଙ୍କୁ ତାଙ୍କ ନିକଟକୁ ଯିବାକୁ ଅଟକାଉଥିଲେ ଏବଂ କହିଥିଲେ ଯେ, ବାପା ଶୋଇଛନ୍ତି ତାଙ୍କୁ ବିଛଣାରୁ ଉଠାଅ ନାହିଁ । ମୃତ ଦେହର ଅବସ୍ଥା ଖରାପ ହୋଇଯାଇଥିବାରୁ ତା ଉପରେ ମାଛି ବସିଥିବା ଦେଖିବାକୁ ମିଳିଥିଲା । ପରିବାର ତଥା ସନମ୍ପର୍କୀୟଙ୍କୁ ଘଟଣା ବିଷୟରେ ଜଣାଇବା ପରେ ପୋଲିସ ପ୍ରଥମେ ଶବକୁ ବ୍ୟବଚ୍ଛେଦ କରାଇବା ପାଇଁ ପଠାଇଥିଲା ।

ମୃତ ବୃଦ୍ଧଙ୍କ ମୁଣ୍ଡରେ ଆଘାତ ଲାଗିଛି
ଏହି ପ୍ରସଙ୍ଗରେ ମୃତକଙ୍କ ପରିବାର ସଦସ୍ୟ ମଧ୍ୟ କହିଛନ୍ତି ଯେ, କିଛି ଦିନ ପୂର୍ବରୁ କିଶୋର ୱାହି ଘରେ ପଡ଼ିଯିବା କାରଣରୁ ଦେହରେ ଆଘାତ ଲାଗିଥିଲା। ତାଙ୍କୁ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ମେଡିସିନ ଖାଉଥିଲେ କିଶୋର । ୫ ଦିନ ପରେ ଡାକ୍ତର ତାଙ୍କୁ ଦେଖା କରିବାକୁ କହିଥିଲେ। କିନ୍ତୁ ଯେତେବେଳେ ଆମେ ତାଙ୍କୁ ଦେଖା କରିବାକୁ ଆସିଥିଲୁ ସେତେବେଳେ ପୁଅ ପଥର ଫିଙ୍ଗିଥିଲା ତେଣୁ ଆମେ ଫେରିଯାଇଥିଲୁ ।

Also Read- 'ମୋ ମା'ଙ୍କୁ ନିଅ ନାହିଁ ...' ୯ ଦିନ ମା' ଦୁର୍ଗାଙ୍କ ସେବା ପରେ ବିଦାୟ ସମୟରେ କାନ୍ଦିଲା ନିରୀହ ବାଳକ

Also Read- Vastu Tips: ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି କାମ, ମା’ଲକ୍ଷ୍ମୀ ହେବେ ପ୍ରସନ୍ନ