ମେ' ୨୬ରେ ବାହାରିବ ଦ୍ବାଦଶ ପରୀକ୍ଷା ରେଜଲ୍ଟ
Advertisement
Article Detail0/zeeodisha/odisha2258909

ମେ' ୨୬ରେ ବାହାରିବ ଦ୍ବାଦଶ ପରୀକ୍ଷା ରେଜଲ୍ଟ

ଗତ ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ଶେଷ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା ।

ମେ' ୨୬ରେ ବାହାରିବ ଦ୍ବାଦଶ ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର: ମଇ ୨୬ ତାରିଖ ରବିବାର ଦିନ ଅପରାହ୍ନ ସମୟରେ ପ୍ରକାଶ ପାଇବ ଦ୍ବାଦଶ ଶ୍ରେଣୀ ରେଜଲ୍ଟ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ଆସିବ । ଏନେଇ ସିଏଚଏସଇ ପକ୍ଷରୁ ଆଜି ସୂଚନା ଦିଆଯାଇଛି ।

ଏଥିସହ କୁହାଯାଇଛି ଯେ, ଫଳାଫଳ ଜାଣିବା ପାଇଁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ  www.orissaresults.nic.in ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିପାରିବେ । ନିଜର ରୋଲ ନମ୍ୱର ପ୍ରଦାନ କରିବା ପରେ ରେଜଲ୍ଟ ସମ୍ପର୍କରେ ଜାଣିପାରିବେ ।

ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ଶେଷ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା । ଚଳିତ ବର୍ଷ ମୋଟ ୩୮୬୨୫୦ ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେଇଛନ୍ତି।

Also Read- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଘଟଣା, ଗିରଫ ହେଲା ଅଭିଯୁକ୍ତ