ନୂଆଦିଲ୍ଲୀ: ଘାଟି ଅତିକ୍ରମ କରୁଥିବା ସମୟରେ ଭାରସ୍ୟାମ ହରାଇ ତଳକୁ ଖସିଲା କାର୍ । ଭୟଙ୍କର ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ସେଥିରେ ୫ ଶିଶୁ ଥିବା ସୂଚନା ମିଳିଛି । ଜମ୍ମ କଶ୍ମୀର ଅନନ୍ତନାଗରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ।


COMMERCIAL BREAK
SCROLL TO CONTINUE READING

ଖବର ମୁତାବକ, କାରଟି ଜମ୍ମୁର କିଶିତିୱାରରୁ ଆସୁଥିଲା । କିନ୍ତୁ ଡାକସୁମ ଘାଟି ଅତିକ୍ରମ କରିବା ସମୟରେ କାର୍ ଚାଳକ ଗାଡି ଉପରୁ ଭାରସ୍ୟାମ ହରାଇଥିଲେ । ଫଳରେ ଘାଟି ତଳକୁ ଖସିପଡିଥିଲା କାର୍ । ଦୃତ୍ତ ଗତିରେ ତଳକୁ ଖସିବା କାରଣରୁ କାରରେ ଥିବା ସମସ୍ତ ୮ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଥିସହ କାରଟି ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ମୃତକଙ୍କ ପରିଚୟ ମିଳିପାରିନଥିବା ସମୟରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଉଥିବା ସୂଚନା ମିଳିଛି ।


Also Read- ଦୁଇଥର ଗୋଟିଏ ବରକୁ ବିବାହ କଲେ, ପୁଣି ରାତାରାତି ଫେରାର୍ ହେଲେ କନ୍ୟା


Also Read- Top 10 News Today: ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକ ଖବର ସହ ଅନ୍ୟ ଅପଡେଟ୍