December 31: ନୂଆଦିଲ୍ଲୀ: ବର୍ଷର ଶେଷ ହେବାକୁ ଆଉ ହାତଗଣିତ ଦିନ ବାକି ରହିଛି। କିଛି ଦିନ ପରେ ବିଦାୟ ନେବ ୨୦୨୩। ଦେବେ ଡିସେମ୍ବର ୩୧ ତାରିଖ ବର୍ଷର ଶେଷ ଦିନ ହେବା ସହିତ ଅନେକ ଗୁଡ଼ିଏ ଗୁରୁତ୍ତ୍ୱପୂର୍ଣ୍ଣ କାମ ପାଇଁ ମଧ୍ୟ ଡେଡଲାଇନ ରହିଛି। ଯଦି ଆପଣ ୩୧ ଡିସେମ୍ବର ସୁଦ୍ଧା ଇନକମ ଟ୍ୟାକ୍ସ ରିଟର୍ଣ୍ଣ (ITR), ଲକର ଚୁକ୍ତି, ମ୍ୟୁଚୁଆଲ୍ ଫଣ୍ଡ ଆକାଉଣ୍ଟରେ ନାମାଙ୍କନ ଦାଖଲ କରିବା ସହିତ ଆବଶ୍ୟକ କାର୍ଯ୍ୟ ସମାପ୍ତ ନକରନ୍ତି, ତେବେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।


COMMERCIAL BREAK
SCROLL TO CONTINUE READING

ଅପଡେଟ ITR
ଆୟକର ଭରିବା ପାଇଁ ଶେଷ ତାରିଖ ଚଳିତ ବର୍ଷର ୩୧ ଜୁଲାଇ ତାରିଖକୁ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଆପଣ ଯଦି ଏହାକୁ ଭରି ନାହାନ୍ତି ତେବେ ଆପଣ ୨୦୨୨-୨୩ ଆର୍ଥିକ ବର୍ଷ ଡିସେମ୍ବର ୧ ତାରିଖ ସୁଦ୍ଧା ଜୋରିମନା ସହିତ ବିଳମ୍ବିତ ଆୟକର ରିଟର୍ଣ୍ଣ ମଧ୍ୟ ଆପଣ ଭରି ପାରିବେ। ଆପଣଙ୍କ ବାର୍ଷିକ ଆୟ ୫ ଲକ୍ଷରୁ ଯଦି ଅଧିକ ରହିଛି ତେବେ ଆପଣ ୫ ହଜାର ଟଙ୍କା ଜୋରିମନା ଦେଇ ଆୟକର ରିଟର୍ଣ୍ଣ ଫାଇଲ କରିପାରିବେ। ସେହିପରି ଆପଣଙ୍କର ବାର୍ଷିକ ଆୟ ଯଦି  ୫ ଲକ୍ଷରୁ କମ ରହିଛି ତେବେ ଆପଣ ୧ ହଜାର ଟଙ୍କା ଜୋରିମନା ଦେଇ ଆଇଟିଆର ଫାଇଲ କରିପାରିବେ। 


ମ୍ୟୁଚୁଆଲ ଫଣ୍ଡ ନାମାଙ୍କର
ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ୩୧ ଡିସେମ୍ବର ୨୦୨୩ ପୂର୍ବରୁ ନିଜର ଆକାଉଣ୍ଟରେ ନୋମିନିଙ୍କୁ ଯୋଡ଼ିବା ବାଧ୍ୟତାମୂଳକ ରହିଛି। ଯଦି ଏପରି ଆପଣ କରୁନାହାନ୍ତି ତେବେ ଆପଣଙ୍କ ଆକାଉଣ୍ଟ ଖାରଜ ହୋଇଯାଇପାରେ। 


ଅନଲାଇନ ପେମେଣ୍ଟ
ଆପଣ ଯଦି ଅନଲାଇନ ପେମେଣ୍ଟ ଉପରେ ନିର୍ଭର କରୁଛନ୍ତି ଅବା ଗୁଗୁଲ ପେ, ଫୋନ ପେ ଓ ପେଟିଏମକୁ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା ରହିଛି। ବିଗତ ଏକ ବର୍ଷ ଧରି ଆପଣ ଏହି ସବୁ ଆପ ବ୍ୟବହାର କରୁନାହାନ୍ତି ତେବେ ଏହି ଅନଲାଇନ ପେମେଣ୍ଟ ଆପକୁ ଖାରଜ ହୋଇଯାଇପାରେ। ଏକ ବର୍ଷରୁ ଅଧିକ ସମୟ ଧରି ବନ୍ଦ ହୋଇଥିବା ଡିସେମ୍ବର ୩୧ ପରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ପାଦୁ UPI-ID ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।


ଲକର ଏଗ୍ରିମେଣ୍ଟ
ଯଦି ଆପଣ SBI, Bank of Baroda (BoB) ସହିତ ଅନ୍ୟ କୌଣସି ବ୍ୟାଙ୍କରେ ଲକର ସୁବିଧା ପାଇଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ନିର୍ଦ୍ଦେଶାବଳୀ ଅନୁଯାୟୀ ସଂଶୋଧିତ ଲକର ଚୁକ୍ତିନାମା କାର୍ଯ୍ୟକାରୀ କରିବାର ଶେଷ ତାରିଖ ହେଉଛି ଡିସେମ୍ବର ୩୧। ଏପରି ପରିସ୍ଥିତିରେ, ଆପଣ ୩୧ ଡିସେମ୍ବର ପୂର୍ବରୁ ଅପଡେଟ୍ ହୋଇଥିବା ଚୁକ୍ତିନାମା ମଧ୍ୟ ଦାଖଲ କରିବା ଉଚିତ୍। ଗ୍ରାହକ ଯେଉଁମାନେ ତାହା କରନ୍ତି ନାହିଁ ସେମାନଙ୍କୁ ଲକର ଛାଡିବାକୁ ପଡିପାରେ।


ବଦଳିବ ସିମ କିଣିବାର ନିୟମ
ଡିସେମ୍ବର 31, 2023 ରୁ ନୂତନ ସିମ୍ କ୍ରୟ କରିବାର ନିୟମ ମଧ୍ୟ ପରିବର୍ତ୍ତନ କରାଯିବ। ଟେଲି ଯୋଗାଯୋଗ ବିଭାଗ ଅନୁଯାୟୀ, ଡିସେମ୍ବର ୩୧ ପରେ ଗ୍ରାହକଙ୍କୁ ଏକ ନୂତନ ସିମ୍ କିଣିବା ପାଇଁ KYC ଦାଖଲ କରିବାକୁ ପଡିବ ଏବଂ କେବଳ ଟେଲିକମ୍ କମ୍ପାନୀଗୁଡିକ ଇ-KYC କରିବେ।