BSNL Recharge Plan: ଯଦି ଆପଣ ମଧ୍ୟ ଭଲ ପ୍ଲାନ ସନ୍ଧାନରେ ଅଛନ୍ତି ଏବଂ କେତେ ଟଙ୍କା ରିଚାର୍ଜ କଲେ ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ସୁବିଧା ମିଳିବ ସେ ସମ୍ପର୍କରେ ଭାବୁଛନ୍ତି ତେବେ ଆପଣଙ୍କ ପାଇଁ ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ଏକ ଭଲ ପ୍ଲାନ ଆଣିଛି । ଏହି ନୂଆ ପ୍ଲାନରେ ଆପଣ କେବଳ ଡାଟା ପାଇବେ ତାହା ନୁହେଁ ବରଂ ଏହା ସହିତ ଆପଣ ଅସୀମିତ କଲିଂ ଏବଂ ଅନ୍ୟାନ୍ୟ ସୁବିଧା ପାଇପାରିବେ । ଆସନ୍ତୁ ଏହି ପ୍ଲାନ୍ ବିଷୟରେ ବିସ୍ତୃତ ଭାବରେ ଜାଣିବା ...


COMMERCIAL BREAK
SCROLL TO CONTINUE READING

BSNL ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆପଣଙ୍କୁ ୧୦ ଜିବି ଡାଟା ସହିତ ଅସୀମିତ କଲିଂ ସୁବିଧା ମିଳିବ ମାତ୍ର ୧୧୮ ଟଙ୍କାରେ । ୱୋରେ ଆପଣ ଓଡ଼ିଆ, ହିନ୍ଦୀ, ଭୋଜପୁରୀ, ପଞ୍ଜାବୀ, ତାମିଲ୍, ତେଲଗୁ ସହିତ ଅନେକ ଭାଷାର ପ୍ରାୟ ୧ ଲକ୍ଷ ଗୀତ ପାଇପାରିବେ । BSNLର ଏହି ପ୍ଲାନ ସହ ଆପଣଙ୍କୁ ୨୦ ଦିନର ବୈଧତା ମିଳିବ ।


 



ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, BSNL ବର୍ତ୍ତମାନ ଦେଶର କୋଣ ଅନୁକୋଣରେ 4G ଲଞ୍ଚ କରିବାକୁ ବିଶେଷ ଭାବରେ ପ୍ରସ୍ତୁତ ହେଉଛି । କିଛି ଦିନ ପୂର୍ବରୁ ଏକ ରିପୋର୍ଟରେ କୁହାଯାଇଥିଲା ଯେ, BSNLର 4G ସେବା ଚଳିତ ବର୍ଷ ଅଗଷ୍ଟରେ ଆରମ୍ଭ ହେବ। ବର୍ତ୍ତମାନ ଦକ୍ଷିଣ ଭାରତର କେତେକ ଅଞ୍ଚଳରେ BSNLର 4G ସେବା ଉପଲବ୍ଧ ହୋଇଛି । କିନ୍ତୁ ଅନେକ ସ୍ଥାନରେ ବର୍ତ୍ତମାନ କେବଳ 3G ସେବା ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି ।


Also Read- ମେ' ୨୬ରେ ବାହାରିବ ଦ୍ବାଦଶ ପରୀକ୍ଷା ରେଜଲ୍ଟ


Also Read- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଘଟଣା, ଗିରଫ ହେଲା ଅଭିଯୁକ୍ତ