LPG Price: ନୂଆଦିଲ୍ଲୀ: ଅଗଷ୍ଟ ମାସର ପ୍ରଥମ ଦିନ ଏବଂ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ଏକ ବଡ଼ ହ୍ରାସ କରିଛନ୍ତି। ଜୁଲାଇରେ ମୂଲ୍ୟ ବୃଦ୍ଧି ପରେ ସିଲିଣ୍ଡର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳୁଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧ ଅଗଷ୍ଟ ସକାଳେ ବ୍ୟାବସାୟିକ ସିଲିଣ୍ଡର (ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ) ପିଛା ୧୦୦ ଟଙ୍କା ହ୍ରାସ କରିଛନ୍ତି। ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ପାଇଁ ବର୍ତ୍ତମାନ ୧୬୮୦ ଟଙ୍କା ଦେବାକୁ ପଡିବ। ଏହାପୂର୍ବରୁ ଏଥିପାଇଁ ୧୭୮୦ ଟଙ୍କା ଦେବାକୁ ପଡୁଥିଲା। ତେବେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।


COMMERCIAL BREAK
SCROLL TO CONTINUE READING

ଆଜିଠାରୁ ଲାଗୁ ହେବ ନୂଆ ଦର
ବ୍ୟାବସାୟିକ ଗ୍ୟାସ ସିଲିଣ୍ଡରର ନୂତନ ହାର ୧ ଅଗଷ୍ଟରୁ ଲାଗୁ କରାଯାଇଛି। ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥିପାଇଁ ରାଜଧାନୀ ଦିଲ୍ଲୀରେ ପୂର୍ବ ପରି ୧୧୦୩ ଟଙ୍କା ଦେବାକୁ ପଡିବ। ଦିଲ୍ଲୀରେ ବ୍ୟାବସାୟିକ ଗ୍ୟାସ ସିଲିଣ୍ଡର ୧୭୮୦ ରୁ ୧୬୮୦ ଟଙ୍କାକୁ ଖସି ଆସିଛି। କୋଲକାତାରେ ପୂର୍ବ ୧୮୯୫.୫୦ ଟଙ୍କା ପରିବର୍ତ୍ତେ ବର୍ତ୍ତମାନ ୧୮୦୨.୫୦ ଟଙ୍କା ଦେବାକୁ ପଡିବ। ସେହିଭଳି ମୁମ୍ବାଇରେ ଏହା ୧୭୩୩.୫୦ ଟଙ୍କାରେ ଉପଲବ୍ଧ ଥିଲା, ଯାହା ବର୍ତ୍ତମାନ ୧୬୪୦.୫୦ ଟଙ୍କାରେ ଉପଲବ୍ଧ ହେବ। ସେହିପରି ଚେନ୍ନାଇରେ ମୂଲ୍ୟ ୧୯୪୫.୦୦ ରୁ ୧୮୫୨.୫୦ ଟଙ୍କାକୁ ଖସି ଆସିଛି।


ସେପଟେ କିନ୍ତୁ ଘରୋଇ ଗ୍ୟାସ ୧୪.୨ କିଲୋଗ୍ରାମ ଟାଙ୍କି ପିଛା କୌଣସି ପରିବର୍ତ୍ତନ କରିନାହାନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ଏହି ଗ୍ୟାସ ଟାଙ୍କି ୧୧୦୩ ଟଙ୍କାରେ ବିକ୍ରି ହେଉଛି। ଏହି ଟାଙ୍କି ଉପରେ ଗତ ମାର୍ଚ୍ଚ ପହିଲାରେ ଶେଷ ଥର ପାଇଁ ଦରରେ ପରିବର୍ତ୍ତନ ହୋଇଥିଲା। ଏହା ପୂର୍ବରୁ ୨୦୨୨ ଜୁଲାଇରେ ପରିବର୍ତ୍ତନ ହୋଇଥିଲା। ସେହି ସମୟରେ ଏହି ଟାଙ୍କି ୧୦୫୩ ଟଙ୍କାରେ ବିକ୍ରି ହେଉଥିଲା ଯାହା ବର୍ତ୍ତମାନ ୧୧୦୩ ଟଙ୍କାରେ ବିକ୍ରି ହେଉଛି। 


ଯଦି ଆପଣ ଗ୍ୟାସ ଦର ସମ୍ପର୍କରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆପଣ https://iocl.com/price-of-petroleum-products ଲିଙ୍କରେ କ୍ଲିକ କରି ଜାଣିପାରିବେ। ଇଣ୍ଡିଆନ ଅଏଲର ସରକାରୀ ଓ୍ୱେବସାଇଟରେ ଏଲପିଜି ଦର ସମ୍ପର୍କିତ ସୂଚନା ପାଇପାରିବେ। 


Also Read: Guru Vakri 2023: ଗୁରୁଙ୍କ ଓଲଟା ଚଳନ, ଅଗଷ୍ଟରେ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ବର୍ଷିବ ଧନସମ୍ପତ୍ତି


Also Read: Horoscope Today Aug 1 2023: ଦୂରଯାତ୍ରା ସହ ମିଳିବ ଶୁଭଫଳ! ଜାଣନ୍ତୁ କେମିତି କଟିବ ଆପଣଙ୍କ ମଙ୍ଗଳବାର


Also Read: Ashes 2023: ଆଶେସ୍ ସିରିଜର ଅନ୍ତିମ ଟେଷ୍ଟ ମ୍ୟାଚରେ କଙ୍ଗାରୁ ଦଳକୁ ହରାଇଲା ଇଂଲଣ୍ଡ