Canada PM Justin Trudeau: ବିବାହ ୧୮ ବର୍ଷ ପରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ (Justin Trudeau) ତାଙ୍କ ପତ୍ନୀ ସୋଫିଙ୍କଠାରୁ (Sophie) ଅଲଗା ହୋଇଛନ୍ତି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ଟ୍ରୁଡୋ ଓ ତାଙ୍କ ପତ୍ନୀ ସୋଫି ସୋସିଆଲ ମିଡିଆରେ ଏହା ଘୋଷଣା କରିଛନ୍ତି । ସୋଫି ଗ୍ରେଗୋଏର୍ ଟ୍ରୁଡୋ ବର୍ତ୍ତମାନ ତାଙ୍କ ଘର ଟାଉନ୍ କ୍ୟୁବେକରେ ଅଛନ୍ତି । ସେ ଜଣେ ଟିଭି ସାମ୍ବାଦିକ ଭାବରେ କାର୍ଯ୍ୟ କରିସାରିଛନ୍ତି । କ୍ରମାଗତ ତିନିଟି ନିର୍ବାଚନ ସମୟରେ ସୋଫି ଏହି ଅଭିଯାନରେ ସ୍ୱାମୀ ଟ୍ରୁଡୋଙ୍କୁ ସମର୍ଥନ କରିଥିଲେ । ସେ ପ୍ରାୟତଃ ମହିଳାଙ୍କ ଅଧିକାର ଓ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଓକିଲାତି କରିଆସିଛନ୍ତି । ପିଏମ ଜଷ୍ଟିନ ଓ ସୋଫି ତିନି ସନ୍ତାନର ପିତାମାତା ଅଟନ୍ତି । ଟ୍ରୁଡୋ ପରିବାର ୨୦୧୮ ରେ ପ୍ରଥମ ଥର ପାଇଁ ଏକ ସରକାରୀ ଗସ୍ତରେ ଭାରତ ଆସିଥିଲେ ।


COMMERCIAL BREAK
SCROLL TO CONTINUE READING

ଟ୍ରୁଡୋ ଲେଖିଛନ୍ତି ଏହି ପୋଷ୍ଟ 
ଇନଷ୍ଟାଗ୍ରାମରେ ପିଏମ ଟ୍ରୁଡୋଙ୍କ ତରଫରୁ ଅଲଗା ହେବା କଥା ଘୋଷଣା କରାଯାଇଛି । ଟ୍ରୁଡୋ ଏକ ପୋଷ୍ଟରେ ଲେଖିଛନ୍ତି ଯେଉଁଥିରେ ସେ ଅନେକ କଥା କହିଛନ୍ତି । ଟ୍ରୁଡୋ ଲେଖିଛନ୍ତି, 'ସୋଫି ଓ ମୁଁ ଆପଣଙ୍କ ସହ ସତ୍ୟ ବାଣ୍ଟିବାକୁ ଚାହୁଁଁ ଯେ ଅନେକ ଯୁକ୍ତିଯୁକ୍ତ ଓ କଷ୍ଟଦାୟକ ଆଲୋଚନା ପରେ ସୋଫି ଓ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ସବୁଥର ପରି, ଆମେ ପରସ୍ପରକୁ ସମ୍ମାନ ଓ ଭଲପାଇବା ସହିତ ଏକ ଘନିଷ୍ଠ ପରିବାର ହୋଇ ରହିବୁ ଓ ଆମେ ଯାହା ନିର୍ମାଣ କରିଛୁ ତାହା ଉପରେ ନିର୍ମାଣ ଜାରି ରଖିବୁ । ' ଟ୍ରୁଡୋ ଆହୁରି ଲେଖିଛନ୍ତି, 'ପିଲାମାନଙ୍କର ଉନ୍ନତି ପାଇଁ ଆମେ ସମସ୍ତଙ୍କୁ ଆମର ଗୋପନୀୟତା ଓ ସେମାନଙ୍କର ସମ୍ମାନ କରିବାକୁ ଅନୁରୋଧ କରୁଛୁ ।'



ମେ' ୨୦୦୫ ରେ କରଥିଲେ ବିବାହ
ଏଥିସହିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ଯେ ଟ୍ରୁଡୋ ଓ ତାଙ୍କ ପତ୍ନୀ ସୋଫି ଅଲଗା ଅଛନ୍ତି । ଉଭୟ ଏକ ଆଇନଗତ ଚୁକ୍ତି ସ୍ୱାକ୍ଷର କରିଛନ୍ତି । କାର୍ଯ୍ୟାଳୟରୁ ଆସିଥିବା ବିୟାନ ଅନୁଯାୟୀ ଉଭୟ ଅଲଗା ହେବା ନିଷ୍ପତ୍ତି ନେବା ସହିତ, ଏହା ସହ ଜଡିତ ଆଇନଗତ ପ୍ରକ୍ରିୟା ସଠିକ୍ ଭାବରେ ଶେଷ ହୋଇଛି ବୋଲି ଉଭୟ ନିଶ୍ଚିତ କରିଛନ୍ତି । ୫୧ ବର୍ଷୀୟ ଟ୍ରୁଡୋ ଓ ୪୮ ବର୍ଷୀୟା ସୋଫି ମେ' ୨୦୦୫ ରେ ବିବାହ କରିଥିଲେ ।


କିପରି ଆରମ୍ଭ ହୋଇଥିଲା ଏମାନଙ୍କ ପ୍ରେମ କାହାଣୀ 
ଟ୍ରୁଡୋ ଓ ସୋଫି ପିଲାବେଳୁ ପରସ୍ପରକୁ ଜାଣିଥିଲେ । ସୋଫି ପିଏମ ଟ୍ରୁଡୋଙ୍କ ଭାଇ ମିସେଲଙ୍କ ସହ କ୍ଲାସରେ ପଢୁଥିଲେ । ସେଥିପାଇଁ ସେ ଯେତେବେଳେ ଛୋଟ ଥିଲେ, ସେ ପ୍ରାୟତଃ ଟ୍ରୁଡୋଙ୍କ ଘରକୁ ଆସୁଥିଲେ । ୨୦୦୩ ମସିହାରେ ଉଭୟ ପୁଣିଥରେ ଭେଟିଥିଲେ ଓ ଏଠାରୁ ସେମାନଙ୍କର ସମ୍ପର୍କ ଆରମ୍ଭ ହୋଇଥିଲା ।


ଏହା ବି ପଢ଼ନ୍ତୁ: Indian Railway: ଚଳନ୍ତା ଟ୍ରେନରେ ଯଦି କେହି ଗୁରୁତର ଅସୁସ୍ଥ ହୋଇଯାଆନ୍ତି ତେବେ କ'ଣ ହେବ? କିପରି ପାଇଥାନ୍ତି ଚିକିତ୍ସା


ଏହା ବି ପଢ଼ନ୍ତୁ: Passport Rules: ଦୁନିଆରେ ଏହି ୩ ଜଣ ଲୋକ ପାସପୋର୍ଟ ବିନା ଯେକୌଣସି ସ୍ଥାନକୁ ଯାଇପାରିବେ! ଆପଣ ଜାଣନ୍ତି କି ସେମାନଙ୍କ ବଷୟରେ?