ଭୁବନେଶ୍ୱର: ରାଜ୍ୟର ୨ଟି ବିମାନ ବନ୍ଦରକୁ ମିଳିଛି ବୋମା ଧମକ । ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍‌ ଆସିଛି । ବର୍ତ୍ତମାନ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଲର୍ଟ ଜାରି କରାଯିବା ସହ ବିମାନ ବନ୍ଦରରେ କଡ଼ାକଡି ଯାଞ୍ଚ କରାଯାଉଛି ।


COMMERCIAL BREAK
SCROLL TO CONTINUE READING

ଭୁବନେଶ୍ବର ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ, ବୋମା ଥିବା ନେଇ ଏକ ହୋକ୍ସ କଲ୍‌ ରିସିଭ୍‌ ହୋଇଥିଲା ଏବଂ ଟ୍ବିଟର ଜରିଆରେ ଏମିତି ଏକ ସୂଚନା ପହଞ୍ଚିଥିଲା । ଏୟାର ଆକାଶ ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଏନେଇ ଏସ୍‌ଓପି ଫଲୋ କରି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଛି । ଯାଞ୍ଚ ପରେ କୌଣସିଠାରେ ବୋମା ନଥିବା ଜଣାପଡ଼ିଛି ଏବଂ ବିମାନକୁ ଯାଞ୍ଚ କରି କ୍ଲିୟରାନ୍ସ ଦିଆଯାଇଛି ତେଣୁ କିଛି ସମୟ ମଧ୍ୟରେ ବିମାନଟି ଗନ୍ତବ୍ୟସ୍ଥଳକୁ ଉଡ଼ାଣ କରିବ ବୋଲି ନିର୍ଦ୍ଦେଶକ କହିଛନ୍ତି । 


ଅନ୍ୟପଟେ, ବୋମା ଆତଙ୍କ ପରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଖାନତଲାସି ଜାରି ରହିଛି । ବେଙ୍ଗଳୁରୁ-ଝାରସୁଗୁଡ଼ା ଇଣ୍ଡିଗୋ ବିମାନରେ ବୋମା ଗୁଜବ ପରେ ଡଗ୍‌ ସ୍କ୍ବାଡ୍‌ ଦ୍ବାରା ଯାଞ୍ଚ କରାଯାଉଛି ।


Also Read- Surya Gochar: ୧୨ଟି ରାଶି ଉପରେ ବଡ଼ ପ୍ରଭାବ ପକାଇବେ ସୂର୍ଯ୍ୟଦେବ, ଜାଣନ୍ତୁ କାହା ପାଇଁ ଭଲ ଓ ଖରାପ


Also Read- ବାତ୍ୟା ପାଇଁ ଜାରି ହେଲା ହେଲପ ଲାଇନ ନମ୍ବର, ଜାଣନ୍ତୁ ଆପଣଙ୍କ ଜିଲ୍ଲା ପାଇଁ କେଉଁ ନମ୍ୱର