Dhamnagar Bypoll 2022: ବଢୁଛି ରାଜନୀତିର ପାରା, ଛକାପଞ୍ଜାରେ ଅନ୍ଧାରି ବିଜେ
Advertisement
Article Detail0/zeeodisha/odisha1417144

Dhamnagar Bypoll 2022: ବଢୁଛି ରାଜନୀତିର ପାରା, ଛକାପଞ୍ଜାରେ ଅନ୍ଧାରି ବିଜେ

Dhamnagar Bypoll Update: ଧାମନଗର ଉପନିର୍ବାଚନ ଫଳାଫଳ ଯଦି ଶାସକ ବିଜେଡି ସପକ୍ଷରେ ନ ଯାଏ, ତେବେ ରାଜ୍ୟରେ ହେବାକୁ ଥିବା ଆଗାମୀ ୨୦୨୪ ବିଧାସଭା ନିର୍ବାଚନକୁ ଏହା ଅଧିକ ପ୍ରଭାବ ପକାଇବ ବୋଲି ରାଜନୀତି ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି ।

ସୌ: ସୋସିଆଲ ମିଡିଆ

Dhamnagar Bypoll 2022: ଧାମନଗର ଉପନିର୍ବାଚନରେ ମତଦାନ ପାଇଁ ଭୋଟ ପଡ଼ିବାକୁ ଆଉ ମାତ୍ର ତିନିଦିନ ବାକି ଅଛି । ଆସନ୍ତା ୩ ନଭେମ୍ବର ଅର୍ଥାତ ଗୁରୁବାର ଦିନ ଭୋଟ ଗ୍ରହଣ ହେବ । ଉପନିର୍ବାଚନ ପାଇଁ ଧାମନଗର ନିର୍ବାଚନ ମଣ୍ଡଳୀ ବର୍ତ୍ତମାନ ଉଠୁଛି ଆଉ ପଡୁଛି । ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳ ମଧ୍ୟରେ ଲଢେଇ ସେତିକି ତୀବ୍ର ହେବାରେ ଲାଗିଛି । ଏହା ସହ ଧାମନଗର ଉପନିର୍ବାଚନରେ ଟଙ୍କା ବଣ୍ଟା ରାଜନୀତି ମଧ୍ୟ ଯୋର ଧରିଛି । ସମସ୍ତ ଦଳ ମଧ୍ୟ ପରସ୍ପର ମଧ୍ୟରେ ଟଙ୍କା ବଣ୍ଟା ଅଭିଯୋଗ କରୁଛନ୍ତି । ଏହାକୁ ନେଇ ଅନେକ ଭିଡ଼ିଓ ମଧ୍ୟ ଭାଇରଲ ହେଉଛି ।

ବିଜେପି ମଧ୍ୟ ଶାସକ ଦଳ ବିଜେଡିକୁ ଟାର୍ଗେଟ କରୁଥିବା ବେଳେ, କଂଗ୍ରେସ ଉଭୟ ବିଜେପି ଓ ବିଜେଡି ଦଳ ଉପରେ ଟଙ୍କା ବାଣ୍ଟିବାକୁ ନେଇ ଆରୋପ ଲଗାଇଛି । ବିଜେଡ଼ି ମଧ୍ୟ ବିଜେପି ବିରୋଧରେ ନିର୍ବାଚନ କମିଶନ ପାଖରେ  ଅଭିଯୋଗ କରିଛି । ସେପଟେ ଧାମନଗର ଉପନିର୍ବାଚନ ନେଇ ଭଦ୍ରକ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରାଜ୍ୟ ରାଜନୀତି ଉଷ୍ମ ରହିଛି ।

ଧାମନଗର ଉପନିର୍ବାଚନ ଶାସକ ବିଜେଡି ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିବା ବେଳେ, ବିଜେପି ଦଳ ପାଇଁ ଏକ ଆତ୍ମ ସମ୍ମାନର ବିଷୟ । ସମପରି ଦେଶର କଂଗ୍ରେସ ସଭାପତି ବଦଳିବା ପରେ କଂଗ୍ରେସ ମଧ୍ୟ ଦୃଢ଼ ବିଶ୍ୱାସୀ ରହିଛି । ଯଦି ଏହି ନିର୍ବାଚନ ଫଳାଫଳ ଶାସକ ବିଜେଡି ସପକ୍ଷରେ ନ ଯାଏ ତେବେ ରାଜ୍ୟରେ ହେବାକୁ ଥିବା ଆଗାମୀ ୨୦୨୪ ବିଧାସଭା ନିର୍ବାଚନକୁ ଏହା ଅଧିକ ପ୍ରଭାବ ପକାଇବ ବୋଲି ରାଜନୀତି ବିଶେଷଜ୍ଞ ମାନେ ଚର୍ଚ୍ଚା କରୁଛନ୍ତି । ସମପରି ବିଜେପି ମଧ୍ୟ ନିଜ ଗଡକୁ ବଞ୍ଚାଇବା ସମସ୍ତ ଚେଷ୍ଟା କରୁଛି । କଂଗ୍ରେସ ମଧ୍ୟ ରାଜ୍ୟର ନିଜ ଦୃଢ଼ତା ଦେଖାଇବାକୁ ଚେଷ୍ଟା କରୁଛି ।

ଭଦ୍ରକ ଜିଲ୍ଲାର ତହିଡି ବ୍ଲକରେ ରାଜନୈତିକ ମାହୋଲ ବର୍ତ୍ତମାନ ସରଗରମ ରହିଛି, କାରଣ ଧାମନଗର ଉପନିର୍ବାଚନ ପାଇଁ ଏହି ବ୍ଲକରୁ ଅଛନ୍ତି ୩ ଜଣ ପ୍ରମୁଖ ପ୍ରାର୍ଥୀ ରହିଛନ୍ତି । କାଁପଡା ପଂଚାୟତରୁ ସ୍ୱାଧୀନ ଭାବେ ରାଜେନ୍ଦ୍ର ଦାଶ (ରାଜୁ ଦାସ), ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ନିର୍ବାଚନ ମୈଦାନରେ ଥିବାବେଳେ ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କ ଘର ବି ତିହିଡି ବ୍ଲକ୍ ମଙ୍ଗରାଜପୁର ଗ୍ରାମରେ । ତେଣୁ ରହି ବ୍ଲକରେ ସବୁଠାରୁ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି ।

ଧାମନଗର ଉପନିର୍ବାଚନ ହେବାକୁ ଆଉ ମାତ୍ର କିଛି ଦିନ ବାକିଥିବାରୁ ଏହି ନିର୍ବାଚନ ମଣ୍ଡଳୀରେ ବଡ଼ ବଡ଼ ରାଜାନେତାଙ୍କ ଗହଳିଚହଳି ଦେଖିବାକୁ ମିଳୁଛି । କଂଗ୍ରେସ ତରଫରୁ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ କ୍ୟାମ୍ପେନ୍ କରୁଥିବା ବେଳେ, ବିଜେଡ଼ି ତରଫରୁ ବିଭିନ୍ନ ପଂଚାୟତରେ ମନ୍ତ୍ରୀ ପ୍ରୀତିରଂଜନ ଘଡେଇ, ସାଂସଦ ସୁଲତା ଦେଓ ବି ଜୋରଦାର ପ୍ରଚାର ଚଳାଇଛନ୍ତି, ସମପରି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପାଇଁ ବର୍ତ୍ତମାନ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରକୁ ଆହୁରି ଜୋରଦାର କରିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି । ରାଜୁ ଦାସ ବିଜେଡି ଖେଳ ବିଗାଡି ଥିବା ବେଳେ ଏହା ବିଜେପିକୁ ଲଭମାନ କରିବ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି । ତେବେ ରାଜ୍ୟ ମୁଖିଆ ନବୀନ ଆଗାମୀ ଭର୍ଚୁଆଲ୍ ରାଲି କେତେ ବିଜେଡିକୁ ଲାଭ ଦେବ ତାହା ଫଳାଫଳ ପରେ ଜଣାପଡିବ ।