୧୯ ବର୍ଷର ଯୁବତୀ ଦେଲେ ଯାଆଁଳା ସନ୍ତାନଙ୍କୁ ଜନ୍ମ, ଉଭୟଙ୍କ ବାପା ଅଲଗା-ଅଲଗା; ଜାଣନ୍ତୁ କ`ଣ ହୋଇଥିଲା ସେହି ରାତିରେ...
Brazil Twins Baby: ପ୍ରକୃତରେ ଏହା ଘଟିଥିଲା ଯେ, ଜଣେ ୧୯ ବର୍ଷୀୟ ଯୁବତୀ ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ, କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯାଆଁଳା ସନ୍ତାନଙ୍କ ବାପା ଅଲଗା ଅଲଗା ବାହାରିଛନ୍ତି । ଡାକ୍ତରମାନେ ଯେତେବେଳେ ଶିଶୁ ମାନଙ୍କର ଡିଏନ୍ଏ ପରୀକ୍ଷା କରିଥିଲେ, ସେଥିରୁ ଏହାର ଖୁଲାସା ହୋଇଥିଲା ।
Brazil Twins Baby: ବ୍ରାଜିଲରେ ଜଣେ ୧୯ ବର୍ଷ ବୟସର ଯୁବତୀ ଯାଆଁଳା ଶିଶୁ ସନ୍ତାନ ଜନ୍ମ (Twins Baby) ଦେଇଛନ୍ତି । ସେହି ଦିନଠାରୁ ଡାକ୍ତରମାନେ ମଧ୍ୟ ଚକିତ ଅଛନ୍ତି | ପ୍ରକୃତରେ ଏହା ଘଟିଥିଲା ଯେ, ଜଣେ ୧୯ ବର୍ଷୀୟ ଯୁବତୀ ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ, କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯାଆଁଳା ସନ୍ତାନଙ୍କ ବାପା ଅଲଗା ଅଲଗା ବାହାରିଛନ୍ତି । ଡାକ୍ତରମାନେ ଯେତେବେଳେ ଶିଶୁ ମାନଙ୍କର ଡିଏନ୍ଏ ପରୀକ୍ଷା (DNA Test) କରିଥିଲେ, ସେଥିରୁ ଏହାର ଖୁଲାସା ହୋଇଥିଲା ।
ଅଲଗା ଅଲଗା ବାପା ହେବାର ସତ୍ୟତା ଜାଣିବା ପରେ ଯାଆଁଳା ସନ୍ତାନ (Twins Baby) ଜନ୍ମ ଦେଇଥିବା ମା' ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ତାଙ୍କ ଜୀବନରେ କେବେ ଭାବି ନଥିଲେ ଯେ ଏହିପରି କିଛି ହୋଇପାରେ । ଡାକ୍ତର ମାନେ କହିଛନ୍ତି ଯେ, ଏହି ମାମଲା ଏକ ଲକ୍ଷରେ ଗୋଟିଏ । ମେଡିକାଲରେ ଏଭଳି ଏକ ଅଦ୍ଭୁତ ଘଟଣା କ୍ୱଚିତ୍ ଦେଖାଯାଏ ।
ଏଠାରେ କହି ରଖୁଛୁ ଯେ, ଏହି ଯୁବତୀ ଜଣକ ବ୍ରାଜିଲର । ଏପରି ଏକ ବିରଳ ଘଟଣା ଘଟିଥିଲା କାରଣ ସେ ଗୋଟିଏ ରାତିରେ ଦୁଇ ଜଣ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ନଅ ମାସ ପରେ ସେ ଯାଆଁଳା ସନ୍ତାନ (Twins Baby) ଜନ୍ମ ଦେଲେ । ଯେତେବେଳେ ତାଙ୍କର ପ୍ରଥମ ଜନ୍ମଦିନ ପାଖେଇ ଆସିଲା, ସେତେବେଳେ ସେ ଏହି ଶିଶୁ ମାନଙ୍କ ବାପାଙ୍କ ବିଷୟରେ ଚିନ୍ତା କରିବାକୁ ଲାଗିଲେ, ତେଣୁ ସେ ତାଙ୍କ ସନ୍ଦେହକୁ ନିଶ୍ଚିତ କରିବା ପାଇଁ ଏକ ପେଟରନିଟି ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ । ସେହି ଯୁବତୀ ଜଣକ ସେହି ବ୍ୟକ୍ତିଙ୍କ ଡିଏନଏ ସଂଗ୍ରହ କଲେ, ଯାହାଙ୍କୁ ସେ ଏହି ଶୁଶିମାନଙ୍କ ବାପା ବୋଲି ମନେ କରୁଥିଲେ । ଅବଶ୍ୟ ପରେ ଯେତେବେଳେ ଟେଷ୍ଟ କରାଗଲା, ସେତେବେଳେ କେବଳ ଗୋଟିଏ ଶିଶୁର DNA ସେହି ବ୍ୟକ୍ତିଙ୍କ ସହିତ ମେଳ ହେଲା ।
ଅଧିକ ପଢ଼ନ୍ତୁ:-ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆ ପାଇଁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍, ଦଳରେ ସାମିଲ ହେବେ ଏହି ୪ ଖେଳାଳି!
ଅଧିକ ପଢ଼ନ୍ତୁ:-କ୍ରିକେଟ୍ ଖେଳୁ ଖେଳୁ ଚାଲିଗଲା ଜୀବନ
ଏହି ଯୁବତୀ ଜଣକ ସ୍ଥାନୀୟ ଗଣମାଧ୍ୟମ ସହିତ ଏକ ବାର୍ତ୍ତାଳାପରେ କହିଛି ଯେ, "ମୋତେ ମନେ ପଡ଼ିଛି କି ମୁଁ ଅନ୍ୟ ଜଣେ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲି ଓ ତାଙ୍କୁ ପରୀକ୍ଷା ପାଇଁ ଡାକିଲି, ଯାହା ପଜିଟିଭ ଥିଲା । ଫଳାଫଳ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ମୁଁ ଜାଣି ନଥିଲି ଏହା ହୋଇପାରେ ।" ସାଇନଟିଫିକ୍ ସିଦ୍ଧାନ୍ତ କହୁଛି ଯେ, ଋତୁସ୍ରାବ ସମୟରେ ଦ୍ୱିତୀୟ ଅଣ୍ଡା ନିର୍ଗତ ହୁଏ ଏବଂ ସମ୍ପର୍କ ଗଢ଼ିବା ସମୟରେ ଭିନ୍ନ ବ୍ୟକ୍ତିଙ୍କ ଶୁକ୍ରାଣୁ ସହିତ ମିଶିଯାଏ । ଏଥିପାଇଁ ବୈଜ୍ଞାନିକମାନେ 'ହେଟେରୋ ପ୍ୟାରେଣ୍ଟାଲ୍ ସୁପରଫେକଣ୍ଡେସନ୍' (Heteropaternal Superfecundation) ଶବ୍ଦ ବ୍ୟବହାର କରିଛନ୍ତି ।