ଭୁବନେଶ୍ୱର (ଦେବବ୍ରତ ରାୟ): ଗଣ ପର୍ବ ଛଟ୍ ପୂଜା (Chhat Puja) ପାଇଁ ଉତ୍ସବ ମୁଖର ସାରା ଦେଶ । ଭୁବନେଶ୍ୱର (Bhubaneswar) ମଧ୍ୟ ଧୁମଧାମରେ ଶେଷ ହେଇଛି ଛଟ ପୂଜା। ପରିବାରର ଓ ସନ୍ତାନସନ୍ତତିଙ୍କର ଶୁଭ ମନାସି ଗୃହିଣୀମାନେ ଏହି ବ୍ରତ ରଖିଥାନ୍ତି।


COMMERCIAL BREAK
SCROLL TO CONTINUE READING

ପୂଣ୍ୟ କାର୍ତ୍ତିକ ମାସର (Kartik Month) ଶୁକ୍ଳପକ୍ଷ ଷଷ୍ଠୀ ତିଥି ସନ୍ଧ୍ୟାରେ ଅସ୍ତଗାମୀ ସୂର୍ଯ୍ୟ ଓ ସପ୍ତମୀ ସକାଳେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ଏହି ପୂଜାର ମୂଳ ବିଧି। ବ୍ରତ ପାଳନ ସମୟରେ ଘରର ମହିଳା ଓ ପୁରୁଷମାନେ ଉଭୟ ନିର୍ଜଳା ଉପବାସ ରଖି ସୂର୍ଯ୍ୟ ଦେବତାଙ୍କ ପାଖରେ ନିଜ ପରିବାରର ମଙ୍ଗଳ କାମ କରିଥାନ୍ତି। ଆଜି ସକାଳୁ ଭୁବନେଶ୍ୱର କୁଆଖାଇ ନଦୀ ପଠାରେ ଶହଶହ ବିହାରୀ ସମ୍ପ୍ରଦାୟର ଭାଇ ଭଉଣୀମାନେ ନାନା ପ୍ରକାର ଫଳ ଓ ପ୍ରସାଦ ଧରି ନଦୀ ଘାଟରେ ପହଁଚି ଥିଲେ। ବ୍ରତଧାରୀ ମହିଳାମାନେ ବିଭିନ୍ନ ଫଳ ମୂଳ କୁଲାରେ ରଖି ସୂର୍ଯ୍ୟ ଦେବତାଙ୍କୁ ସମର୍ପଣ କରିଥାନ୍ତି।


ଏଥିପାଇଁ ଭୁବନେଶ୍ୱର ମଞ୍ଚେଶ୍ୱର ନିକଟ ବାଲିଯାତ୍ରା ପଡ଼ିଆରେ ବିଶ୍ୱାସ ସମାଜିକ ସଂଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ବିଗତ ୨୧ ବର୍ଷ ଧରି ଭୁବନେଶ୍ୱରରେ ଛଟ ପୂଜା କମିଟି ଓ ବିଶ୍ୱାସ ସହଯୋଗରେ ଏହି ପର୍ବ ଆୟୋଜିତ ହୋଇ ଆସୁଛି। ରାଜ୍ୟରେ ଶିଳ୍ପ ସଂସ୍ଥା ଗୁଡିକ ପ୍ରତିଷ୍ଠା ହେବାପରେ ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ଉତ୍ତରାଞ୍ଚଳ ଅନେକ ଲୋକ ଓଡ଼ିଶାରେ ବସବାସ କରିବା ପରେ ଏହି ପର୍ବ ଓଡ଼ିଶାର ବେଶ ପରିଚିତ ହୋଇଛି।


ଆଜି ସକାଳୁ ଛଟ ପୂଜାରେ ସୂର୍ଯ୍ୟ ଦେବତା ଓ ଛଟି ପରମେଶ୍ୱରୀ ମାତାଙ୍କୁ ପୂଜା କରାଯାଇଛି ଏହି ପୂଜା ମୁଖ୍ୟତଃ ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ ,ମଧ୍ୟପ୍ରଦେଶ ପାଳନ କରାଯାଇଥାଏ। ଏହି ପର୍ବ ପାଳନ କଲେ ପରିବାର ସୁଖ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି। ନଦୀରେ ବୁଡ଼ ପକାଇ ଶ୍ରଦ୍ଧାଳୁ ବେଶ ଧୁମଧାମରେ ପୂଜାର୍ଚ୍ଚନା କରିଛନ୍ତି। ଆଜି ହେଉଛି ଛଟ୍‌ ପୂଜାର ଅନ୍ତିମ ଦିବସ। ବଭିନ୍ନ ଜଳାଶୟରେ ଏନେଇ ଭକ୍ତଙ୍କ ସମାଗମ ହୋଇଛି। ଏହି କଠୋର ବ୍ରତ ପାଳନର ଉଦ୍ଧେଶ୍ୟ ହେଉଛି ସ୍ୱାମୀଙ୍କ ଦୀର୍ଘ ଆୟୁ ସହିତ,ପୁତ୍ର ସନ୍ତାନ ପ୍ରାପ୍ତି ,ସପରିବାର ମଙ୍ଗଳ କାମନା ପାଇଁ ସକାଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କୁ ପାଇଁ ବ୍ୟବହାର ଆରାଧନା କରିବା।


ଗଣ ପର୍ବ ଛଟ ଆମ ଭାରତୀୟ ପରମ୍ପରା ଏକ ଅନନ୍ୟ ପର୍ବ ଅଟେ। ବାହାର ରାଜ୍ୟ ପରି ଆମ ରାଜ୍ୟରେ ଏହି ପର୍ବ ଧୀରେଧୀରେ ବେଶ ପରିଚିତ ହେବା ସହ ବେଶ ଧୂମଧମରେ ପାଳନ ହେଉଛି। 


ଅଧିକ ପଢନ୍ତୁ: T20 World Cup 2022: ବିରାଟ କୋହଲିଙ୍କ ପାଇଁ ୧୧ ରନ୍ ଯଥେଷ୍ଟ, ପର୍ଥରେ କଲେ ବଡ ରେକର୍ଡ


ଅଧିକ ପଢନ୍ତୁ: Dhamnagar Bypoll 2022: ବଢୁଛି ରାଜନୀତିର ପାରା, ଛକାପଞ୍ଜାରେ ଅନ୍ଧାରି ବିଜେ


ଅଧିକ ପଢନ୍ତୁ: LAC ରେ ଗାଲୱାନ୍ ପରି ଆକ୍ରମଣ କରିବାକୁ ଆଉ ସାହସ କରିବ ନାହିଁ ଚୀନ୍, ଭାରତ ନେଲା ବଡ଼ ନିଷ୍ପତ୍ତି