ବାତ୍ୟା ପାଇଁ ଜାରି ହେଲା ହେଲପ ଲାଇନ ନମ୍ବର, ଜାଣନ୍ତୁ ଆପଣଙ୍କ ଜିଲ୍ଲା ପାଇଁ କେଉଁ ନମ୍ୱର
Advertisement
Article Detail0/zeeodisha/odisha2486483

ବାତ୍ୟା ପାଇଁ ଜାରି ହେଲା ହେଲପ ଲାଇନ ନମ୍ବର, ଜାଣନ୍ତୁ ଆପଣଙ୍କ ଜିଲ୍ଲା ପାଇଁ କେଉଁ ନମ୍ୱର

ମାଡି ଆସୁଛି ବାତ୍ୟା। ସରକାର ଜିରୋ କାଜୁଆଲଟି ନୀତିରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିଛନ୍ତି। ସେଥିପାଇଁ କୌଣସି ସମସ୍ୟା ପାଇଁ ଜାରି କରାଯାଇଛି ହେଲପ ଲାଇନ ନମ୍ବର। ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକ ପାଇଁ ଜାରି ହୋଇଛି ଏହି ନମ୍ବର। 

ବାତ୍ୟା ପାଇଁ ଜାରି ହେଲା ହେଲପ ଲାଇନ ନମ୍ବର, ଜାଣନ୍ତୁ ଆପଣଙ୍କ ଜିଲ୍ଲା ପାଇଁ କେଉଁ ନମ୍ୱର

ଭୁବନେଶ୍ୱର: ମାଡି ଆସୁଛି ବାତ୍ୟା। ସରକାର ଜିରୋ କାଜୁଆଲଟି ନୀତିରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିଛନ୍ତି। ସେଥିପାଇଁ କୌଣସି ସମସ୍ୟା ପାଇଁ ଜାରି କରାଯାଇଛି ହେଲପ ଲାଇନ ନମ୍ବର। ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକ ପାଇଁ ଜାରି ହୋଇଛି ଏହି ନମ୍ବର। ଭୁବନେଶ୍ୱରରେ 1929ରେ କଲ କରିପାରିବେ ରାଜ୍ୟବାସୀ। 

ସେହିପରି ବାଲେଶ୍ୱର ପାଇଁ 06782-262286 / 261077, ମୟୂରଭଞ୍ଜ ପାଇଁ 06792-252759 / 252941, ଭଦ୍ରକ ପାଇଁ 06784-251881, ଯାଜପୁର ପାଇଁ 06728-222648, କେନ୍ଦ୍ରାପଡ଼ା ପାଇଁ 06727-232803, କେନ୍ଦୁଝର ପାଇଁ 06766-255437, ଜଗତସିଂହପୁର ପାଇଁ 06724-220368, କଟକ ପାଇଁ 0671-2507842, ଢେଙ୍କାନାଳ ପାଇଁ 06762-226507 / 221376, ଅନୁଗୋଳ ପାଇଁ 06764-230980, ପୁରୀ ପାଇଁ 06752-223237, ଖୋର୍ଦ୍ଧା 06755-220002, ଗଞ୍ଜାମ ପାଇଁ 06811-263978, ନୟାଗଡ଼ 06753-252978 ଜାରି କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ସମୁଦାୟ ୭୨୮୫ ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ଏଥରୁ ବହୁମୁଖ୍ୟୀ ବାତ୍ୟା ଆଶ୍ରୟସ୍ଥଳୀ  ସଂଖ୍ୟା ରହିଛି ୮୪୨ ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀ ହେଉଛି ୬୪୪୩। ଏହିସବୁ ସ୍ଥାନକୁ ୩ ଲକ୍ଷ ଲୋକଙ୍କ ସ୍ଥାନାନ୍ତର କରାଯାଇଛି। ଯେଉଁ ଅଞ୍ଚଳ ସମ୍ବେଦନଶୀଳ ସେଠାରୁ ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତର କରିବା ଆମର ଲକ୍ଷ୍ୟ। ଏହି ଦିଗରେ ଆମେ ଆଗକୁ ଯାଉଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜୀବ ଭବନରେ ବାତ୍ୟା ସମ୍ପର୍କିତ ପ୍ରସ୍ତୁତି ବିଷୟକୁ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। 

ଯେତେବଳେ ବାତ୍ୟା ଲ୍ୟାଣ୍ଡଫଲ କରିବା ଏହା ପରେ ବିଜୁଳି ଭିତ୍ତିଭୂମି ପ୍ରଭାବିତ ହେବା ଆଶଙ୍କା ରହିଛି। ଏହାକୁ ପୁଣିଥରେ ସଂଯୋଗ କରିବା ଲାଗି ଅତିରିକ୍ତ ଟିମ୍‍ ମହଜୁଦ କରାଯାଇଛି। ତୁରନ୍ତ ବିଦ୍ୟୁତ୍‍ ଯୋଗାଣ ଲାଗି ବ୍ୟବସ୍ଥା କରିବାକୁ ପ୍ରସ୍ତୁତି ଶେଷ ହୋଇଛି। ଏହାକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି ୧୧ ଜିଲ୍ଲାକୁ ବରିଷ୍ଠ ସଚିବ ସ୍ତରୀୟ ଆଇଏଏସ୍‍ ଅଧିକାରୀଙ୍କୁ ପଠାଯାଇଛି।

ସମ୍ପକୃକ୍ତ ଜିଲ୍ଲାରେ ମନ୍ତ୍ରୀମଣ୍ଡଳ ସଦସ୍ୟ ମଧ୍ୟ ରହିଛନ୍ତି। ସରକାରଙ୍କ ସୁବିଧା ଓ ତଥ୍ୟକୁ ସେଠାରେ ଉପଲବ୍ଧ କରୁଛନ୍ତି। ଲୋକେ ଏ ବିଷୟରେ ବିଶେଷ ସହାୟତା କରୁଛନ୍ତି। ଯେତେବଳେ ଯାହା ନିର୍ଦ୍ଦେଶ ଆସୁଛି ସେଥିଲାଗି ସହାୟତା କରୁଛନ୍ତି। ପୁଲିସ କର୍ମୀଙ୍କୁ ବାତ୍ୟା ଆଶ୍ରୟସ୍ଥଳରେ ପହଞ୍ଚିଛନ୍ତି। ଟିଭି, ରେଡିଓ, ସେଶାଲ ମିଡିଆ ରିପୋର୍ଟ ଏବଂ ଲୋକଙ୍କ ମତକୁ ନେଇ ଆମେ କାର୍ଯ୍ୟ କରୁଛୁ। ଆମେ ସବୁ ପ୍ରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛୁ। ଆପଣ ନିର୍ଭୟରେ ରହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରିସ୍ଥିତିକୁ ନେଇ ଆତଙ୍କିତ ହେବା ବଦଳରେ ପରିସ୍ଥିତିକୁ ଦେଖି ସତର୍କ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।

Also Read- Cyclone News: ବାତ୍ୟା ମୁକାବିଲା ପାଇଁ ସରକାର ପୂର୍ଣ୍ଣ ପ୍ରସ୍ତୁତ

Also Read- Family Horoscope: ଗୁରବାର ଦିନ ପାରିବାରିକ ଜୀବନରେ ୬ ରାଶି ପାଇବେ ଖୁସି