Ashes 2023: ଆଶେସ୍ ସିରିଜର ଅନ୍ତିମ ଟେଷ୍ଟ ମ୍ୟାଚରେ କଙ୍ଗାରୁ ଦଳକୁ ହରାଇଲା ଇଂଲଣ୍ଡ
Advertisement

Ashes 2023: ଆଶେସ୍ ସିରିଜର ଅନ୍ତିମ ଟେଷ୍ଟ ମ୍ୟାଚରେ କଙ୍ଗାରୁ ଦଳକୁ ହରାଇଲା ଇଂଲଣ୍ଡ

AUS vs ENG: ଇଂଲଣ୍ଡ ଦଳ ଆଶେସ୍ ସିରିଜର ଶେଷ ଟେଷ୍ଟ ଜିତି ନେଇଛି । ଏହି ବିଜୟ ସହିତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ୨-୨ ପଏଣ୍ଟରେ ଇଂଲଣ୍ଡ ଶେଷ କରଛି । ମ୍ୟାଚର ଶେଷ ଦିନରେ ଇଂଲଣ୍ଡ ବୋଲରମାନେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଅଷ୍ଟ୍ରେଲିଆକୁ ଅଲ୍ ଆଉଟ୍ କରି ଦେଇଛନ୍ତି ।

ସୌ: ସୋସିଆଲ ମିଡିଆ

AUS vs ENG, Ashes 2023: ବର୍ଷା ପ୍ରଭାବିତ ଆଶେସ ସିରିଜର ପଞ୍ଚମ ଟେଷ୍ଟକୁ ଇଂଲଣ୍ଡ (England) ଜିତି ନେଇଛି । ଏକ ସମୟରେ ମ୍ୟାଚ୍ ଅଷ୍ଟ୍ରେଲିଆ (Australia) ହାତରେ ଥିଲା । କିନ୍ତୁ ଇଂଲଣ୍ଡ ବୋଲରମାନେ ନିଜ ଦଳକୁ ୪୯ ରନରେ ବିଜୟ ଦେଇ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ । ଇଂଲଣ୍ଡର ଏହି ବିଜୟ ସହିତ ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ୨-୨ ରେ ଶେଷ ହୋଇଛି । ତେବେ ଡିଫେଣ୍ଡିଂ ଚାମ୍ପିଅନ୍ ପାଇଁ ଆଶେସ୍ ଟ୍ରଫି ଅଷ୍ଟ୍ରେଲିଆ ପାଖରେ ରହିବ । ଷ୍ଟୁଆର୍ଟ ବ୍ରଡ (Stuart broad) ନିଜର ଶେଷ ଟେଷ୍ଟ ଖେଳି ଅଷ୍ଟ୍ରେଲିଆର ଇନିଂସର ଶେଷ ଦୁଇଟି ୱିକେଟ୍ ନେଇଥିଲେ । ସେ ୬୦୪ ୱିକେଟ୍ ନେଇ ନିଜ ଟେଷ୍ଟ କ୍ୟାରିୟରକୁ ବିରାମ ଦେଇଛନ୍ତି ।

୩୦ ରନ ସ୍କୋର କରି ୫ ୱିକେଟ୍ ହରାଇଥିଲା ଅଷ୍ଟ୍ରେଲିଆ
ଅଷ୍ଟ୍ରେଲିଆ ଦଳ ଏକ ସମୟରେ ଜିତିବା ପାଇଁ ୧୨୦ ରନ୍ ଆବଶ୍ୟକ କରୁଥିଲା ଓ ଦଳ ହାତରେ ୭ ୱିକେଟ୍ ବାକି ଥିଲା । ଏଠାରୁ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରିଥିଲା । ପରବର୍ତ୍ତୀ ୩୦ ରନ୍ କରିବାକୁ ଯାଇ ଅଷ୍ଟ୍ରେଲିଆ ଦଳ ନିଜର ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା । ଏଥିରେ ଷ୍ଟିଭ୍ ସ୍ମିଥ୍ ଓ ଟ୍ରାଭିସ୍ ହେଡ୍ ମଧ୍ୟ ସାମିଲ ହୋଇଥିଲେ, ଯେଉଁମାନେ କ୍ରିଜରେ ପୂର୍ବରୁ ସେଟ୍ ହୋଇସାରିଥିଲେ । ମୋଏନ୍ ଅଲି ଓ କ୍ରିସ୍ ୱୁକଙ୍କ ସାଂଘାତିକ ବୋଲିଂ ଜବାବରେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନଙ୍କ ପାଖରେ କୌଣସି ଉତ୍ତର ନଥିଲା ।

ମଧ୍ୟାହ୍ନ ଭୋଜନ ପରେ ଲଗାତାର ବର୍ଷା ହେଉଥିଲା ଓ ଏହି କାରଣରୁ ଟି’ବ୍ରେକ୍ ମଧ୍ୟ ଶୀଘ୍ର ନିଆଯାଇଥିଲା । ମଧ୍ୟାହ୍ନ ଭୋଜନରେ ଅଷ୍ଟ୍ରେଲିଆର ସ୍କୋର ତିନି ୱିକେଟ୍ ହରାଇ ୨୩୮ ରନ୍ ଥିଲା । କିନ୍ତୁ ଏହା ପରେ ଯେତେବେଳେ ଖେଳ ଆରମ୍ଭ ହେଲା, ଇଂଲଣ୍ଡ ବୋଲରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ ।

ଶୀଘ୍ର ଆଉଟ୍ ହୋଇ ଯାଇଥିଲେ ୱାର୍ଣ୍ଣର ଓ ଖାୱାଜା 
ଅଷ୍ଟ୍ରେଲିଆ ବିନା ୱିକେଟ୍ ହରାଇ ୧୩୫ ରନରୁ ଆଜିର ଦିନ ଆରମ୍ଭ କରିଥିଲା । ସକାଳ ଶେସନରେ ବଲ୍ ସିମ୍ ଓ ସୁଇଙ୍ଗ୍ କରୁଥିଲା । ଏହାର ସୁଯୋଗ ନେଇ କ୍ରିସ୍ ୱୁକସ୍ ଓପନର୍ ଡେଭିଡ୍ ୱାର୍ଣ୍ଣର ଓ ଉସମାନ ଖାୱାଜାଙ୍କୁ  ଆଉଟ୍ କରି ପ୍ୟାଭିଲିୟନକୁ ପଠାଇ ଦେଇଥିଲେ । ଇଂଲଣ୍ଡ ମାଟିରେ ନିଜର ଶେଷ ଇନିଂସରେ ୬୦ ରନ୍ ସ୍କୋର କରିବା ପରେ ୱାର୍ଣ୍ଣର ୱିକେଟ୍ ରକ୍ଷକ ଜନି ବେୟାରଷ୍ଟୋଙ୍କୁ ହାତରେ କ୍ୟାଚ୍ ହୋଇଥିଲେ । ଜାନୁଆରୀରେ ସିଡନୀରେ ପାକିସ୍ତାନ ବିପକ୍ଷ ଟେଷ୍ଟ ପରେ ବାମହାତୀ ବ୍ୟାଟ୍ସମ୍ୟାନ୍ ଅବସର ନେବାକୁ ଇଚ୍ଛା ପ୍ରକାଶ କରିସାରିଛନ୍ତି ।

ଏହାପରେ ପରେ ଖାୱାଜା lbw ଆଉଟ୍ ହୋଇଥିଲେ । ସେ ୭୨ ରନ୍ ସ୍କୋର କରିଥିଲେ।  ଖାୱାଜା DRS ର ସାହାଯ୍ୟ ନେଇଥିଲେ କିନ୍ତୁ ନିଷ୍ପତ୍ତି ତାଙ୍କ ବିରୁଦ୍ଧରେ ଯାଇଥିଲା । ଫାଷ୍ଟ ବୋଲର ମାର୍କ ୱୁୃଡ୍ ପରେ ମାର୍ନସ୍ ଲାବୁଶେନ୍ (୧୩) ଦ୍ୱିତୀୟ ସ୍ଲିପ୍‌ରେ ଜ୍ୟାକ୍ କ୍ରୋଲେଙ୍କ ଦ୍ୱାରା କ୍ୟାଚ୍ କରାଇଥିଲା ।

ଏହା ବି ପଢ଼ନ୍ତୁ: IND Vs IRE: ଆୟର୍ଲାଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଦଳର ନେତୃତ୍ୱ ନେବେ ଜସପ୍ରୀତ ବୁମ୍ରା

ଏହା ବି ପଢ଼ନ୍ତୁ: Sania Mirza-Shoaib Malik: ଛାଡପତ୍ର ଦେବେ ସାନିଆ ମିର୍ଜା ଓ ଶୋଏବ ମଲିକ? ଇନଷ୍ଟାଗ୍ରାମ ବାୟୋରେ ସ୍ପଷ୍ଟ ହେଲା ମାମଲା