Top 10 News Today: ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକ ଖବର ସହ ଅନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2355734

Top 10 News Today: ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକ ଖବର ସହ ଅନ୍ୟ ଅପଡେଟ୍

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକ ଖବର ସହ ଅନ୍ୟ ଅପଡେଟ୍

Top 10 News Today:

01- ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରି ଆଳୁ ଯୋଗାଣ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛନ୍ତି।  ଆଲୋଚନାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ପଶ୍ଚିମ ବଙ୍ଗରୁ ଓଡ଼ିଶାକୁ ଆଳୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦରଦାମ ଅହେତୁକ ବୃଦ୍ଧି ପାଉଛି। ଏହାଦ୍ବାରା ରାଜ୍ୟର  ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ସେ ମମତା ବାନାର୍ଜୀଙ୍କୁ ଅନୁରୋଧ କରିଥିଲେ।

02- ଶନିବାର ନାଭି ମୁମ୍ବାଇରେ ଏକ ତିନି ମହଲା ବିଶିଷ୍ଟ କୋଠା " ଇନ୍ଦିରା ନିୱାସ " ଭୁଶୁଡ଼ି ପଡ଼ିଛି। କୋଠା ତଳେ ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ମହାରାଷ୍ଟ୍ରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ଶାହାବାଜ ଗ୍ରାମରେ ଏହି ଘଟଣା ଘଟିଛି। ପୁଲିସ, ଅଗ୍ନିଶମ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସକାଳ ପ୍ରାୟ ୫ଟା ସମୟରେ କୋଠାଟି ଭୁଶୁଡି ପଡିଥିଲା।

03- ପୁଣି ଥରେ କୁପୱାଡା, ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଏବଂ ସେନା କର୍ମଚାରୀଙ୍କ ମଧ୍ୟରେ ଏନକାଉଣ୍ଡର। କାମକରୀ ଅଞ୍ଚଳରେ ଏହି ଏନକାଉଣ୍ଡର ହୋଇଛି।ଏହି ଏନକାଉଣ୍ଟରରେ ତିନି ସେନା ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ଉଭୟ ପକ୍ଷରୁ ବହୁ ଗୁଳି ବିନିମୟ ହୋଇଥିଲା। ସେନା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆତଙ୍କବାଦୀଙ୍କ ଗୁଳିରେ ତିନିଜଣ ସେନା ଗୁରୁତର ଭାବେ ଆହତ ହୋଇଛନ୍ତି।

04- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ। ପ୍ରତିକ୍ରିୟାରେ ମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାର ଓ ବର୍ତ୍ତମାନ ସରକାର ମଧ୍ୟରେ ବହୁତ ତଫାତ ଅଛି। କୌଣସି ରାଜ୍ୟକୁ ଅବହେଳା କରାଯିବନି । ପ୍ରତି ରାଜ୍ୟକୁ ହକ୍‌ ଅନୁସାରେ ସବୁକିଛି ମିଳିବ।

05- ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ନୀତି ଆୟୋଗ ବୈଠକରୁ ଉଠି ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗକୁ ଅବହେଳା କରାଯାଉଥିବା ଅଭିଯୋଗ କରୁଥିଲେ ମମତା ।  ଅଧା ବୈଠକରୁ ଉଠି ଆସିବା ପରେ ଏହି ଖବର ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ମମତାଙ୍କୁ ମାତ୍ର ୫ମିନିଟ୍ କହିବାକୁ ସୁଯୋଗ ମିଳିଥିବା ଅଭିଯୋଗ।

06-  ରାଜଧାନୀ ଭୁବନେଶ୍ୱରରେ ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲାରେ ଖୋଳତାଡ଼ କରୁଛି ପୋଲିସ । ମଧୁମିତାଙ୍କ ସ୍ବାମୀ ଶ୍ରୀଧର ଜେନାଙ୍କ ମୋବାଇଲକୁ ଜବତ କରାଯିବା ପରେ ଏହାକୁ ବର୍ତ୍ତମାନ ଫୋରେନସିକ ଲ୍ୟାବକୁ ପଠାଇବ କମିଶନରେଟ୍ ପୋଲିସ । କେତେ ଝିଅଙ୍କ ସହ ଶ୍ରୀଧରର ସଂପର୍କ ଥିଲା ତାହା ମୋବାଇଲରୁ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

07- କମିଶନରେଟ ପୋଲିସକୁ ବଡ଼ ସଫଳତା । ବାୱାରିଆ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । ଗ୍ୟାଙ୍ଗର ମୁଖ୍ୟ ରାମ କୁମାରକୁ ଗିରଫ କରିଛି ସ୍ପେଶାଲ ସ୍କ୍ବାଡ । ରାମ କୁମାରର ଘର ୟୁପିରେ ବୋଲି ଜଣାପଡିଛି । ଗିରଫ ଲୁଟେରା ଠାରୁ ୨ଟି ସୁନା ଚେନ୍ ସମେତ ଗୋଟିଏ ବାଇକ ଜବତ କରିଛି ପୋଲିସ ।

08- ଜୁଲାଇ ୨୮ (ରବିବାର) ଦିନ ହୀରାକୁଦରେ ପ୍ରଥମ କରି ବନ୍ୟା ଜଳ ନିଷ୍କାସନ କରାଯିବ । ସେଥିପାଇଁ ମହାନଦୀ ଅବବାହିକାରେ ସତର୍କ ସୂଚନା ଜାରି କରାଯାଇଛି । ସେଦିନ ସକାଳୁ ପୂଜାର୍ଚନା ସହ ସାତ ନମ୍ବର ଗେଟ ଦେଇ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ନଦୀ ବନ୍ଧର ମୁଖ୍ୟ ଯନ୍ତ୍ରୀ ଇଞ୍ଜିନିଅର ସୁଶୀଲ କୁମାର ବେହେରା ।

09- ମାଲକାନଗିରି କୋରୁକୋଣ୍ଡା ବ୍ଲକ ନାକାମାମୁଡି ବାୟାପଡ଼ା ଘାଟିରେ ଭୂସ୍ଖଳନ ହୋଇଛି । ଫଳରେ ୧୮ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଲଗାଣ ବର୍ଷା କାରଣରୁ ତୁମ୍ବାପଦର ନିକଟରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଲୋକମାନେ ବିପଦପୂର୍ଣ୍ଣ କାଠ ପୋଲରେ ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି ।

10- ଆଗାମୀ ଚାରି ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଉତ୍ତର ଓ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚିଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ସୋନପୁର, ବରଗଡ଼, କଟକ ଓ ନୟାଗଡ଼କୁ ୟେଲୋ ଜୋନରେ ରଖିଥିବାରୁ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

Also Read- Shukra Gochar 2024: ଜୁଲାଇ ୩୧ ପରେ, ଏହି ରାଶିର ବ୍ୟକ୍ତିଙ୍କ ଜୀବନ ହେବ ସୁଖମୟ

Also Read- ବନ୍ୟାକୁ କେମିତି ନିୟନ୍ତ୍ରଣ କରୁଛି ହୀରାକୁଦ ଡ୍ୟାମ? ଜାଣନ୍ତୁ ବିସ୍ତୃତ ତଥ୍ୟ